ରତ୍ନଭଣ୍ଡାର ପ୍ରସଙ୍ଗରେ କାହିଁକି ରାଜନୀତି

ରତ୍ନ ଭଣ୍ଡାର ଖୋଲିବା ନେଇ ଏତେ ବେଗ୍ର କାହିଁକି ? ରତ୍ନ ଭଣ୍ଡାର ଖୋଲିବା କଣ ନିହାତି ଦରକାର ? କଣ ପାଇଁ ଲୋଡା ଯାଉନାହିଁ ରାଜାଙ୍କ ପରାମର୍ଶ?

ରତ୍ନଭଣ୍ଡାର ପ୍ରସଙ୍ଗରେ କାହିଁକି ରାଜନୀତି

ମହାପ୍ରଭୁଙ୍କ ରତ୍ନଭଣ୍ଡାରର ସ୍ଥିତି ଓ ସୁରକ୍ଷାକୁ ନେଇ ନାନା ଆଶଙ୍କା, ନାନା ଉଦବେଗ। ରତ୍ନଭଣ୍ଡାର ଖୋଲି ଶ୍ରୀଜିଉଙ୍କ ଅଳଙ୍କାର ସହ ଆଭୂଷଣର ସ୍ଥିତି ଯାଞ୍ଚ କରିବାକୁ ଦାବି ଉଠୁଥିଲେ ବି କାହିଁକି ଓ କେଉଁ ଉଦ୍ଦେଶ୍ୟ ରଖି ନୀରବ ରହୁଛନ୍ତି ରାଜ୍ୟ ସରକାର ? ସେନେଇ ନାନା ପ୍ରଶ୍ନ ଛିଡ଼ା ହୋଇଛି ।

କିନ୍ତୁ ରତ୍ନଭଣ୍ଡାର ଖୋଲିବା ନେଇ ଏତେ ବେଗ୍ର କାହିଁକି? କଣ ପାଇଁ ଲୋଡ଼ାଯାଉନାହିଁ ରାଜାଙ୍କ ପରାମର୍ଶ? ରତ୍ନଭଣ୍ଡାର କୁ ନେଇ ରାଜନୀତି ହେବା କଣ ନିହାତି ଜରୁରୀ?

ଘନଉଛି ରତ୍ନଭଣ୍ଡାର ନଖୋଲିବାକୁ ନେଇ ବିବାଦ । ରାଜ୍ୟ ସରକାରଙ୍କ ଅସମ୍ଭବ ନୀରବତାକୁ ନେଇ ତେଜୁଛି ଅସନ୍ତୋଷ । ଯେଉଁଠି ମହାପ୍ରଭୁଙ୍କ ମହଣ ମହଣ ସୁନା ଅଳଙ୍କାର ଗଚ୍ଛିତ ଅଛି, ସେହି ରତ୍ନଭଣ୍ଡାରର ସୁରକ୍ଷା ଏବଂ ସରକାରଙ୍କ ଦାୟିତ୍ୱକୁ ନେଇ ପ୍ରଶ୍ନ ଉଠାଇଲେଣି ଭକ୍ତ । ସେବାୟତଙ୍କର ବି ଧୈର୍ଯ୍ୟର ବନ୍ଧ ଭାଙ୍ଗିଲାଣି । ଭକ୍ତ, ସେବାୟତଙ୍କ ଦାବି ଆଉ ଅସନ୍ତୋଷ ଭିତରେ ଆଜି ମାମଲା ପୁଣି ପହଞ୍ଚିଛି ହାଇକୋର୍ଟରେ । ରତ୍ନଭଣ୍ଡାର ଖୋଲିବାକୁ ଦାବି କରି ଜନସ୍ୱାର୍ଥ ମାମଲା ଦାୟାର କରିଛି ବିଜେପି ।

୧୯୭୮ରେ ଯେପରି ଗଣତି ହୋଇଥିଲା ସେପରି କରିବାକୁ ଆବେଦନରେ ଦର୍ଶାଯାଇଛି। ରାଜ୍ୟପାଳ ବା କାର୍ଯ୍ୟରତ ବିଚାରପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରି ରତ୍ନ ଅଳଙ୍କାର ଗଣତି ପାଇଁ ଅପିଲ୍ କରିଛି ବିଜେପି । 

ଗତ ୫ ବର୍ଷ ତଳେ ଜଣାପଡ଼ିଥିଲା ରହସ୍ୟମୟ ରତ୍ନଭଣ୍ଡାରରେ ଫାଟ ଓ ପାଣି ଗଳିବା କଥା। ୨୦୧୮ ଏପ୍ରିଲ ୪ରେ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ ହୋଇଥିଲେ ବି ଚାବି ହଜିଥିବା ଦର୍ଶାଇ ଖୋଲାଯାଇନଥିଲା। ରତ୍ନଭଣ୍ଡାରର ୩ଟି ବିମ୍ ଓ ପ୍ଲାଷ୍ଟର ଖରାପ ଥିବା କଥା ଶ୍ରୀମନ୍ଦିର ପ୍ରଶାସକ, ଆଇନ ବିଭାଗ ଓ ASI ବି ଜାଣିଛି।

ତେବେ ଗତକାଲି ସବୁ ଠାକୁରଙ୍କ ଇଚ୍ଛା କହି ପ୍ରସଙ୍ଗକୁ ଆଇନମନ୍ତ୍ରୀ ଜଗନ୍ନାଥ ସାରକା ଏଡ଼ାଇ ଯାଇଥିବାବେଳେ ଏହାକୁ ସମାଲୋଚନା କରିଛନ୍ତି ବରିଷ୍ଠ ସେବାୟତ ।