ବନ୍ଧୁକ କାରବାର କରୁଥିବା ୬ ଅପରାଧୀ ଗିରଫ

ସମ୍ବଲପୁର ପୋଲିସକୁ ବଡ଼ ସଫଳତା। ଜିଲ୍ଲାରେ ବନ୍ଧୁକ ସାମ୍ରାଜ୍ୟ ଚଳାଇଥିବା ଗ୍ୟାଙ୍ଗକୁ ଠାବ କରିଛି ପୁଲିସ ।

ବନ୍ଧୁକ କାରବାର କରୁଥିବା ୬ ଅପରାଧୀ ଗିରଫ

ସମ୍ବଲପୁର ପୋଲିସକୁ ବଡ଼ ସଫଳତା। ଜିଲ୍ଲାରେ ବନ୍ଧୁକ ସାମ୍ରାଜ୍ୟ ଚଳାଇଥିବା ଗ୍ୟାଙ୍ଗକୁ ଠାବ କରିଛି ପୁଲିସ । ବନ୍ଧୁକ କାରବାର କରୁଥିବା ୬ ଅପରାଧୀଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ଠାରୁ ୮ ଟି ବନ୍ଧୁକ, ୨୨ ଟି ଜୀବନ୍ତ ଗୁଳି, ଖଣ୍ଡା ସହ ୧୧ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି ।

ସୂଚନାନୁଯାୟୀ, ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଏମଡି ମୌସିନ, ଏମଡି ସମଶେର, ମୁନୁ ପାଣ୍ଡେ, ମୋହିତ ପାଶ୍ୱାନ, ସନ୍ତୋଷ ମହାରଣା ଏବଂ ଏମଡି ଅହମ୍ମଦ। ଏମାନଙ୍କ ନାଁରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଛି । ଗିରଫ ଅପରାଧୀ ବାହାର ରାଜ୍ୟରୁ ବନ୍ଧୁକ ଆଣି ବ୍ୟବସାୟ କରିବା ସହ ନିଜେ ମଧ୍ୟ ବନ୍ଧୁକ ତିଆରି କରୁଥିଲେ । ଏନେଇ ସମ୍ବଲପୁର ଏସପି ମୁକେଶ ଭାମୂ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।