ବର୍ତ୍ତିଲେ ୧୬୮ ଯାତ୍ରୀ, କୋଚିରେ ଏୟାର ଏସିଆ ବିମାନର ଜରୁରୀ ଅବତରଣ

ଏୟାର ଏସିଆର ଏକ ବିମାନ କୋଚିରେ ଜରୁରୀ ଅବତରଣ କରିଛି

ବର୍ତ୍ତିଲେ ୧୬୮ ଯାତ୍ରୀ, କୋଚିରେ ଏୟାର ଏସିଆ ବିମାନର ଜରୁରୀ ଅବତରଣ

ଏୟାର ଏସିଆର ଏକ ବିମାନ କୋଚିରେ ଜରୁରୀ ଅବତରଣ କରିଛି। କୋଚି-ବେଙ୍ଗାଲୁରୁ ଏୟାର ଏସିଆ ବିମାନ ୧୬୮ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟଙ୍କୁ ନେଇ ଉଡ଼ାଣ ଭରିବାର କିଛି ମିନିଟ୍ ପରେ କୋଚିନ୍ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଫେରି ଆସିଥିଲା।

ବିମାନବନ୍ଦର ସୂତ୍ରରୁ ପ୍ରକାଶ, ରବିବାର ବିଳମ୍ବିତ ରାତିରେ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିବା କୋଚି-ବାଙ୍ଗାଲୋର ବିମାନ ରାତି ୧୧:୧୫ରେ ଉଡ଼ାଣ ଭରିବାର କିଛି ମିନିଟ୍ ପରେ ଯାନ୍ତ୍ରିକ ସମସ୍ୟାର ସମ୍ମୁଖୀନ ହୋଇଥିଲା। ତେଣୁ ତୁରନ୍ତ ଏହା କୋଚିନ୍ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଫେରି ଆସିଥିଲା । ଫଳରେ ଏକ ସମ୍ଭାବ୍ୟ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ ୧୬୮ ଯାତ୍ରୀ । ପ୍ରାରମ୍ଭିକ ତଦନ୍ତରୁ ବିମାନରେ ହାଇଡ୍ରୋଲିକ୍ ସମସ୍ୟା ଥିଲା ବୋଲି ଜଣାପଡ଼ିଛି।