ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପ୍ରସଙ୍ଗ

ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପ୍ରସଙ୍ଗ

ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପ୍ରସଙ୍ଗ

ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବାକୁ ବହୁ ଦିନ ହେଲା ଦାବି ହେଇ ଆସୁଛି । ଏହିକ୍ରମରେ ଆଜି ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟର ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା । ସେ କହିଛନ୍ତି ଯେ, ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ସରକାର ଏହାକୁ ନେଇ ବିଚାର କରୁଛନ୍ତି । ଶ୍ରୀମନ୍ଦିର ଚାରିପାଖ କାମ ସରିବା ପରେ ଏନେଇ ପଦକ୍ଷେପ ଗ୍ରହଣ କରାଯିବ ।

ଅନ୍ୟପଟେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମନ୍ଦିର ଓ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ନିଷ୍ପତ୍ତି ନେବେ ।

ସୂଚନାଯୋଗ୍ୟ ଯେ, ଆଉ କିଛି ଦିନ ପରେ କାର୍ତିକ ମାସ । ଏହା ପୂର୍ବରୁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ଦାବି ହେଉଛି । କଂଗ୍ରେସ ଆଜି ଏହି ଦାବି କରିଛି । ଦିଅଁ ଦର୍ଶନ ପାଇଁ ଭକ୍ତଙ୍କ ଲମ୍ବା ଲାଇନ ଲାଗୁଛି । ଲୋକେ ଗହଳି ଭିତରେ ଛିଡା ହୋଇ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି । ଆଉ ଠିକ୍ ଭାବେ ଦିଅଁ ଦର୍ଶନ କରିପାରୁନାହାନ୍ତି । ତେଣୁ ଚାରି ଦ୍ୱାର ଖୋଲିଦେଲେ ଶ୍ରଦ୍ଧାଳୁଙ୍କ ପାଇଁ ଅନେକ ସୁବିଧା ହେବ ବୋଲି କଂଗ୍ରେସ କହିଛି । ଏଥିସହ ମନ୍ଦିର ଗର୍ଭଗୃହ ମରାମତି କରିବାକୁ ଦାବି କରିଛି କଂଗ୍ରେସ । ଏହାକୁ ନେଇ ୧୬ରେ ପୁରୀ ଶରଧା ବାଲିରେ ସମାବେଶ କରିବା ସହ ଶ୍ରୀମନ୍ଦିର ପ୍ରଶାସକଙ୍କୁ ଦାବି ପତ୍ର ପ୍ରଦାନ କରିବ କଂଗ୍ରେସ ।