ବିଜେଡିକୁ ନେଇ ବିସ୍ଫୋରକ ବୟାନ ଦେଲେ ଅରବିନ୍ଦ ଢ଼ାଲି
ମମତା ମହାନ୍ତ ଭାଜପାରେ ମିଶିବାକୁ ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି ଭାଜପା ନେତା ଅରବିନ୍ଦ ଢ଼ାଲି

ମମତା ମହାନ୍ତ ଭାଜପାରେ ମିଶିବାକୁ ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି ଭାଜପା ନେତା ଅରବିନ୍ଦ ଢ଼ାଲି। ସେ କହିଛନ୍ତିି ବିଜେଡି ବସା ଖାଲି ହୋଇଯିବ। ଭବିଷ୍ୟତରେ ବିଜେଡି ରହିବନି, ଚାହିଁଲେ ବି ରଖିପାରିବେନି।
ଜାତୀୟ ଦଳର ବିଲୟ ହୁଏନି, ଆଞ୍ଚଳିକ ଦଳର ବିଲୟ ହୁଏ। ଯିଏ ଆଞ୍ଚଳିକ ଦଳ ଗଢ଼ିଥାଏ, ଅସୁସ୍ଥ ବା ଆଉକଣ ହେଲେ ଦଳ ରୁହେନି।
ଗୁରୁବାର ମମତା ମହନ୍ତ ଭାଜପା ଦିଲ୍ଲୀ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ଏହି ସମୟରେ ସାଧାରଣ ସଂପାଦକ ଅରୁଣ ସିଂ, ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ସହ ବହୁ ନେତା ଉପସ୍ଥିତ ଥିଲେ। ମମତା ବୁଧବାର ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡି ସହ ରାଜ୍ୟ ସଭା ଏମ୍ପି ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ।
ମମତା ୨୦୨୦ରେ ରାଜ୍ୟ ସଭାକୁ ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ। କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ ଭାବେ ମମତା ମହାନ୍ତ ଜଣାଶୁଣା। ମମତାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇ ନ ଥିବା ବେଳେ ସେ ଅଧାରୁ ଇସ୍ତଫା ଦେଇଛନ୍ତି। ତାଙ୍କ କାର୍ଯ୍ୟକାଳ ୨୦୨୬ ପର୍ଯ୍ୟନ୍ତ ଥିଲା।