ପ୍ରମୁଖ ରପ୍ତାନିକାରୀ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ୧୦ମ

ପ୍ରମୁଖ ରପ୍ତାନିକାରୀ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ୧୦ମ ସ୍ଥାନରେ ରହିଛି

ପ୍ରମୁଖ ରପ୍ତାନିକାରୀ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ୧୦ମ

ପ୍ରମୁଖ ରପ୍ତାନିକାରୀ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ୧୦ମ ସ୍ଥାନରେ ରହିଛି । କିନ୍ତୁ ସର୍ବଭାରତୀୟ ସ୍ତରରେ ୨୦୨୨-୨୩ରେ ହୋଇଥିବା ମୋଟ ରପ୍ତାନିରେ ରାଜ୍ୟର ଭାଗ ୨.୫% ରହିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି । ରିପୋର୍ଟ ମୁତାବକ ୨୦୧୯-୨୦ରେ ଓଡ଼ିଶାର ମୋଟ ରପ୍ତାନି ୫୧ ହଜାର କୋଟି ଟଙ୍କା ଥିଲା ବେଳେ ୨୦୨୨-୨୩ରେ ଏହା ପ୍ରାୟ ୯୦ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ଅର୍ଥାତ୍ ଏହି ୩ ବର୍ଷରେ ରପ୍ତାନି ଅଭିବୃଦ୍ଧି ୨୦.୨% ହୋଇଛି । ତେବେ ୨୦୨୧-୨୨ ଓ ୨୦୨୨-୨୩ ମଧ୍ୟରେ ରାଜ୍ୟର ରପ୍ତାନି ପରିମାଣ ୩୭ ହଜାର କୋଟି ଟଙ୍କା ହ୍ରାସ ପାଇଛି । ଅନ୍ୟପକ୍ଷରେ ଦେଶର ମୋଟ ରପ୍ତାନିରେ ପ୍ରମୁଖ ରାଜ୍ୟ ଯଥା ଗୁଜରାଟ, ମହାରାଷ୍ଟ୍ର ଓ ତାମିଲନାଡୁର ଭାଗ ଯଥାକ୍ରମେ ୩୩.୧%, ୧୬.୧% ଓ ୯% ରହିଥିବା ଜଣାପଡ଼ିଛି ।

ଓଡ଼ିଶାର ମୋଟ ରପ୍ତାନିରେ ମେଟାଲର୍ଜିକାଲ ଉତ୍ପାଦର ଅଂଶ ସର୍ବାଧିକ ୬୯.୧% ରହିଥିବା ବେଳେ ଖଣିଜ ଅଂଶ ୧୫.୨% ଏବଂ ଇଞ୍ଜିନିୟରିଂ, କେମିକାଲ ଓ ଆନୁଷଙ୍ଗିକ ଉତ୍ପାଦଗୁଡ଼ିକର ଅଂଶ ୯.୬% ରହିଛି । ୨୦୧୯-୨୦ ଓ ୨୦୨୨-୨୩ ମଧ୍ୟରେ ରପ୍ତାନିରେ ମେଟାଲର୍ଜିକାଲ ଉତ୍ପାଦର ଅଂଶ ୪୮%ରୁ ୬୯%କୁ ବଢ଼ିଛି । ଅର୍ଥାତ୍ ଏହା ୨୧% ବୃଦ୍ଧି ପାଇଛି । ରାଜ୍ୟର କୃଷି ଓ ମତ୍ସ୍ୟ ସମ୍ପଦ ରପ୍ତାନି ବୃଦ୍ଧି କରାଯାଇ ପାରିବ ବୋଲି ରିପୋର୍ଟରେ କୁହାଯାଇଛି । ସେହିଭଳି ଭୁବନେଶ୍ୱର ବିମାନବନ୍ଦରର କାର୍ଗୋ ପରିଚାଳନା ମଧ୍ୟ ବଢ଼ାଯିବା ସହ ଏମ୍ଏସ୍ଏମ୍ଇ ନିମନ୍ତେ ଉନ୍ନତ ବଜାର ସଂଯୋଗ ସୁବିଧା ଯୋଗାଇ ଦିଆଯିବା ଉଚିତ ବୋଲି ରିପୋର୍ଟରେ କୁହାଯାଇଛି ।