ପୁଣି ମାଓ ସମର୍ଥକଙ୍କଠାରୁ ୨୦୦୦ ଟଙ୍କିଆ ନୋଟ ଜବତ
ମାଓବାଦୀଙ୍କ ଠାରୁ ଗତ ମାସକ ଭିତରେ ପୁଲିସ ପ୍ରାୟ ୨୫ ଲକ୍ଷ ଟଙ୍କାର ୨୦୦୦ ଟଙ୍କିଆ ନୋଟ ଜବତ କରିସାରିଲାଣି। ଏବେ ପ୍ରଶ୍ନ ଉଠୁଛି ସେମାନଙ୍କ ପାଖରେ ଆଉ କେତେ ୨୦୦୦ ଟଙ୍କିଆ ନୋଟ ଅଛି।

ମାଓବାଦୀଙ୍କ ଠାରୁ ଗତ ମାସକ ଭିତରେ ପୁଲିସ ପ୍ରାୟ ୨୫ ଲକ୍ଷ ଟଙ୍କାର ୨୦୦୦ ଟଙ୍କିଆ ନୋଟ ଜବତ କରିସାରିଲାଣି। ଏବେ ପ୍ରଶ୍ନ ଉଠୁଛି ସେମାନଙ୍କ ପାଖରେ ଆଉ କେତେ ୨୦୦୦ ଟଙ୍କିଆ ନୋଟ ଅଛି।
ଗତକାଲି ଛତିଶଗଡ଼ ବିଜାପୁର ଜିଲ୍ଲା ଆଓାପାଲିଠାରେ ପୁଣି ଜବତ ହୋଇଛି ମାଓବାଦୀଙ୍କ ୨ ହଜାର ଟଙ୍କିଆ ନୋଟ। ଏହି ମାମଲାରେ ଜଣେ ମାଓବାଦୀ ସମର୍ଥକଙ୍କୁ ମଧ୍ୟ ଗିରଫ କରାଯାଇଛି।ଉକ୍ତ ମାଓ ସମର୍ଥକଙ୍କଠାରୁ ଜବତ ହୋଇଛି ୬ ଲକ୍ଷ ୨୦, ୦୦୦ ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ। ୨୪ ବର୍ଷୀୟ ମାଓ ସମର୍ଥକ ମହେଶ ବାଡସେ ମାଓବାଦୀଙ୍କ ୯ ଲଷ ଟଙ୍କା ବଦଳାଇବାକୁ ଆଣିଥିଲେ। ଏଥିମଧ୍ୟରୁ ସେ ୧ ଲକ୍ଷ ୮୦ ହଜାର ଟଙ୍କା ବ୍ୟାଙ୍କରେ ଜମା କରିଥିଲେ ଓ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଅବଶିଷ୍ଟ ୬ ଲକ୍ଷ ୨୦, ୦୦୦ ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ ତାଙ୍କଠାରୁ ଜବତ କରିଛି ପୁଲିସ। ବିଜାପୁର ଜିଲ୍ଲା ଆଓାପାଲି ଥାନା ତାଲପେରୁ ପେଟ୍ରୋଲ ପମ୍ପ ନିକଟରେ ପୁଲିସ ମହେଶଙ୍କୁ ମାଡ଼ି ବସିଥିଲା। ତାଙ୍କୁ ଏଲଓଏସ କମାଣ୍ଡର ଶଙ୍କର ଓ ଆରପିସି ଅଧ୍ୟକ୍ଷ ନଣ୍ଡ୍ରା ଏହି ଟଙ୍କା ଦେଇଥିଲେ ବୋଲି ସେ ପୁଲିସକୁ କହିଛନ୍ତି।