ବିଦ୍ୟା ମନ୍ଦିର ରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଚିନ୍ତା
ସାରସ୍ବତ ବିଦ୍ୟା ମନ୍ଦିର ରେ ଅଭିଭାବକ ବୈଠକ

ସାରସ୍ବତ ବିଦ୍ୟା ମନ୍ଦିର ର ଶେଷ ଅଭିଭାବକ ବୈଠକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ର ପୂର୍ବତନ ଉପାଧ୍ୟକ୍ଷ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।
ବୈଠକରେ ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀ ଙ୍କ ର ଶିକ୍ଷା ଓ ତାର ବିକାଶ ସହିତ ପିଲାମାନଙ୍କ ଭବିଷ୍ୟତ କିପରି ଉଜ୍ଜ୍ୱଳମୟ ହେବ ତାହା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହା ବ୍ୟତୀତ ଛାତ୍ରଛାତ୍ରୀ ମାନେ କିପରି ପାଠପଢା ସହିତ, ସାଧାରଣ ଜ୍ଞାନ, ନାଚଗୀତ, ଖେଳକୁଦ ପ୍ରଭୃତି ରେ ସର୍ବାଙ୍ଗୀନ ଭାବେ ଉନ୍ନତି କରିବେ ଏବଂ ତାଙ୍କର ନିଜର ଉନ୍ନତି କରିବା ସହିତ ସମାଜ, ରାଜ୍ୟ ତଥା ଦେଶର ପ୍ରଗତି ଆଣିବା ରେ କିପରି ସହାୟକ ହେବେ ସେନେଇ ବିଶେଷ ଭାବରେ ଧ୍ୟାନ ଦେବେ ବୋଲି ବିଶେଷ ଭାବରେ ଆଲୋଚନା କରାଯାଇଥିଲା । ଏଥି ସହ ଆଜିର ଆଧୁନିକ ଯୁଗରେ ବୈଦୁତିକ ଜ୍ଞାନ କୌଶଳ ଏବଂ ଇଣ୍ଟରନେଟ ର ବହୁଳ ବ୍ୟବହାର ନେଇ କିପରି ମାତ୍ରାଧିକ ସମୟ ଅପଚୟ ନହୁଏ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ବିଦ୍ୟାଳୟ ର ଗୁରୁଜୀ ଗୁରୁମା ମାନେ ଅଭିଭାବକ ମାନଙ୍କୁ ନିବେଦନ କରିଥିଲେ। ଏଥିସହ ପାଠପଢ଼ା ସହିତ ପିଲାଟିର ଶାରୀରିକ ସୁସ୍ଥ ରହିବା ପାଇଁ କଣ ସବୁ ପଦକ୍ଷେପ ନେବା ଦରକାର ସେହି ବିଷୟରେ ଏକ ଗୁରୁତ୍ଵ ପୂର୍ଣ୍ଣ ଆଲୋଚନା କରାଯାଇ ଥିଲା ।
ଏହା ପରେ ଏକ ବିଶେଷ ମୁହୁର୍ତ୍ତ ରେ ମିଛ ଦୁନିଆରେ ଗୋଟିଏ ସତ , ସେ ମୋ ଜଗନ୍ନାଥ ଗୀତ ଟିକୁ ବିଦ୍ୟାଳୟର ଗୁରୁମା ମୂର୍ଚ୍ଚନା ଙ୍କ କଣ୍ଠରେ ସମସ୍ତେ ଶୁଣି ବେଶ୍ କିଛି ସମୟ ପାଇଁ ବିମୋହିତ ହୋଇ ଯାଇଥିଲେ। ଯଦି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏପରି ନାଚଗୀତ ବା ସାଂସ୍କୃତିକ କଳା ପରିବେଷଣ କରିବାର ଇଚ୍ଛା ଶକ୍ତି ଥାଏ ତାହେଲେ ତାକୁ ମଧ୍ୟ ଆମେ ମାନେ ପ୍ରୋତ୍ସାହିତ କରିବା ଜରୁରୀ ବୋଲି ଗୁରୁମା ମୂର୍ଚ୍ଚନା ତୃପ୍ତି କହିଥିଲେ ।
ତେବେ ଏହି ବୈଠକ ରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଙ୍କ ସମେତ , ତତ୍ତ୍ୱାବଧାରକ, ସମ୍ପାଦକ, ପରିଚାଳନା ସମିତି ର ସଭ୍ୟ ,ସମସ୍ତ ଗୁରୁଜୀ ଗୁରୁମା ଏବଂ ଅଭିଭାବକ ଅଭିଭାବିକା ମାନେ ଯୋଗ ଦେଇ ଆଲୋଚନା କୁ ସଫଳ ରୁପାୟନ ଦେଇଥିଲେ ।