ଉଦୟଭାନୁ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଓ ବିଷୁବ ମିଳନ ସମ୍ମାନ
ଐତିହାସିକ କଟକ ସହରର ପୂର୍ବାଞ୍ଚଳ ସୁପ୍ରତିଷ୍ଠିତ ସାରସ୍ବତ ଅନୁଷ୍ଠାନ ଉଦୟଭାନୁ ସାହିତ୍ୟ ସଂସଦର ୨୪ତମ ବାର୍ଷିକ ଉତ୍ସବ ଓ ବିଷୁବ ମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି।

କଟକ : ଐତିହାସିକ କଟକ ସହରର ପୂର୍ବାଞ୍ଚଳ ସୁପ୍ରତିଷ୍ଠିତ ସାରସ୍ବତ ଅନୁଷ୍ଠାନ ଉଦୟଭାନୁ ସାହିତ୍ୟ ସଂସଦର ୨୪ତମ ବାର୍ଷିକ ଉତ୍ସବ ଓ ବିଷୁବ ମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁପରିଚିତ ଲେଖକ ଜଷ୍ଟିସ ଜୀବନ ବଲ୍ଲଭ ଦାସ ଏବଂ ମୁଖ୍ୟବକ୍ତା ଭାବେ ଅତିରିକ୍ତ ଶାସନ ସଚିବ ତଥା ବିଶିଷ୍ଟ ସାହିତ୍ୟିକ ଅଲେଖ ଚନ୍ଦ୍ର ପଢିହାରୀ ଆଇଏଏସ୍ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ପ୍ରଫେସର ବିଜୟ କୁମାର ଶତପଥୀ ଏହି ଉତ୍ସବ ଓ ବିଷୁବ ମିଳନର ଗୁରୁତ୍ଵ ଉପରେ ସୂଚନା ଦେଇ ଏହାର ମହତ୍ବ ଓ ପଣାର ତତ୍ତ୍ୱ ଉପରେ ମତ ରଖୁ ସ୍ବାଗତ ଅଭିଭାଷଣ ଦେଇଥିଲେ । ସମ୍ପାଦକ ସରୋଜିନୀ ମିଶ୍ର ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରି ଆୟୋଜିତ କବିତା ପାଠୋତ୍ସବକୁ ପରିଚାଳନା କରିଥିଲେ । ଉଦୟଭାନୁ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ବିଜ୍ଞାନ ସାହିତ୍ୟକୁ ରୁଦ୍ଧିମନ୍ତ କରିଥିବା ତଥା ଶତାତ୍ଵିକ ବିଜ୍ଞାନ ଓ ପରିବେଶ ଆଧାରିତ ପୁସ୍ତକର ରଚୟିତା ଡାକ୍ତର ନିତ୍ୟାନନ୍ଦ ସାଇଁଙ୍କୁ ଉଦୟଭାନୁ ଜ୍ୟୋତି ସମ୍ମାନ, ଦକ୍ଷ ପ୍ରାବନ୍ଧିକ-ସମାଲୋଚକ-ଇଂରାଜୀ ସାହିତ୍ୟର ଅନୁବାଦକ ତଥା ବିଶିଷ୍ଟ ହେତୁବାଦୀ ଚିନ୍ତକ ଡକ୍ଟର ଧନେଶ୍ଵର ସାହୁଙ୍କୁ ‘ଡକ୍ଟର ଧନେଶ୍ବର ମହାପାତ୍ର ସ୍ମାରକୀ ସମ୍ମାନ’, ସୁପରିଚିତ ନାଟ୍ୟକାର ସୁବାସ ମହାପାତ୍ରଙ୍କୁ ଉଦୟଭାନୁ ସାରସ୍ବତ ସମ୍ମାନ, ପ୍ରସିଦ୍ଧ ବୈଜ୍ଞାନିକ ତଥା ରସୟାନବିତ୍ ଡକ୍ଟର ଶୁବାସିନୀ ଲେଙ୍କା ଉଦୟଭାନୁ ଲେଖୁ ସମ୍ମାନ, ବିଭୂତି ପତିଙ୍କୁ ଉଦୟଭାନୁ ସାମ୍ବାଦିକ ସମ୍ମାନ, ସମାଜସେବୀ ସୂର୍ଯ୍ୟକାନ୍ତ ଦେବତା ଏବଂ ଆକାଶବାଣୀ କଳାକାର ଶୈବାଳିନୀ ତ୍ରିପାଠୀଙ୍କୁ ସମ୍ମାନରେ ସମ୍ମାନିତ କରାଯାଇଥିଲା। ବିଷୁବ ମିଳନ ଅବସରରେ ଉଦୟଭାନୁ ୨୦୨୩ ସ୍ମରଣିକା ଉନ୍ମୋଚିତ ହୋଇଥିଲା । ଓଡ଼ିଶାର ପରମ୍ପରା, କଳା, ସାହିତ୍ୟ, ଭାଷା ଓ ସଂସ୍କୃତିକୁ ବଞ୍ଚାଇ ରଖୁବାକୁ ଆଜି ଏଭଳି ପାରମ୍ପାରିକ ଓଡ଼ିଆ ଉତ୍ସବ ଆୟୋଜନର ଗୁରୁତ୍ବ ଉପରେ ଉପସ୍ଥିତ ଅତିଥିମାନେ ମତ ଦେଇଥିଲେ । ସୁପରିଚିତ ସାହିତ୍ୟିକ ତଥା ଓଡ଼ିଶା ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ସମସ୍ତଙ୍କ ଉପସ୍ଥିତି ଓ ସହଯୋଗ ପାଇଁ ସାଧୁବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ।