ବୋଲେରୋ ଧକ୍କାରେ ୨ ସାଙ୍ଗ ମୃତ
ଭୋଜି ଖାଇସାରି ଘରକୁ ଫେରୁଥିଲେ। ଗଛ ଛାଇରେ ଖରା ଦାଉରୁ ରକ୍ଷାପାଇଁ ଠିଆ ହୋଇଥିବାବେଳେ ମାଡିଗଲା ବୋଲେରୋ ଗାଡି।

ବୋଲେରୋ ଧକ୍କା ରେ ଦୁଇ ମ୍ୟାଟ୍ରିକ ପାସ ଆଉଟ୍ ଛାତ୍ର ଙ୍କ ଅକାଳ ବିୟୋଗ
ଭୁବନ ୧୧.୬- ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଫାଣ୍ଡି ଅଧୀନ ରେ ଏକ ଅଜଣା ବୋଲେରୋ ଧକ୍କା ରେ ଦୁଇ ଜଣ ମାଟ୍ରିକ ପାସ ଆଉଟ୍ ଛାତ୍ର ଙ୍କ ର ଅକାଳ ବିୟୋଗ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପ୍ରାପ୍ତ ଖବର ରୁ ପ୍ରକାଶ ଯେ , ସୁରପ୍ରତାପପୁର ଶ୍ରୀ ଅରବିନ୍ଦ ବିଦ୍ୟାପୀଠ ର ୩୦ ଜଣ ମାଟ୍ରିକ ପାସ ଆଉଟ୍ ଛାତ୍ର ଗ୍ରାମ ନିକଟସ୍ଥ ବନ ଦୁର୍ଗା ମନ୍ଦିର ନିକଟରେ ବ୍ୟାଚ ଭୋଜିର ଆୟୋଜନ କରିଥିଲେ । ଭୋଜି ଖାଇ ଫେରୁଥିବା ବେଳେ ୫୩ ନମ୍ବର ଜାତୀୟ ରାଜପଥ ରୁ ସୁରପ୍ରତାପପୁର ଗ୍ରାମ ଅଭିମୁଖେ ଯାଉଥିବା ଏକ ଅଜଣା ବୋଲେରୋ ଗାଡ଼ି ଧକ୍କା ଦେଇ ପଳାଇ ଯାଇଥିଲା । ଫଳରେ ୩ ଜଣ ଛାତ୍ର ଗୁରୁତର ଆହତ ହୋଇଥିଲେ । ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଭୁବନ ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଥିଲା ।ଡାକ୍ତର ଆନନ୍ଦିତ। ପରିଡ଼ା ବଟକୃଷ୍ଣ ସାହୁ ଙ୍କ ପୁଅ ପୃଥ୍ୱୀରାଜ ସାହୁ ( ୧୫) ଓ ବିନୋଦ କାଣ୍ଡି ଙ୍କ ପୁଅ ସୌମ୍ୟ ରଞ୍ଜନ କାଣ୍ଡୀ (୧୫ ) ଙ୍କୁ ମୃତ ଘୋଷଣା କରିଥିଲେ । ଭୁବନ ଥନାଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ଶବ ଜବତ କରି ଅଧିକ ତଦନ୍ତ ଚଳାଇଛନ୍ତି ।ଅନ୍ୟ ଜଣେ ଆହତ ଛାତ୍ର ଚନ୍ଦନ ସାମଲ କାମାକ୍ଷା ନଗର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।ସମସ୍ତ ଛାତ୍ର ମାନେ +୨ ରେ ଅଧ୍ୟୟନ କରିବା ନିମନ୍ତେ ଅନ ଲାଇନ ରେ ଆଡ଼ମିଶନ କରିଥିଲେ । ଆଉ କିଛି ଦିନ ପରେ ପାଠ ପଢା ଆରମ୍ଭ ହୋଇଥାନ୍ତା ।ଆଜିର ଏହି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳ ବାସୀ ଙ୍କୁ ସ୍ତବ୍ଦ କରିଦେଇଛି ।