ସମ୍ବଲପୁର ଗସ୍ତରେ ଆସିବେ ଜାତୀୟ ଜନଜାତି କମିଶନ୍ ସଦସ୍ୟ
ଜାତୀୟ ଜନଜାତି କମିଶନ୍ ସଦସ୍ୟ ଅନନ୍ତ ନାୟକ କେନ୍ଦୁଝର, ଝାରସୁଗୁଡ଼ା ଓ ସମ୍ବଲପୁର ଗସ୍ତରେ ଆସୁଛନ୍ତି।

ଜାତୀୟ ଜନଜାତି କମିଶନ୍ ସଦସ୍ୟ ଅନନ୍ତ ନାୟକ କେନ୍ଦୁଝର, ଝାରସୁଗୁଡ଼ା ଓ ସମ୍ବଲପୁର ଗସ୍ତରେ ଆସୁଛନ୍ତି। ତାଙ୍କର ଗସ୍ତ ନେଇ ଜାତୀୟ ଜନଜାତି କମିଶନ୍ ର ସଚିବ ରାଜ୍ୟର ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ସଚିବ, ଡିଜି ପୋଲିସଙ୍କ ସହିତ ସମ୍ବଲପୁର, କେନ୍ଦୁଝର, ଝାରସୁଗୁଡ଼ାର ଏସପି ଓ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି।
ତେବେ ନିକଟରେ ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସାରେ ଜଣେ ଯୁବକ ପ୍ରାଣ ହରାଇଥିଲେ। ତେବେ ଏହି ହିଂସାରେ ପ୍ରାଣ ହରାଇଥିବା ଏକମାତ୍ର ଯୁବକ ଜନଜାତି ସମ୍ପ୍ରଦାୟର ହୋଇଥିବା ବେଳେ ମୃତ୍ୟୁ ପରେ ତାଙ୍କର ରୀତିନୀତି ଅନୁସାରେ ଶବ ସତ୍କାର କରାଯାଇନଥିବା ଅଭିଯୋଗ ହୋଇଥିଲା। ଏଭଳି ସ୍ଥିତରେ ଜାତୀୟ ଜନଜାତି କମିଶନ ର ସଦସ୍ୟଙ୍କ ସମ୍ବଲପୁର ଗସ୍ତ ନେଇ ସୂଚନା ମିଳିଛି।