ଓଡ଼ିଆରେ ନାମଫଳକ ଲେଖିବା ସଂପର୍କରେ ସମୀକ୍ଷା ବୈଠକ : ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ନିମନ୍ତେ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବ

ଓଡ଼ିଆରେ ନାମଫଳକ ଲେଖିବା ସଂପର୍କରେ ସମୀକ୍ଷା ବୈଠକ : ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ନିମନ୍ତେ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବ

ରାଜ୍ୟର ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ଓଡ଼ିଆରେ ନାମଫଳକ ଲେଖିବା ସଂପର୍କରେ ଆଭାସୀ ମାଧ୍ୟମରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଓଡ଼ିଆରେ ସେମାନଙ୍କ ନାମଫଳକ ଲେଖିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛିା

ବୈଠକରୁ ଜଣାପଡ଼ିଛି ଯେ ଜିଲ୍ଲାସ୍ତରରେ ଉକ୍ତ କାର୍ଯ୍ୟର ତଦାରଖ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯିବା ଏହି କମିଟିରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ସଭ୍ୟ ରହିବୋ ସେହିଭଳି ବିଜ୍ଞପିତ ଅଞ୍ଚଳରେ ସଂପୃକ୍ତ ନିର୍ବାହୀ ଅଧିକାରୀ ଉକ୍ତ କମିଟିର ଅଧ୍ୟକ୍ଷ ରହିବୋ ନିୟମିତ ବ୍ୟବଧାନରେ ଏହି କମିଟି ବୈଠକ କରି ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ଓଡ଼ିଆରେ ନାମଫଳକ ଲେଖିବା ସଂପର୍କରେ ସମୀକ୍ଷା କରିବା ସହ ଏ ସଂକ୍ରାନ୍ତୀୟ ଜାରି ନିର୍ଦ୍ଦେଶନାମାକୁ ଅବମାନନା କରୁଥିବା ସଂସ୍ଥା ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପାରିଶ କରିବୋ ଚଳିତ ବର୍ଷ ଅକେଫାବର ମାସ ସୁଦ୍ଧା ରାଜ୍ୟରେ ୧୩୭୮ ସ୍ଥାନରେ ଚଢ଼ାଉ କରାଯିବା ସହ ୧୧୩୫ଟି ବ୍ୟବସାୟିକ ପ୍ରତିଷ୍ଠାନକୁ ଓଡ଼ିଆରେ ନାମଫଳକ ଲେଖି ନଥିବା ଯୋଗୁଁ କାରଣ ଦର୍ଶାଅ ନୋଟିସ୍‍ ଜାରି କରାଯାଇଛିା ସେହିଭଳି ବିଭିନ୍ନ ଜିଲ୍ଲା କାର୍ଯ୍ୟାଳୟରେ ଓଡ଼ିଆରେ ନାମଫଳକ ବାଧ୍ୟତାମୂଳକ ନେଇ ନିର୍ଦ୍ଦେଶ ଜାରି କରିବାକୁ ଜିଲ୍ଲାପାଳମାନଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତିା

ସେହିଭଳି ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ଓଡ଼ିଆ ପ୍ରବାସୀ ଶ୍ରମିକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯିବା ଏ ନେଇ ବିଭିନ୍ନ ଜିଲ୍ଲାର ଶ୍ରମ ଅଧିକାରୀମାନଙ୍କଠାରୁ ମତାମତ ଆହ୍ୱାନ କରାଯାଇଛିା ଚଳିତ ବର୍ଷ ଅକେଫାବର ମାସ ସୁଦ୍ଧା ପ୍ରବାସୀ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ସଂପର୍କିତ ୧୦୮ଟି ଅଭିଯୋଗ ହସ୍ତଗତ ହୋଇଥିବାବେଳେ ୧୪୬୧ ଜଣ ଓଡ଼ିଆ ପ୍ରବାସୀ ଶ୍ରମିକଙ୍କୁ ବିଭିନ୍ନ ଦେଶ ଓ ରାଜ୍ୟରୁ ଉଦ୍ଧାର କରାଯାଇଛିା ପ୍ରବାସୀ ଓଡ଼ିଆମାନଙ୍କ ସୁଖଦୁଃଖର ସାଥି ହେବା ସହ ରାଜ୍ୟର କଳା, ସାହିତ୍ୟ ଓ ସଂସ୍କୃତିର ପ୍ରଚାରପ୍ରସାର ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ପରିବାର ଗଠନ କରାଯାଇଛିା

ଏହି ବୈଠକରେ ଶ୍ରମ ବିଭାଗ ଶାସନ ସଚିବ ଶ୍ରୀ ଆର୍‍. ସନ୍ଥଗୋପାଳନ, ଶ୍ରମ କମିଶନର ଶ୍ରୀ ତିରୁମାଲା ନାୟକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ବିଭାଗୀୟ ସ୍ୱତନ୍ତ୍ର ସଚିବ ଶ୍ରୀ ମଧୁସୂଦନ ଦାଶ, ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀ ପ୍ରିତୀଶ ପଣ୍ଡା, ଶ୍ରୀ ଲକ୍ଷ୍ମୀଧର ବେହେରା, ବିଭିନ୍ନ ଜିଲ୍ଲାର ଶ୍ରମ ଅଧିକାରୀ, ସହାୟକ ଶ୍ରମ କମିଶନର ପ୍ରମୁଖ ଯୋଗ ଦେଇଥିଲୋ