୫ ଦିନିଆ ରିମାଣ୍ଡରେ ଟଙ୍କାପାଳ

୫ ଦିନିଆ ରିମାଣ୍ଡରେ ଗଲେ ନବରଙ୍ଗପୁର ଜିଲ୍ଲାର ବହିଷ୍କୃତ ଅତିରିକ୍ତ ଉପ ଜିଲ୍ଲାପାଳ

୫ ଦିନିଆ ରିମାଣ୍ଡରେ ଟଙ୍କାପାଳ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରି ଧରାପଡିଥିବା ନବରଙ୍ଗପୁରର  ଅତିରକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ଭିଜିଲାନ୍ସ । ୫ ଦିନିଆ ରିମାଣ୍ଡ ପାଇଁ ବୁଧବାର ଅନୁମତି ଦେଇଛନ୍ତି ସୁନ୍ଦରଗଡ ଭିଜିଲାନ୍ସର ସ୍ୱତନ୍ତ୍ର ଜଜଙ୍କ କୋର୍ଟ । ପ୍ରଶାନ୍ତ ତାଙ୍କ ଆୟଠାରୁ ୫୦୬ ପ୍ରତିଶତ ସମ୍ପତ୍ତି ଠୁଳ କରିଥିଲେ । ସେ କେଉଁ ସୂତ୍ରରୁ ଏତେ ସମ୍ପତ୍ତି ଆଣିଲେ ତାହାର ଖୋଳତାଡ କରିବ ଭିଜିଲାନ୍ସ । ଏହା ପୂର୍ବରୁ ପ୍ରଶାନ୍ତ ରାଉତଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ପ୍ରଶାନ୍ତ ରାଉତଙ୍କୁ ଦୁଇ ଦିନ ତଳେ ଗିରଫ କରିଥିଲା ଭିଜିଲାନ୍ସ । ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ପ୍ରଶାନ୍ତଙ୍କ ଘରୁ ବିଡା ବିଡା ଟଙ୍କା ଜବତ କରା ଯାଇଥିଲା । ୩ କୋଟିର ନଗଦ କ୍ୟାସ ସମେତ ପ୍ରାୟ ୫ କୋଟିରୁ ଅଧିକ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ  । ଏହା ତାଙ୍କ ଆୟର ୫୦୦ ପ୍ରତିଶତ ଅଧିକ ବୋଲି ସୂଚନା ଦେଇଥିଲେ ଭିଜିଲାନ୍ସ ଏସପି ଏମ ରାଧାକ୍ରିଷ୍ଣନ ।