ଚନ୍ଦ୍ର ରେ ଉଡିବ ତ୍ରିରଙ୍ଗା
ଏଥି ପାଇଁ ଉତ୍ସବ ମୁଖର ସାରା ଦେଶ, ଲୋକେ ଆମର ଜାତୀୟ ପତାକା ଧରି ବେଶ୍ ଖୁସି ମନାଉଛନ୍ତି

ଏଥି ପାଇଁ ଉତ୍ସବ ମୁଖର ସାରା ଦେଶ, ଲୋକେ ଆମର ଜାତୀୟ ପତାକା ଧରି ବେଶ୍ ଖୁସି ମନାଉଛନ୍ତି, ଦଳ ଦଳ ହୋଇ ଦେଶଭକ୍ତି ଗୀତରେ ନାଚୁଥିବା ବେଳେ ମଠ ମନ୍ଦିର ରେ ମଧ୍ୟ ପୂଜାର୍ଚ୍ଚନା ଆରମ୍ଭ କରି ଦେଇଛନ୍ତି। କେବଳ ଅପେକ୍ଷା, ଆଗ୍ରହ, ଉତ୍କଣ୍ଠା, ଓ ଉତ୍ସାହ, ମଧ୍ୟରେ ରହିଛନ୍ତି ଆମର ଦେଶବାସୀ।
ଯେମିତି ଚନ୍ଦ୍ର ରେ ପାଦ ଦେବ ଚନ୍ଦ୍ରଯାନ, ସେମିତି ଇତିହାସ ରଚିବ ଭାରତ, ସ୍ବର୍ଣ୍ଣିମ ଅକ୍ଷର ରେ ଲିପିବଦ୍ଧ ହେବ ଭାରତର ନାମ। ଏଥିପାଇଁ ସମସ୍ତେ ଆଗ୍ରହ ଓ ଉତ୍କଣ୍ଠା ର ସହିତ ଅପେକ୍ଷା କରିଛନ୍ତି ସେହି ବିରଳ ମୁହୁର୍ତ୍ତ କୁ , ଯେଉଁ ମୁହୁର୍ତ୍ତ ରେ କି ଭାରତ ମାଟିରେ ଉଡୁଥିବା ତ୍ରିରଙ୍ଗା ଆଉ କିଛି କ୍ଷଣ ମଧ୍ୟରେ ଚନ୍ଦ୍ରରେ ଉଡିବ। ଋଷ୍ ର ଲୁନା-୨୫ ଫେଲ୍ ମାରିବା ପରେ ଏବେ ସାରା ବିଶ୍ବ ର ନଜର ରହିଛି ଭାରତର ଚନ୍ଦ୍ରଯାନ-୩ ଉପରେ।
ସେଥିପାଇଁ ଇସ୍ରୋ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ସେଥିପାଇଁ ସମସ୍ତ ଙ୍କୁ ଅବଗତ କରାଇବା ସହିତ ଇସ୍ରୋ ପକ୍ଷରୁ ସ୍ବତନ୍ତ୍ର ସୁଚନା ମଧ୍ୟ ପ୍ରଦାନ କରାଯାଇଛି। ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ-୩ । ସଂଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯାଉଛି ଚନ୍ଦ୍ରଯାନ-୩ । ଏଥିପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ଧାର୍ଯ୍ୟସୂଚୀ ଅନୁସାରେ ସବୁ ଠିକଠାକ୍ ରହିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି ।