ବଟି ମାଗିବାକୁ ଯାଇ ହଟହଟା, ଛେଚା ଖାଇଲେ ସରପଞ୍ଚ

ବଟି ମାଗିବାକୁ ଯାଇ ହଟହଟା ହେବା ସହ ଛେଚା ଖାଇଲେ ସରପଂଚ ।

ବଟି ମାଗିବାକୁ ଯାଇ ହଟହଟା, ଛେଚା ଖାଇଲେ ସରପଞ୍ଚ

ବଟି ମାଗିବାକୁ ଯାଇ ହଟହଟା ହେବା ସହ ଛେଚା ଖାଇଲେ ସରପଂଚ । ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ କବରାପାଲି ସରପଂଚ ଅନ୍ତର୍ଯ୍ୟାମୀ ପ୍ରଧାନ ମାଡ ଖାଉଥିବା ସମୟର ଭିଡିଓ ଭାଇରାଲ ହୋଇଛି ।

ସ୍ଥାନୀୟ ଏକ କେମିକାଲ ଫ୍ୟାକ୍ଟ୍ରିକୁ ଅଗଷ୍ଟ ୧୫ ଅବସରରେ ଚାନ୍ଦା ମାଗିବାକୁ ଯାଇଥିବା ସମୟରେ କିଛି ବ୍ୟକ୍ତି ସରପଂଚ ଅନ୍ତର୍ଯ୍ୟାମୀଙ୍କୁ ଘେରି ଯାଇଥିଲେ । ଫଳରେ ଘେରିଯିବା ସହ ତାଙ୍କୁ ଚାପୁଡା ମାରୁଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଆଜି ଭାଇରାଲ ହୋଇଛି । କିନ୍ତୁ ଆମେ ଆପଣଙ୍କୁ ସେହି ଭିଡିଓ ଦେଖାଇପାରିବୁ ନାହିଁ । ତେବେ ଏହା ପରେ ସରପଂଚ ସେମାନଙ୍କୁ କ୍ଷମା ମାଗିବା ସହ ଏ ଅଂଚଳକୁ ଆସିବି ନାହଁ ବୋଲି ଭିଡିଓରେ କହୁଛନ୍ତି ।

ହେଲେ ଘଟଣାରେ ସରପଂଚ ମାଡ ଖାଇଲା ପରେ ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରି ନାହାନ୍ତି । ତେବେ ଅଭିଯୋଗ ନକରିବା ପରୋକ୍ଷରେ ଘଟଣାର ସତ୍ୟାସତ୍ୟ ଦିଗକୁ ଇଙ୍ଗିତ କରୁଛି । ଅନ୍ୟପଟେ ସରପଂଚଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିବାବେଳେ ତାହା ସମ୍ଭବପର ହୋଇନି ।