କଲେଜ ରେ ନାମ ଲେଖା ନିମନ୍ତେ ସରକାରୀ ସହାୟତା ପାଁଇ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ସପରିବାର

କଲେଜ ରେ ନାମ ଲେଖା ନିମନ୍ତେ ସରକାରୀ ସହାୟତା ପାଁଇ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ସପରିବାର

କଲେଜ ରେ ନାମ ଲେଖା ନିମନ୍ତେ ସରକାରୀ ସହାୟତା ପାଁଇ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ସପରିବାର,କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମର ଭାଗ୍ୟଲକ୍ଷ୍ମୀ ପାଢ଼ୀ ପିତା-ଦୀପ୍ତିକାନ୍ତ ପାଢ଼ୀ ଓ ମାଆ ରାଜଲକ୍ଷ୍ମୀ ପାଢ଼ୀଙ୍କ ବଡ଼ ଝିଅ ଭାଗ୍ୟଲକ୍ଷ୍ମୀ l ଭାଗ୍ୟଲକ୍ଷ୍ମୀ ଙ୍କ ବାପା ଦୀପ୍ତିକାନ୍ତ ବ୍ରାହ୍ମଣ କୂଳରେ ଜନ୍ମ ହୋଇଥିବାରୁ ପୂଜା ପାଠ କରି ଯେଉଁ ଦୁଇ ପଇସା ରୋଜଗାର କରନ୍ତି l

ସେଇ ସ୍ୱଳ୍ପ ପଇସା ରେ ପରିବାର ପ୍ରତିପୋଷଣ କରନ୍ତି,ସେଥିରେ ଚାରି ପ୍ରାଣୀ କୁଟୁମ୍ବ ଚଳିବା ଆଜିକାଲିର ମହଙ୍ଗା ଯୁଗରେ ଅସମ୍ଭବ l

ଦୀପ୍ତିକାନ୍ତଙ୍କ ଝିଅ ଭାଗ୍ୟଲକ୍ଷ୍ମୀ ଚଳିତ ବର୍ଷ ଯୁକ୍ତ ଦୁଇ ପାସ କରିବା ପରେ ଡେରାବିଶ କଲେଜ ରେ ଯୁକ୍ତ ତିନି ରେ ପଢିବା ନିମନ୍ତେ ଆବେଦନ କରିଥିଲେ l ଏବଂ କଲେଜ ରୁ ଆଡ଼ମିସନ ନିମନ୍ତେ ଇଣ୍ଟିମେସନ ଲେଟର ବି ଆସିଲା ହେଲେ ଅର୍ଥ ଅଭାବରୁ କଲେଜ ରେ ଆଡ଼ମିସନ କରିପାରିନଥିଲେ l ଭାଗ୍ୟଲକ୍ଷ୍ମୀ,ଚଳିତ ମାସ ୨୩ ତାରିଖରେ ଦୀପ୍ତିକାନ୍ତଙ୍କ ଘରୁ ଚୋର ମାନେ ପଶି ସୁନା,ରୁପା ସହିତ କଷ୍ଟ କରି ଉପାର୍ଜନ କରିଥିବା ଧନ ସମ୍ପତି ଓ ପଇସା ପତ୍ର ଚୋରମାନେ ଚୋରି କରି ନେଇଥିଲେ l

ଚୋରି ହୋଇଯିବା ପରେ ଭଲ ପାଠ ପଢ଼ୁଥିବା ବଡ଼ ଝିଅ ପାଠ ପଢାକୁ ନେଇ ଏବେ ବାପା ମାଆ ଚିନ୍ତାରେ l ଏନେଇ ଭାଗ୍ୟଲକ୍ଷ୍ମୀଙ୍କ ସହିତ ବାପା ଦୀପ୍ତିକାନ୍ତ ଓ ମାଆ ରାଜଲକ୍ଷ୍ମୀ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଂହଁଚି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଜଣାଇଛନ୍ତି l

ଯଦି ଜିଲ୍ଲା ପ୍ରଶାସନ ଏଇ ପାଠ ପଢୁଆ ଝିଅଟା ପ୍ରତି ଟିକେ ଦୃଷ୍ଟି ଦେବେ ତାହାଲେ ଭାଗ୍ୟଲକ୍ଷ୍ମୀ ଯୁକ୍ତ ତିନି ପାଠ ପଢ଼ିପାରିବ ଓ ଭାଗ୍ୟଲକ୍ଷ୍ମୀଙ୍କ ବାପା ମାଆଙ୍କ ମୁଁହରେ ଟିକେ ହସ ଫୁଟିବ l

କେନ୍ଦ୍ରାପଡ଼ାରୁ ବଳରାମ ବେହେରା ଓ ଏନ ଏମ ନିୟୁଜ