ବଦଳିଲା ବିଧାନସଭା ନିର୍ବାଚନ ତାରିଖ
ବଦଳିଲା ରାଜସ୍ଥାନ ନିର୍ବାଚନ ତାରିଖ । ନଭେମ୍ବର ୨୩ ବଦଳରେ ନଭେମ୍ବର ୨୫ରେ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ହେବ ଭୋଟଗ୍ରହଣ ।

ବଦଳିଲା ରାଜସ୍ଥାନ ନିର୍ବାଚନ ତାରିଖ । ନଭେମ୍ବର ୨୩ ବଦଳରେ ନଭେମ୍ବର ୨୫ରେ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ହେବ ଭୋଟଗ୍ରହଣ । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ପୂର୍ବ ନିର୍ଦ୍ଧାରିତ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । କେବଳ ଭୋଟଗ୍ରହଣ ପାଇଁ ତାରିଖ ପରିବର୍ତ୍ତନ ହୋଇଥିବା ବେଳେ ଅନ୍ୟ କୌଣସି ତାରିଖ ପରିବର୍ତ୍ତନ ହୋଇନାହିଁ ।
ପୂର୍ବ ଘୋଷଣା ଅନୁଯାୟୀ, ରାଜସ୍ଥାନରେ ୨୩ ନଭେମ୍ବରରେ ନିର୍ବାଚନ ହେବାକୁ ସ୍ଥିର ହୋଇଥିଲା । କିନ୍ତୁ ବିଭିନ୍ନ ସାମାଜିକ ସଙ୍ଗଠନ ଏହି ତାରିଖ ପରିବର୍ତ୍ତନ କରିବାକୁ ଦାବି କରିଥିଲେ । କାରଣ ୨୩ ନଭେମ୍ବରରେ ରାଜସ୍ଥାନରେ ଅଧିକ ମାତ୍ରାରେ ବାହାଘର ରହିଛି । ତେଣୁ ଏହିଦିନ ନିର୍ବାଚନ ହେଲେ ମତଦାନ ହ୍ରାସ ପାଇପାରେ । ତେଣୁ ଏହାକୁ ଦୃଷ୍ଟିରେ ରଖି ତାରିଖ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ । କେବଳ ରାଜସ୍ଥାନ ନିର୍ବାଚନ ପାଇଁ ତାରିଖ ବଦଳିଛି । ଅନ୍ୟ ସମସ୍ତ ରାଜ୍ୟର ନିର୍ବାଚନ ପୂର୍ବ ନିର୍ଦ୍ଧାରିତ ତାରିଖରେ ହେବ ।