ବିବାହ ବନ୍ଧନରେ ବାନ୍ଧି ହେଲେ ରଣଦୀପ ହୁଡା
ବଲିଉଡ ଷ୍ଟାରଙ୍କ ‘ସ୍ୱଦେଶୀ’ ବାହାଘର । ଚର୍ଚ୍ଚାରେ ରଣଦୀପ ହୁଡାଙ୍କ ବିବାହ, ସଂସ୍କୃତି ଓ ପରମ୍ପରାକୁ ଦେଲେ ପ୍ରାଧାନ୍ୟ

ମୁମ୍ବାଇ : ବଲିଉଡ ଅଭିନେତା ରଣଦୀପ ହୁଡା ନଭେମ୍ବର ୨୯ରେ ତାଙ୍କ ଗର୍ଲଫ୍ରେଣ୍ଡ ଲିନ୍ ଲ୍ୟାସରାମଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଇମ୍ପାଲରେ ମଣିପୁରୀ ରିତିନୀତି ଅନୁଯାୟୀ ଉଭୟ ବିବାହ କରିଛନ୍ତି । ଯାହାର କିଛି ଭିଡିଓ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି । ସେହି ଭିଡିଓରେ ରଣଦୀପ ଧଳା କୁର୍ତ୍ତା ସହିତ ଧୋତି ପିନ୍ଧିଥିବାର ନଜର ଆସିଛନ୍ତି । ସେହିପରି ତାଙ୍କ ଗର୍ଲଫ୍ରେଣ୍ଡ ମଣିପୁର ବ୍ରାଇଡ ପିନ୍ଧି ବହୁତ ସୁନ୍ଦର ଲାଗୁଛନ୍ତି ।
ଉଭୟଙ୍କ ବିବାହ ବେଳର ଫଟୋ ଓ ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହି ବିବାହ ଏଇଥିପାଇଁ ଚର୍ଚ୍ଚାରେ କାରଣ ଅନେକ ବଲିଉଡ ଷ୍ଟାର ନିଜ ବିବାହକୁ ସ୍ମରଣୀୟ କରିବାକୁ ଚାହାଁନ୍ତି । ଏଥିପାଇଁ ଇଟାଲୀ, ସଇଜରଲ୍ୟାଣ୍ଡ, ମାଲଦ୍ୱୀପ ଭଳି ସ୍ଥାନକୁ ସ୍ଥିର କରନ୍ତି । କିନ୍ତୁ ରଣଦୀପଙ୍କ କ୍ଷେତ୍ରରେ ଏହା ଭିନ୍ନ ରହିଛି । ନିଜ ରାଜ୍ୟରେ ଏବଂ ନିଜ ପରମ୍ପରାକୁ ଅଗ୍ରାଧିକାର ଦେଇ ଏହି ଷ୍ଟାର ଜଣଙ୍କ ସମାଜକୁ ବଡ ବାର୍ତା ଦେଇଛନ୍ତି ।
ଏହି ପାରମ୍ପରିକ ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ରଣଦୀପ ମୈତେଇ ସଂସ୍କୃତି ଅନୁଯାୟୀ ବର ରାଜା ବେଶରେ ଆସିଛନ୍ତି । ଧଳା ଧୋତି କୁର୍ତ୍ତା ଏବଂ ମୁଣ୍ଡରେ ପଗଡିରେ ଅଭିନେତାଙ୍କ ଲୁକ୍ ଦେଖିବାକୁ ମିଳିଛି । ବର ପରି କନ୍ୟା ଲିନ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛନ୍ତି । ସେ ସିମ୍ପିଲ ଲୁକରେ ଅନେକ ସୁନା ଅଳଙ୍କାର ପିନ୍ଧିଛନ୍ତି । ଆପଣ ଦେଖିପାରୁଥିବେ ଯେ ଉଭୟେ ମଧ୍ୟ ପରସ୍ପରକୁ ଧଳା ରଙ୍ଗର ଫୁଲମାଳ ପକାଉଛନ୍ତି ।
୪୭ ବର୍ଷୀୟ ଏହି ତାରକା ଜିସ୍ମ-ଟୁ, ହାଇୱେ ଏବଂ ସୁଲତାନ ଭଳି ବଲିଉଡ ମୁଭିରେ ଅଭିନୟ କରିଛନ୍ତି । ତାଙ୍କ ପାଖରେ ସମ୍ବଳରେ ମଧ୍ୟ ଅଭାବ ନାହିଁ । କିନ୍ତୁ ସେ ତାଙ୍କ ବିବାହକୁ ବିଦେଶରେ କରାଇବା ଅପେକ୍ଷା ନିଜ ରାଜ୍ୟରେ କରି ନିଜ ଫ୍ୟାନ୍ସ ମାନଙ୍କୁ ବଡ ବାର୍ତା ଦେଇଛନ୍ତି ।
ଆଜିର ସମାଜରେ ନିଜ ବିବାହକୁ ସ୍ମରଣୀୟ କରିବାକୁ ଅନେକ ଟଂକା ଖର୍ଚ୍ଚ କରୁଛନ୍ତି । ଯାହା ପ୍ରତିପତି ଦେଖାଇବାରେ ଏକ ପ୍ରତିଯୋଗିତା ପାଲଟିଛି । ଏପରି ସ୍ଥିତିରେ ରଣଦୀପଙ୍କ ବିବାହ ସମାଜକୁ ଗୋଟିଏ ବଡ ବାର୍ତା ଦେଉଛି ।