ପାରାଦୀପ ନିର୍ବାଚନ ମଣ୍ଡଳୀ ପ୍ରାକ୍ ସମୀକ୍ଷା

ପାରାଦୀପ ନିର୍ବାଚନ ମଣ୍ଡଳୀରେ ନୂଆ ମୁହଁ ନେଇ ଚର୍ଚ୍ଚା

ପାରାଦୀପ ନିର୍ବାଚନ ମଣ୍ଡଳୀ ପ୍ରାକ୍ ସମୀକ୍ଷା

ପାରାଦୀପ ନିର୍ବାଚନ ମଣ୍ଡଳୀରେ ନୂଆ ମୁହଁ ନେଇ ଚର୍ଚ୍ଚା

ଆମ ରାଜ୍ୟ ଓଡ଼ିଶା ରେ ପାରାଦୀପ ନିର୍ବାଚନମଣ୍ଡଳୀ ଏକ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ । ଆସନ୍ତା ୨୦୨୪ ନିର୍ବାଚନ ମୈଦାନ ରେ ଅନେକ ଆଶା ଓ ଆଶଙ୍କା ପ୍ରାର୍ଥୀତ୍ବ ପ୍ରତିଦ୍ବନ୍ଦିତା କୁ ଓହ୍ଲାଇବାକୁ ଅଣ୍ଟା ଭିଡୁଥିବା ବେଳେ କେତେକ ନୁଆ ମୁହଁ କୁ ନେଇ ଏବେ ଠାରୁ ଛକ ଖଟିରେ ଚର୍ଚ୍ଚା ଜୋର ସୋର୍ ରେ ଆରମ୍ଭ ହୋଇ ଯାଇଛି। ତେବେ କିଏ ଏହି ନୁଆ ମୁହଁ ଯାହାକୁ ଜାଣିବାକୁ ଲୋକେ ବ୍ୟଗ୍ର ଓ ବ୍ୟାକୁଳ ଥିବା ବେଳେ କିନ୍ତୁ ଦଳୀୟ ରାଜନୈତିକ ବିଶୃଙ୍ଖଳା ଦୃଷ୍ଟି କୋଣରୁ ସାଧାରଣ ରେ ତାହା ଗୁପ୍ତ ରଖା ଯାଇଛି ଓ ଏହା ମଧ୍ୟ କୁହାଯାଇଛି ଯେ ଠିକ୍ ସମୟରେ ଠିକ୍ ସ୍ଥିତି ପରିସ୍ଥିତି କୁ ଅନୁଧ୍ୟାନ କରି ପ୍ରାର୍ଥୀ ଘୋଷଣା କରାଯିବ । ତେବେ ଏହା ୩ଟି ପ୍ରମୁଖ ରାଜନୈତିକ ଦଳ ତଥା ବିଜେଡି, ବିଜେପି ଓ କଂଗ୍ରେସ ପରସ୍ପର ଉପରେ ତୀକ୍ଷଣ ଦୃଷ୍ଟି ରଖିଛନ୍ତି। ପରସ୍ପର ମଧ୍ୟରେ ଏପରି ତାରତମ୍ୟ ରଖିଛନ୍ତି ଯେ କାହାର ପ୍ରାର୍ଥୀ ପଦ ଦେଖିବା କ୍ଷଣି ତୁରନ୍ତ ମତ୍ତ ବଦଳାଇ ଅନ୍ୟ ଯେ କୌଣସି ପରିସ୍ଥିତିରେ ତାକୁ ଟକ୍କର ଦେବା ଭଳି ପ୍ରାର୍ଥୀ ଦେବା ମାନସିକତା ରେ ମଧ୍ୟ ରହିଛନ୍ତି। ତେବେ କୌଣସି ମୁହୁର୍ତ୍ତ ରେ କିଛି ବି ଘଟିପାରେ। ଯାହାକୁ ନେଇ ସମଗ୍ର ପାରାଦୀପ ନିର୍ବାଚନ ମଣ୍ଡଳୀରେ ଏକ ରାଜନୈତିକ ଉଷ୍ମତା ଅନୁଭବ କରି ହେଉଛି।

ତେବେ ବିଗତ ଦିନ ମାନଙ୍କରେ ଅନୁଧ୍ୟାନ କଲେ ପାରାଦୀପ ନିର୍ବାଚନ ମଣ୍ଡଳୀରେ ବିଜେଡି ର ବେଶ୍ ଦବ୍ ଦବା ରହିଛି। ଯଦିଓ ଏଠାରୁ ବରିଷ୍ଠ ରାଜନେତା ଡାକ୍ତର ଦାମୋଦର ରାଉତ ଏକାଧିକ ଭାବରେ ଜିତି ନେତୃତ୍ୱ ନେଇଛନ୍ତି ଗତ ୨୦୧୯ ନିର୍ବାଚନ ରେ ମଧ୍ୟ ତାଙ୍କ ପୁଅ ସମ୍ବିତ ରାଉତରାୟ ସେ ବିଜୟଧାରା ବଜାୟ ରଖିଛନ୍ତି। 

ତେବେ ଆଗାମୀ ୨୦୨୪ ନିର୍ବାଚନ ମଧ୍ୟ ସମ୍ବିତ୍ ଙ୍କ ସପକ୍ଷରେ ଯିବ ବୋଲି ସମ୍ବିତ୍ ରାଉତରାୟ ଆଶା ପୋଷଣ କରିଛନ୍ତି। ସେ ଦଳୀୟ ନିଷ୍ପତ୍ତି ହେଉ ଅବା ଜନାଦେଶ ଉଭୟେ ସମ୍ବିତ୍ ଙ୍କ ସପକ୍ଷରେ ରହିଛି ବୋଲି ଖୋଦ୍ ନେତା ଓ ତାଙ୍କ ସମର୍ଥକ ଦାବି କରିଛନ୍ତି।

ତେବେ ଏଥିରେ ଅଙ୍କୁଶ ଲଗାଇବାକୁ କେତେକ ଅସନ୍ତୁଷ୍ଟ ଗୋଷ୍ଠୀ କିନ୍ତୁ ଆଗକୁ ଆସିଛନ୍ତି। ଲଗାତର ଭାବରେ ପାରାଦୀପ ପୌରାଧ୍ୟକ୍ଷ ପଦ ଅଳଙ୍କୃତ କରୁଥିବା ବସନ୍ତ ବିଶ୍ଵାଳ ଆଗ ଧାଡିରେ ଅଛନ୍ତି। ବିଧାୟକ ସମ୍ବିତ୍ ଙ୍କ ପ୍ରତି ତାଙ୍କ ସମର୍ଥନ କାହିଁ କେଉଁ କାଳରୁ ଅଲଗା ପରିଲକ୍ଷିତ ହେଉଛି। ଯାହାକୁ ଆଧାର କରି ବସନ୍ତ ସର୍ବମୋଟ ନିଜସ୍ଵ ଉଦ୍ୟମରେ ତାଙ୍କ ର ସମର୍ଥକ ମାନଙ୍କୁ ନେଇ ନବୀନ ନିବାସ ସମେତ ଶଙ୍ଖ ଭବନ ପରିସର ଘୁରି ବୁଲୁଛନ୍ତି।

ଆଗାମୀ ନିର୍ବାଚନ ରେ ପାରାଦୀପ ପାଇଁ ଦଳୀୟ ଟିକେଟ୍ ପାଇବାକୁ ଆଶା ରଖିଥିବା ବେଳେ ତାଙ୍କ ବିରୋଧୀ କିନ୍ତୁ କହୁଛନ୍ତି ଯେ ବସନ୍ତ କେବଳ ପାରାଦୀପ ମୁନିସିପାଲିଟୀ ରେ ସୀମିତ ତାକୁ ଅଠରବାଙ୍କି ପରେ କିଏ ଚିହ୍ନିଛି ନା ସେ କଣ ସତର ପଞ୍ଚାୟତ କୁ ବାଟ ଦେଖିଛି। ତଥାପି ଏକଥାକୁ ବସନ୍ତ ବିଶ୍ଵାଳ ଖାତିର ନକରି ତାଙ୍କ ଚତୁର ଚାଣକ୍ୟ ରଣନୀତି ସେ ବ୍ୟସ୍ତ ଅଛନ୍ତି। 

ଆଉ ସେହି ପରି ପଟ୍ଟନାୟକ ବ୍ରଦର୍ସ ସ୍ଵତନ୍ତ୍ର ଭାବରେ ଭୁବନେଶ୍ୱର ରେ ଡେରା ପକାଇ ଟିକେଟ୍ କିଣି ନେବାକୁ ନିଜସ୍ଵ ଉଦ୍ୟମ ଜାରି ରଖିଛନ୍ତି। ଯଦିଓ ଶ୍ରମିକ ସଂଘଠନ ରେ ସନ୍ତୋଷ ଙ୍କ ବେଶ୍ ଦବଦବା ରହିଛି କିନ୍ତୁ ରାଜନୀତି କ୍ଷେତ୍ରରେ ସେତେଟା ଦକ୍ଷତା ପ୍ରତିପାଦିତ ହୋଇନାହିଁ । କିନ୍ତୁ ଟିକେଟ୍ ମିଳିଲେ ଯୁଧ୍ୟକାଳିନ ଭିତ୍ତିରେ ନଜର ଦକ୍ଷତା ଦେଖାଇବେ ବୋଲି କୁଆଡେ ପ୍ରସ୍ତୁତ ହୋଇ ରହିଛନ୍ତି ବୋଲି ତାଙ୍କ ସମର୍ଥକ ଙ୍କ ମୁହଁରୁ ଶୁଣିବାକୁ ମିଳୁଛି ।  

ସେହିପରି ଠିକାଦାର ଜେନାପୁତ୍ର ମଧ୍ୟ ସେହି ଡଙ୍ଗାରେ ବସି ନିର୍ବାଚନୀ ବୈତରଣୀ ପାର ହେବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏପରିକି ଆଉ କେତେକ ମଧ୍ୟ ଖାଲି ଶଙ୍ଖ ବ୍ୟାନର ହେଲେ ଆଉ କିଛି ଆବଶ୍ୟକ ନାହିଁ ବୋଲି ନିଜର ମାଇଣ୍ଡ ସେଟ୍ କରି ଘୁରି ବୁଲୁଛନ୍ତି। ଯାହାର ବିସ୍ତୃତ ତଥ୍ୟ ଦଳ ର ହାଇକମାଣ୍ଡ ଙ୍କ ଟେବୁଲ୍ ରେ ପହଞ୍ଚି ସାରିଛି ।  

ଯାହାକୁ ନେଇ କେତେକ ବିରୋଧୀ କହୁଛନ୍ତି ଯେ ପଟ୍ଟନାୟକ ବାବୁ ଓ ଜେନାପୁତ୍ର ବୋଧେ ଜାଣି ପାରୁନାହାଁନ୍ତି ଯେ ବିଜେଡି ଟିକେଟ୍ ପାଇଁ ଟଙ୍କା ର ଆବଶ୍ୟକ ପଡେନାହିଁ କେବଳ ସାଂଗଠନିକ ଦକ୍ଷତା ଆବଶ୍ୟକ। ଯାହାର ସାଂଗଠନିକ ଦକ୍ଷତା ନାହିଁ ତାକୁ ବିଜେଡି ଆଡ ଆଖିରେ ଚାହିଁବ ନାହିଁ ଯେଉଁଥିପାଇଁ ୨୦୨୪ ନିର୍ବାଚନ ରେ ପ୍ରାୟ ୫୦ / ୬୦ ଜଣ ପ୍ରାର୍ଥୀ ବଦଳିବେ ବୋଲି ପାୱାର କରିଡର ରୁ ସୂଚନା ମିଳିଛି । 

 ତେବେ ସବୁଠୁ ଅଧିକ ଚର୍ଚ୍ଚା ରେ ରହି ବାପୀ ସର୍ଖେଲ କିନ୍ତୁ ବିଜେଡି ର ଏହି ଆଭିମୁଖ୍ୟକୁ ଭଲ ଭାବରେ ବୁଝି ତାଙ୍କ ରଣନୀତି ପ୍ରସ୍ତୁତ କରୁଛନ୍ତି । ବିରୋଧୀ ମାନେ ବାପି ଙ୍କୁ ବହିରାଗତ ତଥା ଆମଦାନୀ ନେତା କହୁଥିବା ବେଳେ ବାପି ସର୍ଖେଲ୍ କିନ୍ତୁ ତାଙ୍କ ଚାଲ୍ ଚଳି ଅତୀତ ରେ ଟଙ୍କା ପାରଦର୍ଶିତା ଦେଖାଇ ସାରିଛନ୍ତି । 

ନିଜର ସମସ୍ତ ଶକ୍ତି ସାମର୍ଥ୍ୟ ଖଟାଇ ୨୦୧୪ ଓ ୨୦୧୯ ନିର୍ବାଚନ ମଇଦାନ ରେ ଦୁଇ ଦୁଇ ଥର କଂଗ୍ରେସ ଦଳରୁ ଲଢି ପରାଜିତ ହେବା ପରେ ଆଗାମୀ ନିର୍ବାଚନ ପାଇଁ କେବଳ ବିଜେଡି ହିଁ ସାହା ଭରଷା ବୋଲି ଧରି ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ନିଜର ଚତୁର ପଣିଆରେ ବିଧାୟକ ବିରୋଧୀ ହାୱାରେ ଆମ ପାରାଦୀପ ଆମ ପ୍ରଗତି ବ୍ୟାନର ରେ ପାରାଦୀପ ପୌର ପରିଷଦ ନିର୍ବାଚନରେ ଗୋଟି ଚାଳନା କରି ୭ଜଣ କାଉନସିଲର କୁ ଜିତାଇଥିଲେ ଯେଉଁ ଥିରେ ଦଳୀୟ ଅସନ୍ତୋଷ ମୁଖ୍ୟ କାରଣ ରହିଥିଲା ।

ଯାହାକୁ ଆଧାର କରି ବାପି ସିନା ପାରାଦୀପ ରେ ଚକମା ଦେଖାଇଥିଲେ କିନ୍ତୁ ଚକମା ଦେଇ ପାରିନଥିଲେ ବିଜେଡିର ବଡ଼ପଣ୍ଡା ମାନଙ୍କୁ। ଏଥିରେ ସେ ପାରାଦୀପ ନିର୍ବାଚନମଣ୍ଡଳୀରେ ନିଜର ବେଶ୍ ଲୋକପ୍ରିୟତା ଅଛି ବୋଲି ପ୍ରାଣମୁର୍ଛା ଉଦ୍ୟମ ଆରମ୍ଭ କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ନିଜର ଗୁଣ୍ଡାଜିମ୍ ଓ ବ୍ୟବସାୟିକ ମନୋବୃତ୍ତି ଯୋଗୁଁ ଏପର୍ଯ୍ୟନ୍ତ ଦଳ ପକ୍ଷରୁ କୌଣସି ଗ୍ରୀନ୍ ସିଗନାଲ୍ ତାଙ୍କୁ ମିଳିନାହିଁ ବୋଲି ଚର୍ଚ୍ଚା ହେଉଥିବା ବେଳେ ଯାହାକୁ ନେଇ ଖୁବ୍ ଚିନ୍ତିତ ଅଛନ୍ତି ସର୍ଖେଲ୍। କୁଆଡ଼କୁ ଯିବେ କଣ କରିବେ ସେମିତି କିଛି ପକ୍କା ନିଷ୍ପତ୍ତି ନେଇ ପାରୁନାହାଁନ୍ତି କି ନିଜର ସମର୍ଥକ ମାନଙ୍କୁ କୌଣସି ସାନ୍ତ୍ଵନା ଦେଇ ସନ୍ତୁଷ୍ଟ କରାଇ ପାରୁନାହାଁନ୍ତି। ତଥାପି ଆଶା ଓ ଆଶଙ୍କାରେ ମଝିରେ ରହି କେବଳ ଯାହା ଛଟପଟ ହେଉଛନ୍ତି। ତଥାପି ଖୁବ୍ ଶୀଘ୍ର ଖୁସି ଖବର ମିଳିବ କହି ନିଜର ଅନୁଗତ ମାନଙ୍କୁ ନେଇ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିବା ନେଇ ସୂଚନା ମିଳିଛି ।  

କିନ୍ତୁ ବାପିଙ୍କ ବିରୋଧୀ କିନ୍ତୁ ଖୋଲା କଣ୍ଠରେ ତାଙ୍କୁ ଆମଦାନୀ ନେତା କହୁଥିବା ବେଳେ ଆଉ କେତେକ ତାଙ୍କୁ ଗୁଣ୍ଡା ମାଫିଆ ଓ ବେପାରୀ ବୋଲି ଚିତ୍ରଣ କରୁଛନ୍ତି। ଯାହାକୁ ନେଇ ଦଳୀୟ ବଡ଼ପଣ୍ଡା ମାନଙ୍କ ମୁଣ୍ଡ ବିନ୍ଧା ର କାରଣ ସାଜିଛି। ଅପରପକ୍ଷେ କଂଗ୍ରେସ ମଧ୍ୟ ଏହି କଥାକୁ ବିଚାର କରି କୌଣସି ନିଷ୍ପତ୍ତି ରେ ପହଞ୍ଚି ପାରୁନାହିଁ କାହିଁକି ନା ବିଗତ ଦିନ ମାନଙ୍କରେ ବାପି କଂଗ୍ରେସ ଦଳରେ ସେତେଟା ସକ୍ରିୟ ଭୂମିକାରେ ଅବତୀର୍ଣ୍ଣ ହୋଇ ନାହାଁନ୍ତି ବିଜେଡି ବଟିକା ଢ଼ୋକି ଏତେ ନିଶାରେ ମସଗୁଲ୍ ଯେ ଯେଉଁ କଂଗ୍ରେସ ଦଳ ତାଙ୍କୁ ପରିଚିତ କରାଇଛି ତାକୁ ସେ ଭୁଲି ଯାଇଛନ୍ତି। ତେଣୁ ବର୍ତମାନର କଂଗ୍ରେସର ରାଜ୍ୟ ନେତୃ ବର୍ଗ ଏହାକୁ ଭଲ ଭାବରେ ହୃଦୟଙ୍ଗମ କରି ସ୍ଥିତି ପରିସ୍ଥିତି କୁ ଅନୁଧ୍ୟାନ କରୁଛନ୍ତି।

ଏଥିର ଆସନ୍ତୁ ପରଖିବା ମୋଦି ସରକାର ଙ୍କ କଥା। ସିଧାସଳଖ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଛତ୍ରଛାୟା ତଳେ ଠିକାଦାରୀ ବ୍ୟବସାୟ ରୁ ରାଜନୀତି ରେ ସକ୍ରିୟ ଭୂମିକାରେ ଅବତୀର୍ଣ୍ଣ ହୋଇ ବିଜେପି ଦଳରେ ପ୍ରମୁଖ ଭୂମିକାରେ ଅଂଶଗ୍ରହଣ କରିଥିବା ଯୁବନେତା ସମ୍ପଦ ସ୍ଵାଇଁ ଙ୍କ ସାମ୍ରାଜ୍ୟ କୁ। ନିଜର ବାପା ନିର୍ମଳ କୁମାର ସ୍ଵାଇଁ ତଥା NKS କମ୍ପାନୀ ରେ ସିଧାସଳଖ ସମ୍ପୃକ୍ତ ରହି ନିଜର ବ୍ୟବସାୟ ର କାୟା ବିସ୍ତାର କରିବା ସହିତ ରାଜନୀତି ମଇଦାନ କୁ ମଧ୍ୟ ସଜାଡିବାକୁ ସକ୍ଷମ ହୋଇଛନ୍ତି । ବିରୋଧୀ ମନେ ବେପାରୀ ଠିକାଦାର ବୋଲି ପୋପାଗଣ୍ଡା କରୁଥିବା ବେଳେ ସେ ସବୁକୁ ଖାତିର ନକରି ସମ୍ପଦ ୩ ହଜାର ରୁ ୩୦ ହଜାର ଭୋଟ୍ ନିଜ ସପକ୍ଷରେ ଆଣିବାକୁ ସକ୍ଷମ ହୋଇଥିଲେ । 

ସମ୍ପଦ ନାମଟି ଯେମିତି କାମ ମଧ୍ୟ ସେମିତି। ଛୋଟ ମୋଟ ପୁଜା ପର୍ବପର୍ବାଣୀ ରେ ଲୋକ ଙ୍କ ସହ ସାମିଲ୍ ହୋଇ ବେଶ୍ ଲୋକ ପ୍ରିୟତା ଅର୍ଜନ କରିଛନ୍ତି। କିନ୍ତୁ ବିଧାୟକ ନେତୃତ୍ୱ ପଦ ରୁ ବହୁ ଦୂରରେ ରହିଛନ୍ତି। ଗତ ନିର୍ବାଚନ ରେ ୩୬ହଜାର ଭୋଟ୍ ପାଇଁ ସିନା ସମ୍ମାନ ଜନକ ସ୍ଥିତିରେ ଦଳକୁ ପହଞ୍ଚାଇ ଥିଲେ କିନ୍ତୁ ବିଜୟ ସ୍ଵାଦ ଚାଖି ପାରି ନଥିଲେ । ଲୋକେ ତାଙ୍କୁ ସେବା ମନୋବୃତ୍ତି କମ୍ ଓ ବ୍ୟବସାୟିକ ମନୋବୃତ୍ତି ରେ ଅଧିକ ଦୃଷ୍ଟି ଦେବାର ପରିଲକ୍ଷିତ ହେଉଛି । କାହିଁକି ନା ରାଷ୍ଟ୍ରାୟତ ପ୍ରକଳ୍ପ ରେ କେନ୍ଦ୍ର ସରକାରଙ୍କ ସିଧା ସଳଖ ସମ୍ପୃକ୍ତି ସମ୍ପଦ ଙ୍କୁ ବେଶ ସୁହାଉଛି ବୋଲି ଚର୍ଚ୍ଚା ହେଉଛି ।  

ତେବେ ଏହି ତିନୋଟି ଦଳର ସ୍ଥିତି ପରିସ୍ଥିତି କୁ ଅନୁଧ୍ୟାନ କଲେ କଲେ ଯାହା ଜଣା ଯାଉଛି ପାରାଦୀପ ନିର୍ବାଚନ ମଣ୍ଡଳୀରେ ବିଜେଡି ର ମାନ ସମ୍ମାନ ସମ୍ପୁର୍ଣ୍ଣ ଅକ୍ଷୁର୍ଣ୍ଣ ରହିଛି। ସମଗ୍ର ନିର୍ବାଚନ ମଣ୍ଡଳୀରେ ସିଂହ ଭାଗ ବିଜେଡି ର ଅଛି, କଂଗ୍ରେସ ର ପକେଟ୍ ଭୋଟ୍ ପ୍ରାୟ ୫୦ ହଜାର ରହିଛି, କିନ୍ତୁ ବିଜୁ ଜନତା ଦଳ ର ଭୋଟ୍ ବ୍ୟାଙ୍କ ରୁ ଯାହା ଦଳୀୟ ଅସନ୍ତୁଷ୍ଟ ଙ୍କ ଭୋଟ୍ କଟି ସେଥିରୁ ବିଜେପି ଖାତାକୁ ଯାଉଛି। କିନ୍ତୁ ବିଜେଡି ପକ୍ଷରୁ ଯଦି ଦଳୀୟ ଭିତ୍ତିରେ ଏହାକୁ ସଠିକ୍ ଭାବରେ ନିର୍ବାଚନ ପରିଚାଳନା କରାଯାଏ ତାହେଲେ ବିଜେଡ଼ି ର ପୁନର୍ବାର ବିଜୟ ସୁନିଶ୍ଚିତ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ବୋଲି ରାଜନୈତିକ ସମୀକ୍ଷକ ମନେ ମତ୍ତ ଦେଇଛନ୍ତି । କିନ୍ତୁ ୨୦୨୪ ନିର୍ବାଚନ ମୈଦାନ ରେ ଦଳୀୟ ବିଶୃଙ୍ଖଳା ପରିଲକ୍ଷିତ ହେଉଥିବାରୁ ଯାହାକୁ ଆଧାର କରି ଦଳ ଏଥିରେ ସମ୍ପୁର୍ଣ୍ଣ ନୁଆ ମୁହଁ ମୈଦାନ କୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ବୋଲି ସୂଚନା ମିଳୁଛି ।

ଏଥିପାଇଁ ଦଳପକ୍ଷରୁ ପ୍ରାଥମିକ ପର୍ଯ୍ୟାୟ ରେ ସମଗ୍ର ନିର୍ବାଚନ ମଣ୍ଡଳୀ ସର୍ଭେ ସରିଛି। କାହାକୁ ଟିକେଟ୍ ଦିଆଯିବ ସେନେଇ ଅଙ୍କ କଷା ଚାଲିଛି, କାହାର ନାମ ଏପର୍ଯ୍ୟନ୍ତ ହାଇକମାଣ୍ଡ ବା ସୁପ୍ରିମୋ ଙ୍କୁ ଅବଗତ କରାଯାଇ ନାହିଁ। ଏବେବି ସନ୍ଦେହ ଦୃଷ୍ଟି ରେ ନେତା , କର୍ମୀ , ସମର୍ଥକ ପର୍ଯ୍ୟବେକ୍ଷକ ସମସ୍ତେ ରହିଛନ୍ତି। ଏମିତି କି ନୁଆ ମୁହଁ କେହି ବି ହୋଇପାରେ କାହିଁକି ନା ପାରାଦୀପ ଏକ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳ, ଏଠାରେ ବ୍ୟବସାୟ ବାଣିଜ୍ୟ ସମେତ କର୍ପୋରେଟ ଜଗତର ସମ୍ପୁର୍ଣ୍ଣ ପତିଆରା ରହିଛି। ଯେ କେହି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ମନାଇ ପାରିବ ସେ ହିଁ ଏଠାରେ ରାଜ୍ କରିବ। କେତେକ କ୍ଷେତ୍ରରେ କେତେକ ରାଜନେତା ରାଜ୍ୟ ସରକାର ଙ୍କ ପାଖରେ ସୀମିତ ଥିବା ବେଳେ ଆଉ କେତେକ କେନ୍ଦ୍ର ସରକାରଙ୍କୁ ନେଇ ଚିନ୍ତିତ ଯେମିତି କି ଦାମ ବାବୁ ଙ୍କ କ୍ଷେତ୍ରରେ ଘଟିଛି। କୌଣସି ରାଷ୍ଟ୍ରାୟତ ପ୍ରକଳ୍ପ ରେ ଦାମ ବାବୁ କେବଳ ବାହାରେ ବସିବସି ଦିନ ଯାଇଛି ଏମିତିକି ଭିତରକୁ ପଶି ପାରି ନାହାଁନ୍ତି। ସେହିପରି କେନ୍ଦ୍ର ଯାହା ଚାହୁଁଛି ତାହା ରାଜ୍ୟ ସରକାରଙ୍କ ପ୍ରତ୍ୟେକ୍ଷ ନହେଲେ ପରୋକ୍ଷରେ ବିରୋଧାଭାସ ରହୁଛି ଯେଉଁଥିପାଇଁ ବୃହତ୍ତମ ମେଗା ପ୍ରକଳ୍ପ ପୋସ୍କୋ ହୋଇ ପାରିଲାନାହିଁ, ଜେଏସ୍ଡବ୍ଲ୍ୟୁ ଏପର୍ଯ୍ୟନ୍ତ ଝୁଲିଛି। ଜମିଜମା ସମସ୍ୟା, ଖଣି ପାଣି ସମସ୍ୟା, ବିସ୍ଥାପନ ଥଇଥାନ, ନିଯୁକ୍ତି ସୁଯୋଗ ଏମିତି କେତେ କଣ। ତେବେ ଏସବୁ ର ସରଳ ସମାଧାନ ଏକାନ୍ତ ଆବଶ୍ୟକ ଯେଉଁଥି ପାଇଁ ପାରାଦୀପ ବନ୍ଦର ଦେଶର ସର୍ବ ଶ୍ରେଷ୍ଠ ବନ୍ଦର ହୋଇଥିଲେ ବି ଏହାର  ପାରିପାର୍ଶ୍ବିକ ସ୍ଥିତି ପରିସ୍ଥିତି ସେତେଟା ବଦଳି ନାହିଁ। ଯାହାକୁ ନେଇ ସ୍ଥାନୀୟ ଜନ ସାଧାରଣ ସ୍ଥାନୀୟ ନେତୃତ୍ୱ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି। 

ତେବେ ଚର୍ଚ୍ଚିତ ନୁଆ ନାମ ମଧ୍ୟରେ ସର୍ବାଗ୍ରେ ସଂଗ୍ରାମ ମହାପାତ୍ରଙ୍କ ନାମ ରହିଥିବା ବେ ପଛକୁ ପଛ ଋଷି ସାମନ୍ତରାୟ ଓ ଏପରିକି ଚିରଞ୍ଜିବୀ ବିଶ୍ବାଳ ଙ୍କ ନାମ ମଧ୍ୟ ଶୁଣିବାକୁ ମିଳୁଛି। ସଂଗ୍ରାମ ମହାପାତ୍ର ଜଗତସିଂହପୁର ଜିଲ୍ଲାରେ ଜିଲ୍ଲାପାଳ ଭାବେ ବେଶ୍ ଲୋକପ୍ରିୟତା ହାସଲ କରିଥିବାବେଳେ ମୁଖ୍ୟତଃ ଶିଳ୍ପାଞ୍ଚଳ ରେ ଶିଳ୍ପ ସଜାଡ଼ିବା ପାଇଁ ବିଜେଡି ତାଙ୍କୁ ୨୦୨୪ ମୈଦାନ କୁ ଓହ୍ଲାଇବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କିନ୍ତୁ ସ୍ବାସ୍ଥ୍ୟ ଗତ ସମସ୍ୟା ନେଇ ସେପରି କିଛି ସ୍ପଷ୍ଟ ହୋଇ ପାରିନାହିଁ। ଅପରପକ୍ଷେ ବାରମ୍ବାର ଆଶାୟୀ ରହି ନିରାଶ ହୋଇ ଋଷି ସାମନ୍ତରାୟ କିନ୍ତୁ ଏଥର ପାରାଦୀପ ପାଇଁ ବେଶ୍ ଆଶା ବାନ୍ଧିଥିବା ଶୁଣିବାକୁ ମିଳୁଛି। ଏପରିକି ଯଦି ଏପରି ବି ହୋଇ ପାରେ ନିଜେ ଛିଡ଼ା ହେବେ ନହେଲେ ପରୋକ୍ଷରେ ସମର୍ଥନ ଦେଇ ଚିରଞ୍ଜିବୀ ଙ୍କୁ ମୈଦାନ କୁ ଓହ୍ଲାଇବାକୁ କୁଆଡେ ସଜବାଜ ଆରମ୍ଭ ହୋଇଛି ବୋଲି ୧୭ପଞ୍ଚାୟତ ପଟୁ ସ୍ଵର ଶୁଭିଲାଣି।

ତେଣୁ ଏସବୁକୁ ଦୃଷ୍ଟି ରେ ରଖି ବିଜେଡି ଏଥର ଉପଯୁକ୍ତ ପ୍ରାର୍ଥୀ ମୈଦାନ କୁ ଓହ୍ଲାଇବାକୁ ଚିନ୍ତା କରୁଛି । ତାଛଡା ପାରାଦୀପ ନିର୍ବାଚନ ମଣ୍ଡଳୀ ତଥା ଜଗତସିଂହପୁର ଜିଲ୍ଲା ରେ ଶେଷ ମେଗା ପ୍ରକଳ୍ପ ଭାବରେ ଜେଏସ୍ଡବ୍ଲ୍ୟୁ ଝୁଲିଛି ଏହା ପରେ ଜମି ନଥିବା ହେତୁ ଆଗାମୀ ଦିନରେ ଆଉ ଜଗତସିଂହପୁର ଜିଲ୍ଲା କୌଣସି ମେଗା ପ୍ରକଳ୍ପ ଦେଖିବାକୁ ପାଇବ ନାହିଁ, ଯାହା ହେବ ମହାନଦୀ ଆରପଟ କେନ୍ଦ୍ରାପଡ଼ା ଜିଲ୍ଳା କୁ ଯିବ। ତେଣୁ ଏସବୁ ସ୍ଥିତି ପରିସ୍ଥିତି କୁ ବିଚାର କୁ ନେଇ ବିଜେଡି ଏକ ବଡ଼ ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛି ।