ଅମାୟିକ ବ୍ୟକ୍ତିତ୍ୱ ବୁଚୁନା ଙ୍କ ଅକାଳ ବିୟୋଗ
ପାରାଦୀପ ବାଲିଡିଆ ଅଞ୍ଚଳର ଅମାୟିକ ଯୁବ ବ୍ୟକ୍ତିତ୍ଵ ତଥା ଯୁବ ସମାଜ ସେବୀ ପ୍ରକାଶ କୁମାର ପଟ୍ଟନାୟକ ତଥା ଡାକ ନାମ ବୁଚୁନା ଙ୍କ ର ଆଜି କଟକ ବଡ଼ ଡ଼ାକ୍ତରଖାନାରେ ଦେହାନ୍ତ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୭ ବର୍ଷ ବୟସ ହୋଇଥିଲା

ପାରାଦୀପ ଉପକଣ୍ଠ ନୂଆଗଡ ପଞ୍ଚାୟତ ବାଲିଡିଆ ଗ୍ରାମ ର ଅମାୟିକ ଯୁବ ବ୍ୟକ୍ତିତ୍ଵ ତଥା ଯୁବ ସମାଜ ସେବୀ ପ୍ରକାଶ କୁମାର ପଟ୍ଟନାୟକ ତଥା ଡାକ ନାମ ବୁଚୁନା ଙ୍କ ର ଆଜି କଟକ ବଡ଼ ଡ଼ାକ୍ତରଖାନାରେ ଦେହାନ୍ତ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୭ ବର୍ଷ ବୟସ ହୋଇଥିଲା। ତେବେ ଗତ କିଛି ଦିନ ହେବ ବୁଚୁନା ଙ୍କ ର ଦେହ ଭୀଷଣ ଭାବରେ ଅସୁସ୍ଥ ହୋଇଥିଲା ପରେ ଯଦିଓ କିଛି ଟା ସୁସ୍ଥ ହୋଇ ଥିଲେ କିନ୍ତୁ ଡାକ୍ତର ଙ୍କ ପରାମର୍ଶ ରେ ଚିକିତ୍ସା ପ୍ରକ୍ରିୟା ରେ ଥିଲେ। ତେବେ ଗତ ଚଳିତ ମେ ମାସ ୬ତାରିଖ ଦିନ କାର୍ଯ୍ୟ କରୁଥିବା ତାଙ୍କ ସାଇଟ୍ ରେ କୌଣସି କାରଣରୁ ହଠାତ୍ ସକାଳୁ ଅସୁସ୍ଥ ଅନୁଭବ କରି ମୁଣ୍ଡ କଣ ହେଉଛି କହି ଟଳି ପଡ଼ିଥିଲେ। ଏହା ଦେଖି ସାଥି ସହଯୋଗୀ ମାନେ ତାଙ୍କୁ ସ୍ଥାନୀୟ ଏମ୍ସ ହସ୍ପିଟାଲ କୁ ନେଇଥିଲେ କିନ୍ତୁ ସେଠାରେ ସ୍ବାସ୍ଥ୍ୟ ଅବସ୍ଥାରେ କୋୖଣସି ଉନ୍ନତି ପରିଲକ୍ଷିତ ନ ହେବାରୁ ଡାକ୍ତର ଙ୍କ ପରାମର୍ଶ ରେ ସ୍ଥାନୀୟ କିମ୍ସ ହସ୍ପିଟାଲ କୁ ସ୍ଥାନାନ୍ତରିତ କରିଥିଲେ।
ତେବେ ସେଠାରେ ଦୀର୍ଘ ସମୟ ଧରି ଚିକିତ୍ସା ହେବା ପରେ ଡାକ୍ତର ଏହା ବ୍ରେନ୍ ଷ୍ଟ୍ରୋକ ହୋଇଛି ବୋଲି କହିଥିଲେ। ଏଥିରେ ସମ୍ପୁର୍ଣ୍ଣ ବିପଦମୁକ୍ତ ନାହିଁ କେବଳ କିଛି ଦିନ ଅବଜରଭେସନ ପାଇଁ ଆଇସିୟୁ ରେ ଭେଣ୍ଟିଲେଟର ରେ ରଖିବା ପାଇଁ କହିଥିଲେ। କିନ୍ତୁ ଗତ ୭ଦିନ ଧରି ସ୍ବାସ୍ଥ୍ୟ ଅବସ୍ଥା ଯଦିଓ ସ୍ଥିର ରହିଥିଲା କିନ୍ତୁ ସ୍ବାସ୍ଥ୍ୟ ରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା ଏପରିକି ଚେତା ମଧ୍ୟ ଫେରି ନଥିଲା ।
ତେବେ ପରିବାର ଲୋକେ ଏପରି ଅବସ୍ଥାରେ ବ୍ୟତିବ୍ୟସ୍ତ ହୋଇ କଟକ ବଡ଼ ଡ଼ାକ୍ତରଖାନାର ପ୍ରଫେସର ଙ୍କ ସହିତ ଆଲୋଚନା କରି ବୁଚୁନା ଙ୍କୁ ଶନିବାର ଦିନ ଯଥା ୧୩ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର କିମ୍ସ ହସ୍ପିଟାଲ ରୁ କଟକ ଏସସିବି ବଡ଼ ଡ଼ାକ୍ତରଖାନାକୁ ଭେଣ୍ଟିଲେଟର ଆମ୍ବୁଲାନ୍ସ ମାଧ୍ୟମରେ ସ୍ଥାନାନ୍ତରିତ କରିଥିଲେ। ଏନେଇ ଡାକ୍ତର ଚିକିତ୍ସାଧିନ ରେ ଅବଜରଭେସନ ରଖି ଥିବା ବେଳେ ଆଜି ଅର୍ଥାତ୍ ୧୪ ତାରିଖ ରବିବାର ସକାଳୁ ବୁଚୁନା ସେହି ଚେତାଶୂନ୍ୟ ଅବସ୍ଥାରେ ଇହ ଧାମ ତ୍ୟାଗ କରିଥିଲେ। ଏନେଇ ଖବର ପ୍ରଚାରିତ ହେବା ଚାରିଆଡ଼େ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସ୍ବର୍ଗତ ବୁଚୁନା ଓରଫ୍ ପ୍ରକାଶ କୁମାର ପଟ୍ଟନାୟକ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକଙ୍କ ପୁତ୍ର ଓ ବିକାଶ କୁମାର ପଟ୍ଟନାୟକ ଙ୍କ ବଡ଼ ଭାଇ ଅଟନ୍ତି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଲଦିଆ ଗ୍ରାମ ରେ ବୁଚୁନା ଙ୍କ ପୈତୃକ ଘର। ଜଣେ ଅମାୟିକ ବ୍ୟକ୍ତିତ୍ଵ, ପରୋପକାରୀ, ସମାଜସେବୀ, ମିଷ୍ଟଭାଷୀ, ଓ ସାଙ୍ଗ ସାଥି ବତ୍ସଳ ଭାବେ ବୁଚୁନା ଙ୍କ ର ସ୍ଥାନୀୟ ଅଞ୍ଚଳରେ ଯଥେଷ୍ଟ ଲୋକପ୍ରିୟତା ରହିଛି। ତେବେ ଆଜି ସକାଳୁ ତାଙ୍କର ଅକାଳ ବିୟୋଗ ନେଇ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳ ସମେତ ବନ୍ଧୁ ପରିଜନ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଏନେଇ ପରିବାର ଲୋକେ ବୁଚୁନା ଙ୍କ ଶେଷକୃତ୍ୟ ସମ୍ପନ୍ନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କର ଶେଷ ଦର୍ଶନ ପାଇଁ କଟକ ବଡ଼ ମେଡ଼ିକାଲକୁ ଶୁଭେଚ୍ଛୁ ମାନଙ୍କ ସୁଅ ଛୁଟିଛି।
ତେବେ ବୁଚୁନା ଙ୍କ ଅକାଳ ମୃତ୍ୟୁ ନେଇ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ଵାଳ, ବିଜେଡି ନେତା କୁମରବର ବିଶ୍ବାଳ, ଉଲ୍ଲାସ ବିଶ୍ବାଳ, ଚିତ୍ତରଞ୍ଜନ ରାଉତରାୟ ( ମିଟୁ ), ଓ ବରିଷ୍ଠ ଆଇନଜୀବି ତଥା ଆଡିସନାଲ୍ ପବ୍ଲିକ୍ ପ୍ରସିକ୍ୟୁଟର ( ସରକାରୀ ଓକିଲ) ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ଦାସ ଙ୍କ ସମେତ ଅନେକ ବୁଦ୍ଧିଜିବୀ ଶୋକବ୍ୟକ୍ତ କରିବା ସହିତ ବୁଚୁନା ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ।