ଓଡ଼ିଆ ଅସ୍ମିତାର ପ୍ରଚାର ଓ ପ୍ରସାର ପାଇଁ ୨୦୦କୋଟିର କର୍ପସ ପାଣ୍ଠି
ରାଜ୍ୟ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି

ରାଜ୍ୟ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ବଜେଟ ପରିମାଣ ୨ଲକ୍ଷ ୬୫ହଜାର କୋଟିର ବଜେଟ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୩ତୁଳନାରେ ଏହା ୧୫ପ୍ରତିଶତ ଅଧିକ ରହିଛି । ଓଡ଼ିଆ ଅସ୍ମିତାର ପ୍ରଚାର ଓ ପ୍ରସାର ପାଇଁ ୨ଶହ କୋଟି ଟଙ୍କାର ଏକ କର୍ପସ ପାଣ୍ଠି ଗଠନ କରିବା ପାଇଁ ପ୍ରସ୍ତାବ ।
ଯଥାକ୍ରମେ ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ଓଡ଼ିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା, ତାଳପତ୍ର ପାଣ୍ଡୁଲିପି ପାଇଁ ଏକ ବିଶ୍ବସ୍ତରୀୟ ସଂଗ୍ରହାଳୟ ପ୍ରତିଷ୍ଠ, ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ, ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ପ୍ରଦାନ, ‘କଳାକାର ଗୌରବ ନିଧି’ ଯୋଜନା ପ୍ରସ୍ତୁତିକରଣ, ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟ ପ୍ରଶିକ୍ଷଣ ପାଇଁ ଆର୍ଥିକ ସହାୟତା, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବିଶ୍ବବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା, ଜିଲ୍ଲାସ୍ତରୀୟ ଇ- ପାଠାଗାର ପ୍ରତିଷ୍ଠା, ସାଂସ୍କୃତିକ ଦଳ ପରିଚାଳନାରେ ବ୍ୟବସ୍ଥାରେ ଉନ୍ନତି କରିବା ପାଇଁ ରହିଛି ।