ପାରାଦୀପ ବନ୍ଦର ପୋତାଶ୍ରୟ ମଧ୍ୟ ରେ ବିରଳ ଦୃଶ୍ୟ
ବନ୍ଦର ପୋତାଶ୍ରୟ ମଧ୍ୟ ରେ ଥିବା ଅଏଲ୍ ଜେଟୀରେ ଗୋଟିଏ ଜାହାଜରୁ ଆଉ ଗୋଟିଏ ଜାହାଜକୁ ସ୍ଵତନ୍ତ୍ର ଗ୍ରେଡ୍ ର ଡିଜେଲ୍ ସ୍ଥାନାନ୍ତର

ପାରାଦୀପ ବନ୍ଦର ପୋତାଶ୍ରୟ ମଧ୍ୟ ରେ ଆଜି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ବନ୍ଦର ପୋତାଶ୍ରୟ ମଧ୍ୟ ରେ ଥିବା ଅଏଲ୍ ଜେଟୀରେ ଗୋଟିଏ ଜାହାଜରୁ ଆଉ ଗୋଟିଏ ଜାହାଜକୁ ସ୍ବତନ୍ତ୍ର ଗ୍ରେଡ୍ ର ଡିଜେଲ୍ ସ୍ଥାନାନ୍ତରିତ କରାଯାଇଛି । ଓରକିମ୍ ଫର୍ଟିଚ୍ୟୁଡ୍ ର ରୁ ତୈଳ ନିଷ୍କାସନ କରାଯାଇ ଟର୍ମ୍ ରିପବ୍ଲିକାନ୍ ଜାଜକୁ ଏହି ସ୍ବତନ୍ତ୍ର ଡିଜେଲ୍ ସ୍ଥାନାନ୍ତରିତ କରାଯାଇଛି। ଆଇସିଏଲ୍ ର ଏହି ସ୍ବତନ୍ତ୍ର ଡିଜେଲ୍ ସ୍ଥାନାନ୍ତରିତ ପ୍ରକ୍ରିୟା ପାରାଦୀପ ବନ୍ଦର ପୋତାଶ୍ରୟ ମଧ୍ୟ ରେ ପ୍ରଥମ ଥର ପାଇଁ କରାଯାଇଛି।
ଏହି ତୈଳ ସ୍ଥାନାନ୍ତରିତ ପ୍ରକ୍ରିୟା ଜାରୀ ରହିଥିବା ବେଳେ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଉଭୟ ଜାହାଜର କର୍ମଚାରୀ ମାନେ ଅତ୍ୟନ୍ତ ସତର୍କତା ର ସହ ଏହି ସ୍ଥାନାନ୍ତର ପ୍ରକ୍ରିୟାକୁ ସଫଳତାର ସହ ନିର୍ବାହ କରି ସମ୍ପୁର୍ଣ୍ଣ କରିଥିଲେ। ଯାହାକୁ ନେଇ ପାରାଦୀପ ବନ୍ଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ପିଏଲ୍ ହାରାନନ୍ଦ୍ ଜାହାଜର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇବା ସହ କାର୍ଯ୍ୟ ରେ ସଫଳତା ହାସଲ କରିଥିବାରୁ ବନ୍ଦର ଅଧିକାରୀ ଓ ବିଭାଗୀୟ କର୍ମଚାରୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।
ତେବେ ଅନ୍ୟ ଏକ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି ଯେ ପାରାଦୀପ ବନ୍ଦରରେ ଗତ ଦୁଇ ତିନିଦିନ ହେବ ତିନୋଟି ଜାହାଜ ସଙ୍କଟରେ ଗତି କରୁଥିଲେ କାହାର ଗିୟର ବକ୍ସ୍ ଭାଙ୍ଗିଛି ତ ଆଉ କେଉଁ ଜାହାଜର ତଳ ଭାଗ ମାଟିର ବାଲିରେ ଧସି ହୋଇ ଯାଇଛି। ଯେମିତି କି ଓସିଏନ୍ ଗ୍ଲୋରୀ ନାମକ ଜାହାଜ ଚାଇନା ସାଟେଲାଇଟ୍ ଫୋନ୍ ବ୍ୟବହାର କରି ହଲାପଟା ହୋଇ ବନ୍ଦର ପୋତାଶ୍ରୟ ମଧ୍ୟ ରେ ଛିଡ଼ା ହୋଇ ରହିଛି। ତେବେ ଏହି ଓରକିମ୍ ଫର୍ଟିଚ୍ୟୁଡ୍ ଜାହାଜ କିଛି ଦିନ ହେବ ଆସି ପାରାଦୀପ ଆଙ୍କରେଜ୍ ଏରିଆରେ ଡେରା ପକାଇଥିଲା । କିନ୍ତୁ କଣ ପାଇଁ ଏହି ଡିଜେଲ୍ ସ୍ଥାନାନ୍ତର କରାଗଲା ? କଣ ଏହା ପଛର ରହସ୍ୟ ତାହା ବୁଝା ପଡୁନଥିବା ବେଳେ ସ୍ଥାନାନ୍ତର ପ୍ରକ୍ରିୟା କିନ୍ତୁ ସଫଳତାର ସହ ସମ୍ପନ୍ନ ହୋଇଛି । ଯେହେତୁ ଏହା ଏକ ସମ୍ବେଦନଶୀଳ ଘଟଣା ଓ ଏଥିରେ ଚାକିରୀ ଚାଲିଯିବାର ଭୟ ରହିଛି ସେଥିପାଇଁ କେହି କିଛି କହିବାକୁ ଉଚିତ୍ ମନେ କରୁନାହାଁନ୍ତି।