ଘାଟିରୁ କାର ଖସି ୩ ମୃତ

ଘାଟିରୁ କାର ଖସି ପରିବାରର ୩ ସଦସ୍ୟଙ୍କ ମୃତ୍ୟୁ I କୋରାପୁଟ ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଯୋଡିମାଦେଲି ଘାଟିରେ ଘଟିଛି ଏହି ଅଘଟଣ ।

ଘାଟିରୁ କାର ଖସି ୩ ମୃତ

ଘାଟିରୁ କାର ଖସି ପରିବାରର ୩ ସଦସ୍ୟଙ୍କ ମୃତ୍ୟୁ I କୋରାପୁଟ ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଯୋଡିମାଦେଲି ଘାଟିରେ ଘଟିଛି ଏହି ଅଘଟଣ । ଗତକାଲି ବିଳମ୍ବିତ ରାତିରେ ଏକ ହୁଣ୍ଡାଇ କ୍ରେଟା କାରରେ ଶାଶୁ,ଶ୍ୱଶୁର,ଝିଅ ଓ ଜ୍ୱାଇଁ ବୁଲିବାକୁ ଯାଇଥିବାବେଳେ ଘାଟିରୁ ତଳକୁ ଗାଡିଟି ଖସି ପଡିଥିଲା Iଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା I ଗୁରୁତର ଆହତ ଜଣଙ୍କୁ କୋରାପୁଟ ମେଡିକାଲ ରେ ଭର୍ତି କରାଯାଇଛି

ସୂଚନାନୁସାରେ,କାରରେ ଛତିଶଗଡ଼ ରାଜଗାଓଁରୁ ବିଶାଖାପାଟଣା ବୁଲିବାକୁ ଯାଉଥିଲେ ଗୋଟିଏ ପରିବାରର ୪ ଜଣ ସଦସ୍ୟ । ଆଜି ଭାର ୪ଟା ବେଳେ ଭାରସାମ୍ୟ ହରାଇ ଗାଡିଟି ଘାଟିରୁ ତଳକୁ ଖସି ପଡିଥିଲା I ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଥିଲା I ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପୋଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛି I