ସବୁ ସୀମା ଟପିଲେ କଂଗ୍ରେସ ବିଧାୟକ
ସବୁ ସୀମା ଟପିଗଲେ କଂଗ୍ରେସ ବିଧାୟକ । ଓଡ଼ିଶା ବିଧାନସଭାରେ ଦେଖିବାକୁ ମିଳିଛି ବିଚିତ୍ର ଦୃଶ୍ୟ ।

ସବୁ ସୀମା ଟପିଗଲେ କଂଗ୍ରେସ ବିଧାୟକ । ଓଡ଼ିଶା ବିଧାନସଭାରେ ଦେଖିବାକୁ ମିଳିଛି ବିଚିତ୍ର ଦୃଶ୍ୟ । ବିଧାନସଭା ଭିତରେ କଂଗ୍ରେସ ବିଧାୟକଙ୍କ ଦୌରାତ୍ମ୍ୟ । ଶାଳୀନତାର ସବୁ ସୀମା ଟପିଗଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ପ୍ରଥମେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢି ମାଇକ୍ ଟାଣିଥିବା ବେଳେ ପୁଣି ବାଚସ୍ପତିଙ୍କୁ ବହି ଫିଙ୍ଗିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି ।
ବିଧାନସଭାରେ ପୁଣି ହଙ୍ଗାମା । ଶେଷରେ ବାଚସ୍ପତିଙ୍କୁ ବି ଛାଡିଲେନି । ଅଧିବେଶନ ଚାଲିଥିବା ବେଳେ ବିଧାୟକ ତାରା ବାହିନୀପତିଙ୍କ ଆଚରଣ ଚର୍ଚ୍ଚାକୁ ଆସିଛି । ଗୃହରେ ଆଲୋଚନା ଜାରି ରହିଥିବା ବେଳେ ହଠାତ୍ ବାଚସ୍ପତିଙ୍କ ଉପରକୁ ବହି ଫୋପାଡିଥିଲେ ବିଧାୟକ ତାରା ପ୍ରସାଦ ବାହିନୀପତି । କିଛି ସମୟ ପୂର୍ବରୁ ବାଚସ୍ପତିଙ୍କ ମାଇକ୍ ଟାଣିଥିଲେ ତାରା । ଏବେ ପୁଣି ବାଚସ୍ପତିଙ୍କ ଉପରକୁ ବହି ଫିଙ୍ଗିଛନ୍ତି । ତେବେ ଏହାକୁ ନେଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ ।
ସୂଚନା ଯେ, ଅପରାହ୍ନ ଅଧିବେସନରେ ସ୍ୱାଧିକାର ଭଙ୍ଗ ନୋଟିସକୁ ବାଚସ୍ପତି ଗ୍ରହଣ କରିବାକୁ ଦାବି କରିଥିଲା କଂଗ୍ରେସ । ଗୃହର ମଧ୍ୟ ଭାଗରେ କଂଗ୍ରେସ ବିଧାୟକ ମାନେ ହଟ୍ଟଗୋଳ କରିଥିଲେ । ଏପରିକି କଂଗ୍ରେସ ବିଧାୟକ ତାରା ବାହିନୀପତି ବାଚସ୍ପତିଙ୍କ ମାଇକ୍ ଉପାଡିବା ପାଇଁ ଉଦ୍ୟମ କରିବା ସହ ପଡିୟମ ଉପରକୁ ଚଢିଯାଇଥିଲେ । ପ୍ରଥମେ ଗୃହକୁ ୩୦ ମିନିଟ ପାଇଁ ତା ପରେ ୧୦ ମିନିଟ୍ ମୁଲତବି ଘୋଷଣା କରିଥିଲେ ବାଚସ୍ପତି। ଏହା ପରେ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ ବଜେଟ ଆଲୋଚନାରେ ଭାଗ ନେଇ କହୁଥିବା ବେଳେ କଂଗ୍ରେସ ବିଧାୟକ ନାରାବାଜି କରୁଥିଲେ।
ଏହି ସମୟରେ ବିଧାନସଭା ରିପୋର୍ଟର ଟେବୁଲ୍ ଉପରୁ ବହି ଆଣି ବାଚସ୍ପତିଙ୍କ ଉପରକୁ ଫୋପାଡି ଥିଲେ। ବିଜେପି ବିଧାୟକ ପଏଣ୍ଟ ଅଫ୍ ଅର୍ଡର ଜରିଆରେ ବାଚସ୍ପତିଙ୍କ ନିଷ୍ପତି ଚୁଡ଼ାନ୍ତ ବୋଲି କହିବା ସହ ବାଚସ୍ପତିଙ୍କୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି କହିଥିଲେ। ବାଚସ୍ପତି ଏ ନେଇ ନିଷ୍ପତ୍ତି ଶୁଣାଇବେ ବୋଲି ଗୃହରେ ଘୋଷଣା କରିବା ସହ କଂଗ୍ରେସ ବିଧାୟକଙ୍କୁ ବଜେଟ୍ ଆଲୋଚନାରେ ଭାଗ ନେବା ପାଇଁ ନିବେଦନ କରିଥିଲେ।