ଡାହାଳପୁର ଅଙ୍ଗନବାଡି କର୍ମୀଙ୍କୁ ନିଲମ୍ବନ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର
ଡାହାଳପୁର ଅଙ୍ଗନବାଡି କର୍ମୀଙ୍କୁ ନିଲମ୍ବନ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ନଡ଼ିଆବରାଇ ପଞ୍ଚାୟତର ଡାହାଳପୁର ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ର ର କର୍ମୀଙ୍କୁ ନିଲମ୍ବନ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ,୨୦୧୯ ମସିହାରେ ଉକ୍ତ ଅଙ୍ଗନବାଡି କର୍ମୀ ଦ୍ରୌପଦୀ ପ୍ରଧାନକୁ ବିଭିନ୍ନ ଦୁର୍ନୀତିକୁ ଭିତ୍ତି କରି ଅଭିଯୋଗ ପରେ ଉପଜିଲ୍ଲାପାଳ ନିଲମ୍ବିତ କରିଥିଲେ l
ଅର୍ଥ ତୋଷାରପାତ,କାର୍ଯ୍ୟରେ ଅବହେଳା,ପିଲାମାନଙ୍କ ଅଣ୍ଡା ଛତୁଆ ଓ ପୋଷାକ ବଣ୍ଟନ ରେ ଅନିୟମିତତା, ପିଲାମାନଙ୍କ ଉପସ୍ଥାପନ ଖାତାରେ ଅଧିକ ପିଲାଙ୍କ ନାମ ପକାଇ ଅଣ୍ଡା ଛତୁଆ ଆଉ ପୋଷାକପତ୍ର ଆଦି ହଡପ କରିବା,ପିଲାମାନଙ୍କ ପାଁଇ କୌଣସି ଖେଳନା ନଦେଇ ଖେଳନା କିଣା ବାବଦୀୟ ଅର୍ଥ ହଡପ କରିବା,ଅଙ୍ଗନବାଡି ର ରେକର୍ଡ ପତ୍ର ସଠିକ ଭାବରେ ସମ୍ପାଦନ ନକରିବା ଆଦି ଅଭିଯୋଗ ଆଣିଛନ୍ତି ଡାହାଳପୁର ଗ୍ରାମବାସୀ l ଗରଦପୁର ବ୍ଲକର ସିଡିପିଓ ମାଡାମଙ୍କ କାର୍ଯ୍ୟାଳୟ ତରଫରୁ ଚାରି ପାଞ୍ଚ ଥର ଯାଞ୍ଚ କରି ସତ୍ୟାସତ୍ୟ ବାହାର କରାଯାଇଥିଲା l ଅଙ୍ଗନବାଡି କେନ୍ଦ୍ରର ମାତୃକମିଟି,ଯାଞ୍ଚ କମିଟି,ଗ୍ରାମ କମିଟି ଙ୍କ ସହିତ ଉଚ୍ଚପଦସ୍ତ ଅଧିକାରୀ ଉପସ୍ଥିତିରେ ଅନୁସନ୍ଧାନ କରାଯାଇ ଶେଷରେ ଉପଜିଲ୍ଲାପାଳ ଦ୍ରୌପଦୀ ପ୍ରଧାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିଲେ ଓ ସମସ୍ତଙ୍କ ଉପସ୍ଥିତି ରେ ଅଙ୍ଗନବାଡି କର୍ମୀ ଦ୍ରୌପଦୀ ପ୍ରଧାନ ମଧ୍ୟ ସେ କରିଥିବା ସମସ୍ତ ଅନିୟମିତତା ବିଷୟରେ ସ୍ୱୀକାର କରିଥିଲ l
ପୁଣି ସେ କିଭଳି ଭାବେ ଏହି କେନ୍ଦ୍ରରେ ରହି କାର୍ଯ୍ୟ କରୁଛନ୍ତି ବୋଲି ଗ୍ରାମବାସୀ ମାନେ କହିଛନ୍ତି lଏଣୁ ସେମାନେ ଏପରି ଦୂର୍ନୀତିଗ୍ରସ୍ତ ଅଙ୍ଗନବାଡି କର୍ମୀଙ୍କୁ ସବୁଦିନ ପାଁଇ ବହିଷ୍କାର କରିବା ପାଁଇ ଦାବୀ କରିଛନ୍ତି,ତାଙ୍କର ସମସ୍ତ ଅରିଜିନାଲ ଡକ୍ୟୁମେଣ୍ଟ ଓ ରେକର୍ଡ ର ତଦାରଖ କରାଯାଉ,ତାଙ୍କ ସ୍ଥାନରେ ଆମ ଗ୍ରାମର ନୂର୍ତନ ଅଙ୍ଗନବାଡି କର୍ମୀଙଙ୍କୁ ନିଯୁକ୍ତି ଦିଆଯାଉ lଆଉ ଯଦି ଦ୍ରୌପଦୀ ପ୍ରଧାନଙ୍କୁ ପୁନର୍ବାର ଚାକିରୀରେ ଅବସ୍ଥାପିତ କରାଯାଏ ତେବେ ଡାହାଳପୁର ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ରେ ବସିବେ ବୋଲି ଚେତାବନୀ ଦେଇଛନ୍ତି l
କେନ୍ଦ୍ରାପଡ଼ାରୁ ବଳରାମ ବେହେରା ଓ ଏନ ଏମ ନିୟୁଜ