ଭାଲେଣ୍ଟାଇନ୍ ଡେ’ରେ ଗାଈକୁ ଆଲିଙ୍ଗନ ନୋଟିସ ପ୍ରତ୍ୟାହାର । ବିବାଦ ପରେ ନିଷ୍ପତି ବଦଳାଇଲା କେନ୍ଦ୍ର ପଶୁ ପାଳନ ବୋର୍ଡ

ଫେବୃଆରୀ 14 ରେ ପାଳନ ହେବନି 'ଗାଈ ଆଲିଙ୍ଗନ ଦିବସ', ଆବେଦନ ପ୍ରତ୍ୟାହାର କଲେ ସରକାର

ଭାଲେଣ୍ଟାଇନ୍ ଡେ’ରେ ଗାଈକୁ ଆଲିଙ୍ଗନ ନୋଟିସ ପ୍ରତ୍ୟାହାର । ବିବାଦ ପରେ ନିଷ୍ପତି ବଦଳାଇଲା କେନ୍ଦ୍ର ପଶୁ ପାଳନ ବୋର୍ଡ

ଫେବୃଆରୀ 14 ରେ ପାଳନ ହେବନି 'ଗାଈ ଆଲିଙ୍ଗନ ଦିବସ',

ଆବେଦନ ପ୍ରତ୍ୟାହାର କଲେ ସରକାର

ଭାରତର ପଶୁ କଲ୍ୟାଣ ବୋର୍ଡ ପୂର୍ବରୁ ଫେବୃଆରୀ 14, ଭାଲେଣ୍ଟାଇନ୍ସ ଡେ ରେ 'ଗାଈ ଆଲିଙ୍ଗନ ଦିବସ' ପାଳନ କରିବାକୁ ଆବେଦନ କରିଥିଲା । ଯାହା ବର୍ତ୍ତମାନ ବୋର୍ଡ ଦ୍ୱାରା ପ୍ରତ୍ୟାହାର କରାଯାଇଛି ।

ନୂଆଦିଲ୍ଲୀ: ଭାରତର ପଶୁ କଲ୍ୟାଣ ବୋର୍ଡ ପୂର୍ବରୁ ଫେବୃଆରୀ 14, ଭାଲେଣ୍ଟାଇନ୍ସ ଡେ ରେ 'ଗାଈ ଆଲିଙ୍ଗନ ଦିବସ' ପାଳନ କରିବାକୁ ଆବେଦନ କରିଥିଲା । ଯାହା ବର୍ତ୍ତମାନ ବୋର୍ଡ ଦ୍ୱାରା ପ୍ରତ୍ୟାହାର କରାଯାଇଛି । ଶୁକ୍ରବାର ଦିନ ବୋର୍ଡ ଏହି ନିବେଦନକୁ ପ୍ରତ୍ୟାହାର କରି ନେଇଥିବା ପଶୁପାଳନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ କୁହାଯାଇଛି । ଶୁକ୍ରବାର ଦିନ ପଶୁ କଲ୍ୟାଣ ବୋର୍ଡ ଅଫ୍ ଇଣ୍ଡିଆ (AWBI) ଏକ ନିର୍ଦ୍ଦେଶ ଜାରି କରିଛି ।
ଭାଲେଣ୍ଟାଇନ ଡେକୁ ସାରା ବିଶ୍ୱ ପ୍ରେମ ଦିବସ ହିସାବରେ ପାଳନ କରିବା ପାଇଁ ଯାଉଥିବା ବେଳେ ପଶୁ କଲ୍ୟାଣ ବୋର୍ଡର ଅଜବ ଚିଠି ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଏହି ଚିଠିରେ ଆସନ୍ତା ୧୪ ତାରିଖକୁ ଗାଈ ଆଲିଙ୍ଗନ ଦିବସ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସାରା ଦେଶରେ ଏହାକୁ ନେଇ ବିବାଦ ଦେଖାଦେଇଛି । ବିବାଦ ଭିତରେ ଏହି ନିର୍ଦ୍ଦେଶକୁ ପ୍ରତ୍ୟାହାର କରିଛି ପଶୁ କଲ୍ୟାଣ ବୋର୍ଡ । ଏହି ନିର୍ଦ୍ଦେଶକୁ କାହିଁକି ପ୍ରତ୍ୟାହାର କରାଗଲା ତାକୁ ନେଇ କୌଣସି ସ୍ପଷ୍ଟତା ଆସିନାହିଁ । କିନ୍ତୁ ଏହି ନିର୍ଦ୍ଦେଶ ସମର୍ଥନରେ ମତ ଦେଇଛନ୍ତି ଗୋ-ସେବକ । କହିଛନ୍ତି ଗାଈକୁ ଆଲିଙ୍ଗନ କଲେ ରୋଗ ଭଲ ହୁଏ । ଏହି ପ୍ରଣାଳୀରେ ମାନସିକ ଶାନ୍ତି ମିଳେ । ଶରୀର ସୁସ୍ଥ ରହିଥାଏ ।

ଫେବୃଆରୀ 10 ଶୁକ୍ରବାର ଦିନ, AWBI ର ସରକାରୀ ନିର୍ଦ୍ଦେଶ ଜାରି କରିଛି । ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ "ଦକ୍ଷ ପ୍ରାଧିକରଣ ଏବଂ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ, 14 ଫେବୃଆରୀ 2023 ରେ ଗାଈ ଆଲିଙ୍ଗନ ଦିବସ ପାଳନ କରିବାକୁ ଭାରତର ପଶୁ କଲ୍ୟାଣ ବୋର୍ଡ ଦ୍ୱାରା ଦିଆଯାଇଥିବା ଆବେଦନ ପ୍ରତ୍ୟାହାର କରି ନିଆଯାଇଛି । ସୂତ୍ର ଅନୁଯାୟୀ, ପଶୁପାଳନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହି ଆବେଦନ କରାଯାଇଛି ।
ଏହି ନିର୍ଦ୍ଦେଶ ଗତ ଫେବୃଆରୀ ୬ ତାରିଖରେ ଆସିବା ପରେ ଦେଶରେ ଦୁଇ ପ୍ରକାରର ମତ ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ସମର୍ଥକ କହିଛନ୍ତି ଗାଈ ଭାରତୀୟ ସଂସ୍କୃତିର ଆଧାର । ଗାଈକୁ ଆମେ ଗୋମାତା ବା କାମଧେନୁ ବୋଲି କହିଥାଉ । କିନ୍ତୁ ପାଶ୍ଚାତ୍ୟ ସଂସ୍କୃତି ପ୍ରଭାବରେ ଆମେ ଏହାକୁ ଭୁଲିଯାଇଛୁ । ଗାଈକୁ ଆଲିଙ୍ଗନ କଲେ ମନରେ ଅପାର ଆନନ୍ଦ ଆସିଥାଏ । ଅନ୍ୟପଟେ ଏହାକୁ ତୀବ୍ର ବିରୋଧ କରିଥିଲେ ବିରୋଧୀ । କହିଥିଲେ, ଦେଶ ସମ୍ବିଧାନକୁ ନେଇ ଚାଲେ, ଧର୍ମୀୟ ବିଚାରକୁ ନେଇ ଚାଲେନା । ସମସ୍ତ ପଶୁଙ୍କ ପାଇଁ ଏଭଳି ଦିବସ ହେବ କି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ସେହିଭଳି ବାମପନ୍ଥୀ ନେତା କହିଛନ୍ତି, ଯୁବପୀଢିକୁ ଭ୍ରମିତ କରିବାକୁ ଉଦ୍ୟମ ହେଉଛି । ଏହା ଏକ ଲଜ୍ଜାଜନକ କଥା ।

ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରଣାଳୟ ଅଧୀନରେ ଆସିଥିବା ପଶୁ କଲ୍ୟାଣ ବୋର୍ଡ ଅଫ୍ ଇଣ୍ଡିଆର ଏକ ନୂତନ ଆବେଦନରେ ଦର୍ଶାଯାଇଛି ଯେ ବୋର୍ଡ ଚଳିତ ବର୍ଷ ଫେବୃଆରୀ 14 ରେ "ଗାଈ ଆଲିଙ୍ଗନ ଦିବସ" ପାଳନ କରିବାକୁ ଚାହୁଁଛି । ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି "ସକରାତ୍ମକ ଶକ୍ତି" ବିସ୍ତାର କରିବା ଏବଂ "ସାମୂହିକ ସୁଖ" କୁ ଉତ୍ସାହିତ କରିବା । ପ୍ରତିବର୍ଷ ଫେବୃଆରୀ 14 ରେ ଭାଲେଣ୍ଟାଇନ୍ସ ଡେ ପାଳନ କରିବାକୁ ଏକ ଆବେଦନ ସହିତ ପଶୁପାଳନ ଏବଂ ଦୁଗ୍ଧ ବିଭାଗ ଅଧୀନରେ ବୋର୍ଡ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଗାଈ ହେଉଛି ଭାରତୀୟ ସଂସ୍କୃତି ଏବଂ ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ, ଆମ ଜୀବନକୁ ବଞ୍ଚାଇଥାଏ ।

ଭାଲେଣ୍ଟାଇନ୍ ଡେ’ରେ ଗାଈକୁ ଆଲିଙ୍ଗନ ନୋଟିସ ପ୍ରତ୍ୟାହାର । ବିବାଦ ପରେ ନିଷ୍ପତି ବଦଳାଇଲା କେନ୍ଦ୍ର ପଶୁ ପାଳନ ବୋର୍ଡ

ଏହାକୁ ନେଇ ବିବାଦ ବଢୁଥିବାବେଳେ କିଛି ବୁଦ୍ଧିଜୀବୀ କହିଛନ୍ତି କୌଣସି କାର୍ଯ୍ୟ ଅନ୍ୟ ଗୋଟିଏ କାର୍ଯ୍ୟକୁ ବନ୍ଦ କରିବା ପାଇଁ କରିବା ନିନ୍ଦନୀୟ ଅଟେ ।