୫ ବର୍ଷର ନିଷ୍ପାପ ଶିଶୁପୁତ୍ରକୁ ହତ୍ୟା କରି ଟାଙ୍ଗି ଦେଲା ବାପା

ନିଜର ୫ ବର୍ଷର ଶିଶୁ ପୁତ୍ରକୁ ହତ୍ୟା କରି ତାର ବାପା ଘରେ ଟାଙ୍ଗି ଦେଇଥିବାର ଅଭିଯୋଗ ହୋଇଛି।

୫ ବର୍ଷର ନିଷ୍ପାପ ଶିଶୁପୁତ୍ରକୁ ହତ୍ୟା କରି ଟାଙ୍ଗି ଦେଲା ବାପା

ରାଉରକେଲାର ଉଦିତନଗର ଥାନା ଶୀତଳପଡ଼ା ବସ୍ତିରେ ଆଜି ସକାଳେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଜନ୍ମକଲା ବାପ ୫ ବର୍ଷର ଶିଶୁପୁତ୍ରକୁ ମାରି ଟାଙ୍ଗିଦେଇଥିବା କୁହାଯାଉଛି। ଏଣେ ଅଭିଯୁକ୍ତ ବାପାକୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି। ଅଭିଯୁକ୍ତର ନାଁ ରାଜୁ ଲାକ୍ରା ବୋଲି ଜଣାଯାଇଛି।

ସୂଚନା ଅନୁଯାୟୀ ରାଜୁ ଓ ତା ସ୍ତ୍ରୀଙ୍କ ମଧ୍ୟରେ ନିୟମିତ ଝଗଡ଼ା ହେଉଥିଲା। ସ୍ତ୍ରୀର ପରକୀୟା ସଂପର୍କକୁ ନେଇ ସେ କ୍ଷୁବ୍ଧ ଥିଲା। ଗତକାଲି ଅପରାହ୍ଣ ୪ଟାରେ ରାଜୁ ନିଜ ସ୍ତ୍ରୀ ଜଣେ ଯୁବକ ସହିତ କେଉଁଆଡ଼େ ଚାଲିଯାଇଥିବା ନେଇ ଜଣେ ପଡ଼ୋଶୀକୁ କହିଥିଲା। ହେଲେ ଆଜି ସକାଳେ ରାଜୁ କହିଥିଲା ଯେ ତାର ପୁଅକୁ କେହି ମାରି ଟାଙ୍ଗି ଦେଇଛି।

ରାଉରକେଲା ଉଦିତନଗର ଥାନା ଶୀତଳପଡ଼ାରେ ଏକ ଜଘନ୍ୟ ଘଟଣା ଘଟିଯାଇଛି। ନିଜର ୫ ବର୍ଷର ଶିଶୁ ପୁତ୍ରକୁ ହତ୍ୟା କରି ତାର ବାପା ଘରେ ଟାଙ୍ଗି ଦେଇଥିବାର ଅଭିଯୋଗ ହୋଇଛି। ହତ୍ୟା କରିବା ପରେ ବାପା ରାଜୁ ଲାକ୍ରା ପୁଲିସ ଅଟକ ରଖି ପଚରାଉଚରା କରୁଛି l ହତ୍ୟାକାଣ୍ଡର କାରଣ ଜଣାପଡି ନଥିଲେ ମଧ୍ୟ ଘରୋଇ କଳହକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ପତ୍ନୀ ଘରୁ ଛାଡ଼ି ପଳାଇବାରୁ ପୁଅକୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ପୁଲିସ ଓ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।