ଦଲାଲ ମୁକ୍ତ ହେବ ଆନନ୍ଦ ବଜାର
ଦଲାଲ ମୁକ୍ତ ହେବ ଆନନ୍ଦ ବଜାର

ଦଲାଲ୍ ମୁକ୍ତ ହେବ ଆନନ୍ଦ ବଜାର । ବଡ ଦେଉଳରେ ଲାଗିବ ଅବଢା ଦର ତାଲିକା । ବଜାର ଭିତରେ ଖୋଲିବ ପୋଲିସ ସହାୟତା କେନ୍ଦ୍ର । ସେଥିପାଇଁ ଦିଆଗଲା ପ୍ରସ୍ତାବ । ଖୁବଶୀଘ୍ର ହେବ କାର୍ଯ୍ୟକାରୀ । ନିୟମ ଖିଲାଫି କଲେ ଅମାନିଆଙ୍କ ଉପରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ଏନେଇ ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା ପରେ ସୂଚନା ଦେଲେ ସୁଆର ମହାସୁଆର ନିଯୋଗ ସଭାପତି ଓ ସମ୍ପାଦକ ।
ସୂଚନା ମୁତାବକ, ଶ୍ରୀ ମନ୍ଦିରରେ ସବୁବେଳେ ଅସୁବିଧାର ସମୁଖୀନ ହେଉଛନ୍ତି ଶ୍ରଦ୍ଧାଳୁ । ଅବଢାର ଦର୍ ଦାମ୍ରେ ତାରତମ୍ୟ ରହୁନାହିଁ । ପ୍ରସାଦ ପାଇବାରେ ଅସନ୍ତୁଷ୍ଟ ହେଉଛନ୍ତି ଭକ୍ତ । ଏନେଇ ବାରମ୍ବାର ଅଭିଯୋଗ ହୋଇଛି । ଏହାକୁ ଦୃଷ୍ଟିରେ ରଖି, ଅବଢା ଦରରେ ନିୟନ୍ତ୍ରଣ ଏବଂ ଅମାନିଆଙ୍କ ଉପରେ ରୋକ୍ ଲଗାଇବା ପାଇଁ ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିବା ସହ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି ସୁଆର ମହାସୁଆର ନିଯୋଗ । ଏନେଇ ଖୁବ୍ ଶୀଘ୍ର ହେବ କାର୍ଯ୍ୟାନୁଷ୍ଠାନ ।