ମଦ ଦୁର୍ନୀତି ମାମଲାରେ କେଜ୍ରିଓ୍ବାଲଙ୍କ ବିରୋଧରେ ସିବିଆଇର ଆକ୍ସନ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିରୋଧରେ ସିବିଆଇ ଆକ୍ସନ

ମଦ ଦୁର୍ନୀତି ମାମଲାରେ କେଜ୍ରିଓ୍ବାଲଙ୍କ ବିରୋଧରେ ସିବିଆଇର ଆକ୍ସନ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିରୋଧରେ ସିବିଆଇ ଆକ୍ସନ। ମଦ ଦୁର୍ନୀତି ମାମଲାରେ ଗିରଫ କେଜ୍ରିଓ୍ବାଲଙ୍କ ବିରୋଧରେ ସିବିଆଇ ସୋମବାର ରାଉଜ ଏଭିନ୍ୟୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ବିଚାରପତି କାବେରୀ ବାବେଜାଙ୍କ ବେଞ୍ଚରେ ଅଭିଯୋଗ ପତ୍ର ଦାଖଲ କରାଯାଇଛି। ଏହା ପୂର୍ବରୁ ଇଡି ପ୍ରାୟ ୨୦୦ ପୃଷ୍ଠାର ଅଭିଯୋଗ ପତ୍ର ମୁଖ୍ୟମନ୍ତ୍ରୀ କେଜ୍ରୀଓ୍ବାଲ ଓ ଆପ୍ ବିରୋଧରେ ଦାଖଲ କରିଛି।

କେଜ୍ରିଓ୍ବାଲଙ୍କ ସିବିଆଇ ଗତ ମାସ ୨୬ ଜୁନ୍ରେ ଗିରଫ କରିଥିଲା। ତାଙ୍କୁ ଏହି ମାମଲାରେ ଜଡିତ ମନି ଲଣ୍ଡରିଂ କେସ୍ରେ ୨୧ ମାର୍ଚ୍ଚରେ ଗିରଫ କରିଥିଲା। ଆପ୍ ମୁଖ୍ୟଙ୍କୁ ଇଡି କେସ୍ରେ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ମିଳିସାରିଛି। ଇଡି ମଧ୍ୟ ତାଙ୍କ ବିରୋଓରେ ଚାର୍ଜସିଟ୍ ଦାଖଲ କରିସାରିଛି, ଯେଉଁଥିରେ ସିବିଆଇ ତାଙ୍କୁ ମଦ ଦୁର୍ନୀତି ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି କହିଛି।

ଏହି ମାମଲାରେ ସିବିଆଇ ଦିଲ୍ଲୀ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ବିଆରଏସ୍ ନେତା କବିତାଙ୍କ ସହିତ ୧୮ ଅଭିଯୁକ୍ତଙ୍କ ବିରୋଧରେ ଏପର୍ଯ୍ୟନ୍ତ ମୋଟ୫ଟି ଚାର୍ଜସିଟ୍ ଦାଖଲ କରିସାରିଛି। ସିବିଆଇ କହିଛି ୧୦୦ କୋଟି ଟଙ୍କାର ଲାଞ୍ଚ ନିଆଯାଇଛି ଓ ଏଥିରେ ୪୪.୪୫ କୋଟି ଟଙ୍କା ଜୁନ୍ ୨୦୨୧ ରୁ ଜାନୁଆରୀ ୨୦୨୨ ଭିତରେ ହଓ୍ବାଲା ଚ୍ୟାନେଲ ଜରିଆରେ ଗୋଆ ବିଧାନସଭା ନିର୍ବାଚନରେ ପ୍ରଚାର ପାଇଁ ପଠାଯାଇଛି।