ମନାଲି ରେ ହନିମୁନ
ହନିମୁନ୍ରେ ଯାଇଥିଲେ ପୁଅ-ବୋହୂ: ମନାଲିରେ ଅଛନ୍ତି ପୂରା ଦେଓଲ ପରିବାର!

ମୁମ୍ବାଇ: ପୁଅ ବାହାଘର ପରେ କୋଉଠି ଅଛନ୍ତି ଅଭିନେତା ସନ୍ନି ଦେଓଲ? ମୁମ୍ବାଇର ଭିଡ଼ ଭିତରୁ ବାହାରି ଏକ ପାହାଡ଼ିଆ ଅଞ୍ଚଳରେ ଉପଭୋଗ କରୁଛନ୍ତି ‘ଗଦର୍’ ଷ୍ଟାର୍। ପୁଅ କରଣର ବାହାଘର ପରେ ପ୍ରଥମ ପୋଷ୍ଟ୍ ସେୟାର୍ କରିଛନ୍ତି ଅଭିନେତା। ବାହାଘରର ସମସ୍ତ କାମ ସରିବା ପରେ ସେ ଏବେ ଟିକେ ବିଶ୍ରାମ ପାଇଁ ଏକ ପାହାଡ଼ିଆ ଅଞ୍ଚଳକୁ ବୁଲି ଯାଇଛନ୍ତି।
ନିକଟରେ ସେ ସୋସିଆଲ୍ ମିଡିଆରେ ତାଙ୍କର ଫଟୋ ଓ ଭିଡିଓ ପୋଷ୍ଟ୍ କରିଛନ୍ତି। ତାଙ୍କ ଭିଡିଓରେ ଝରଣ ବୋହୁଥିବାର ଦୃଶ୍ୟ ରହିଛି। ପ୍ରକୃତିର ସୌନ୍ଦର୍ଯ୍ୟକୁ ସନ୍ନି ତାଙ୍କ କ୍ୟାମେରାରେ କଏଦ କରିଛନ୍ତି। ତାଙ୍କର ଏହି ପୋଷ୍ଟ୍ ଦେଖି ସୋସିଆଲ୍ ମିଡିଆ ବ୍ୟବହାରକାରୀ ଖୁସି ପ୍ରକଟ କରିଛନ୍ତି।
ବ୍ୟବହାରକାରୀ ଅନୁମାନ କରୁଛନ୍ତି କି ସନ୍ନି ବୋଧହୁଏ ମନାଲିରେ ଅଛନ୍ତି, ଯେଉଁଠାରେ ତାଙ୍କର ଏକ ବିଳାସମୟ ଫାର୍ମହାଉସ୍ ରହିଛି। ଏପରିକି ସନ୍ନି ତାଙ୍କ ପୁଅ ବାହାଘର ପାଇଁ ମନାଲିର ଦଶାଲ ଗାଁରେ ଭୋଜି ଦେଇଛନ୍ତି। ସେଠାକାର ଲୋକ ସନ୍ନିଙ୍କୁ ତାଙ୍କ ପୁଅ ବାହାଘର ପାଇଁ ଶୁଭେଚ୍ଛା ବି ଦେଇଛନ୍ତି।
ଗତ କିଛି ଦିନ ତଳେ ଏକ ଭିଡିଓ ଭାଇରାଲ୍ ହୋଇଥିଲା, ଯେଉଁଥିରେ ରାଜବୀର ଦେଓଲଙ୍କୁ ବି ମନାଲିରେ ଦେଖିବାକୁ ମିଳିଥିଲା। ଲାଗୁଛି କରଣ-ଦ୍ରିଶାଙ୍କ ସହ ତାଙ୍କ ପରିବାର ସମସ୍ତ ଲୋକ ମନାଲି ଯାଇଛନ୍ତି।
କାହିଁକି ନା କିଛି ଦିନ ପୂର୍ବରୁ କରଣ ଓ ଦ୍ରିଶା ସେମାନଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ରେ ମୋନାଲିର ସୁନ୍ଦର ଦୃଶ୍ୟ ସବୁକୁ ଅପ୍ଲୋଡ୍ କରିଥିଲେ। ବିବାହ ପରେ ଦମ୍ପତି ହନିମୁନ୍ ପାଇଁ ମନାଲି ଯାଇଥିବା ଶୁଣିବାକୁ ମିଳିଥିଲା।