ଜାମ୍ମୁକାଶ୍ମୀର ସୋପୋରରେ ଭୟଙ୍କର ବିସ୍ଫୋରଣ, ୪ ମୃତ.
ଜାମ୍ମୁ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ସୋପୋର ଅଞ୍ଚଳରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି

ଜାମ୍ମୁ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ସୋପୋର ଅଞ୍ଚଳରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ସେହି ସମୟରେ ଘଟିଥିଲା, ଯେତେବେଳେ କି ଜଣେ ସ୍କ୍ରାପ୍ ଡିଲର ଶେର୍ କଲୋନୀରେ ଏକ ଟ୍ରକରୁ ସାମଗ୍ରୀ ବାହାର କରୁଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି । ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଛି ।
ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ, ବାରାମୁଲ୍ଲା ଜିଲ୍ଲାର ସୋପୋର ସହରର ଶେର କଲୋନୀରେ ଥିବା ଜଣେ ସ୍କ୍ରାପ ଡିଲରଙ୍କ ଦୋକାନରେ ଏହି ବିସ୍ଫୋରଣ ଘଟିଛି। ଅଧିକାରୀ କହିଛନ୍ତି ଯେ, ଘଟଣା ସମୟରେ କିଛି ଲୋକ ଟ୍ରକରୁ ଜଙ୍କ ସାମଗ୍ରୀ କାଢୁଥିଲେ । ସେ କହିଛନ୍ତି ଯେ, ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପରେ ଅନ୍ୟ ଦୁଇଜଣଙ୍କର ମୃତ୍ୟୁ ଘଟିଛି।
ସମସ୍ତ ପୀଡିତ ବ୍ୟକ୍ତି ଶେର୍ କଲୋନୀର ବାସିନ୍ଦା ଥିଲେ। ଅଧିକାରୀ କହିଛନ୍ତି ଯେ ଫୋରେନସିକ୍ ବିଶେଷଜ୍ଞଙ୍କ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି।