ପାରାଦୀପ ପୋଲିସ ର ବଡ ସଫଳତା
ଗାଡ଼ି ଯାଞ୍ଚ ସମୟରେ ଧରାପଡିଲେ ଚୋର ରାକେଟ୍ , ୧୪ଟି ୨ଚକିଆ ଗାଡ଼ି ଉଦ୍ଧାର, ୩ସମ୍ପୃକ୍ତ ଗିରଫ

ବିଳମ୍ବ ରେ ହେଲେ ମଧ୍ୟ ପାରାଦୀପ ପୋଲିସ କୁ ଏକ ବଡ଼ ଧରଣର ସଫଳତା ମିଳିଛି। ଦୀର୍ଘ ଦିନ ବଜାର ଘାଟରୁ କେତେକ ୨ଚକିଆ ଗାଡ଼ି ଚୋରି ନେଇ ପୋଲିସ ର ମୁଣ୍ଡ ବିନ୍ଧା ର କାରଣ ପାଲଟିଥିଲା।
ଲୋକେ ବଜାରଘାଟ କୁ ମାର୍କେଟିଂ କରିବାକୁ ଆସିଥିବା ବେଳେ ଅସାବଧାନତା ହେତୁ ଗାଡ଼ି ପାର୍କିଂ କରିଥାନ୍ତି। ଏହାର ସୁଯୋଗ ନେଇ ଚୋର ମାନେ ଏକ ରାକେଟ୍ ଚଳାଇ ବେଶ୍ ଚତୁରତାର ସହ ଉକ୍ତ ଗାଡ଼ି ସବୁ ଚୋରି କରି ନେଇ ବିଭିନ୍ନ ଅଞ୍ଚଳରେ ବିକ୍ରି କରୁଥିଲେ ଯାହାର ପର୍ଦ୍ଧାଫାଶ କରିଛି ପାରାଦୀପ ପୋଲିସ।
ତେବେ ଘଟଣାରୁ ଜଣାପଡିଛି ଯେ ପାରାଦୀପ ର ଅଠର ବାଙ୍କି ଛକଠାରେ ପୋଲିସ ପକ୍ଷରୁ ଗାଡ଼ି ଯାଞ୍ଚ ସମୟରେ ପ୍ରଥମେ ଏକ ସନ୍ଦିଗ୍ଧ ୨ଚକିଆ ଯାନ ଧରି ପଡ଼ିଥିଲା। ଉକ୍ତ ଗାଡିକୁ ଧରି ତାର କାଗଜପତ୍ର ଯାଞ୍ଚ କରିବା ସମୟରେ ଉକ୍ତ ଗାଡ଼ିର ଇଞ୍ଜିନ୍ ନମ୍ବର ଓ ଚେସିସ୍ ନମ୍ବର ଟ୍ୟାମ୍ପରିଂ କରାଯାଇଥିବା ଜଣା ପଡିଥିଲା। ବାସ୍ ଏହି ସନ୍ଦିଗ୍ଧ ଗାଡ଼ି କୁ ଧରିବା ପରେ ପୋଲିସ ର ଆରମ୍ଭ ହୋଇଥିଲା ଖୋଳତାଡ଼। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଏହି ଗୋଟିଏ ଗାଡିରୁ ହିଁ ବାହାରିଥିଲା ୧୪ଟି ଗାଡ଼ି ର ସନ୍ଧାନ। ତେବେ ଏହା ପଛରେ ଏକ ବଡ଼ ଧରଣର ରାକେଟ୍ କାର୍ଯ୍ୟ କରୁଥିବା ମଧ୍ୟ ପୋଲିସ ଜାଣିବାକୁ ପାଇଥିଲା। ବାସ୍ ଆରମ୍ଭ ହୋଇଥିଲା ପାରାଦୀପ ପୋଲିସ ମଧ୍ୟ ବେଶ୍ ଚତୁରତାର ସହ ଜାଲ ବିଚ୍ଛାଇଥିଲା ଯେଉଁଥିରେ ଧରା ପଡିଥିଲେ ୩ସମ୍ପୃକ୍ତ ଅଭିଯୁକ୍ତ। ୨ଜଣ ଗାଡ଼ି ଚୋରାଳି ଓ ଜଣେ ଚୋରା ବିକ୍ରେତା ।
ଏହି ୨ଜଣ ଚୋର ହେଲେ ୨୯ ବର୍ଷିୟ ଟୁଲୁ ଓରଫ୍ ସୁରେଶ ଦାସ୍ ଏବଂ ଅନ୍ୟ ଜଣକ ୩୮ ବର୍ଷିୟ ଦିଲ୍ଲିପ ଜେନା । ଏହି ଦୁଇ ଜଣ ବିଭିନ୍ନ ସମୟରେ ଗାଡ଼ି ଚୋରି କରି ଏରସମା ଅଞ୍ଚଳର ୩୫ବର୍ଷିୟ ଦିଲ୍ଲୀପ ପରିଡ଼ା କୁ ବେଶ୍ ଶସ୍ତା ଦାମ ରେ ହସ୍ତାନ୍ତର କରୁଥିଲେ, ଦିଲ୍ଲିପ ସେ ଗାଡ଼ି କୁ ନେଇ ବେଶ୍ ଚଢା ଦରରେ ବଜାର ରେ ବିକ୍ରି କରି ବେଶ୍ ମୋଟା ଅଙ୍କର ଅର୍ଥ ଉପାର୍ଜନ କରୁଥିଲା ଯାହାକୁ ପରବର୍ତ୍ତୀ ସମୟରେ ଉକ୍ତ ଅର୍ଥ କୁ ନିଜ ନିଜ ଭିତରେ ଭାଗ ବଣ୍ଟା ହେଉଥିଲା। ଏସବୁ ର ସୁରାକ ପୋଲିସ ପାଇବା ପରେ କାଳବିଳମ୍ବ ନକରି ତୁରନ୍ତ ତନାଘନା କରି ୧୪ଟି ଚୋରା ଗାଡ଼ି ଉଦ୍ଧାର କରିବା ରେ ସକ୍ଷମ ହୋଇଥିଲା, ଯେଉଁଥିରେ ପାରାଦୀପ ଆଦର୍ଶ ଥାନା ଅନ୍ତର୍ଗତ ୫ଟି ଓ କାକଟପୁର ଥାନା ଅଞ୍ଚଳର ଗୋଟିଏ ଗାଡ଼ି ବୋଲି ଜଣା ପଡିଛି ଅନ୍ୟ ୮ଟି ଗାଡ଼ି କୁ ନେଇ ଯାଞ୍ଚ୍ ଚାଲିଛି ବୋଲି ପାରାଦୀପ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ଏହି ଅପରେସନ ରେ ପାରାଦୀପ ଆଦର୍ଶ ଥାନା ଅଧିକାରୀ ସବ୍ୟସାଚୀ ରାଉତ ଓ ତାଙ୍କ ଟିମ୍ କୁ ଏହି ସଫଳତା ମିଳିଛି ଓ ୩ଜଣ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବା ସହ ଏନେଇ ଆହୁରି ଅଧିକ ଖୋଳତାଡ ଚାଲିଛି ବୋଲି ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନିମାଇଁ ଚରଣ ସେଠୀ କହିଛନ୍ତି।