ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ପ୍ରମିଳା
ବାଚସ୍ପତି ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ

ବାଚସ୍ପତି ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ । ଓଡିଶା ବିଧାନସଭାର ବାଚସ୍ପତି ପ୍ରାର୍ଥୀ ଲାଗି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ ପ୍ରମିଳା ମଲ୍ଲିକ । ଏହି ସମୟରେ ବିଜେଡିର ଅନେକ ନେତା ଓ କର୍ମୀମାନେ ଉପସ୍ଥିତ ରହିଛନ୍ତି ।
ସେହିପରି ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଭେଟିଛନ୍ତି ପ୍ରମିଳା ମଲ୍ଲିକ ।ତେବେ ଓଡିଶା ବିଧାନସଭା ଦେଖିବ ପ୍ରଥମ ମହିଳା ବାଚସ୍ପତି । ଆସନ୍ତାକାଲି ନିଦ୍ୱର୍ନ୍ଦରେ ହେଇପାରନ୍ତି ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିନ୍ତ। ତେବେ ଏହା ପୂର୍ବରୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା ମଲ୍ଲିକ । ପ୍ରମିଳା ରାଜସ୍ୱ, ବିପର୍ଯ୍ୟୟ ପରିଚାଳନା ଓ ଅନ୍ୟାନ୍ୟ ବିଭାଗରେ ମନ୍ତ୍ରୀ ଥିଲେ ।
ସୂଚନାଯୋଗ୍ୟ ଯେ, ପୂର୍ବତନ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବୁଧବାର ବିଜେଡି ପ୍ରାର୍ଥୀ ଘୋଷଣା କରିଥିଲା । ଶୁକ୍ରବାର ଅର୍ଥାତ୍ ୨୨ ତାରିଖରେ ସକାଳ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ ହେବ । ବିକ୍ରମ କେଶରୀ ଆରୁଖଙ୍କୁ ମନ୍ତ୍ରୀ କରାଯିବା ପରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିଲା ବିଧାନସଭାର ବାଚସ୍ପତି ପଦ । ବିଜେଡିର ପଞ୍ଚମ ପାଳି ସରକାରରେ ରାଜସ୍ୱ ମନ୍ତ୍ରୀ ଥିବା ପ୍ରମିଳା ମଲ୍ଲିକ ୬ ଥର ବିଧାୟିକା ହୋଇଛନ୍ତି । ଯାହା ଆଶା କରାଯାଉଛି ପ୍ରମିଳା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ । ଏହାସହ ସେ ହୋଇଯିବେ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି ।