ଗୋଲାପ ଫୁଲ ଓ ଚକୋଲେଟ ଦେଇ ସଡ଼କ ସଚେତନତା
ହାତରେ ଗୋଲାପ ଫୁଲ ଓ ଚକୋଲେଟ ଦେଇ ଭିନ୍ନ ଉପାୟରେ ସଡ଼କ ସଚେତନତା ର ବାର୍ତ୍ତା

ହାତରେ ଗୋଲାପ ଫୁଲ ଓ ଚକୋଲେଟ ଦେଇ ଭିନ୍ନ ଉପାୟରେ ସଡ଼କ ସଚେତନତା ର ବାର୍ତ୍ତା l
ବନ୍ଦରନଗରୀ ପାରାଦୀପ ର ରାଜରାସ୍ତା ରେ ଦୈନନ୍ଦିନ ହଜାର ହଜାର ସଂଖ୍ୟା ରେ ଗାଡି ମୋଟର ଯା ଆସ କରୁଥିବା ବେଳେ ଅନେକ ସମୟରେ ବାଇକ ଚାଳକ ହୁଅନ୍ତୁ କିମ୍ବା ମୋଟର ଚାଳକ ଙ୍କ ଅସାବଧାନତା କାରଣରୁ ଦୁର୍ଘଟଣା ଘଟି ଅନେକ ଧନଜୀବନ ହାନି ହେଉଛି l ଯାହାକୁ ଦୃଷ୍ଟି ରେ ରଖି ପାରାଦୀପ ଅଞ୍ଚଳ ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ନୀଳଚକ୍ର ୟୁଥ କ୍ଳବ ର ସଦସ୍ୟ ମାନଙ୍କ ସହିତ ପାରାଦୀପ ଆଦର୍ଶ ଥାନା ଅଧିକାରୀ ସୂଚିତ୍ର ବୀର୍ଯ୍ୟ ଦାସ ଏବଂ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ ସାମିଲ ହୋଇ ରାସ୍ତାରେ ଯାଉଥିବା ବାଇକ ଚାଳକ ଓ ମୋଟର ଚାଳକ ମାନଙ୍କୁ ଗୋଲାପ ଫୁଲ ଓ ଚକୋଲେଟ ପ୍ରଦାନ କରି ସଚେତନତା ର ବାର୍ତ୍ତା ପ୍ରଦାନ କରିଛନ୍ତି l
ବିଶେଷ କରି ଯେଉଁ ବାଇକ ଚାଳକ ମାନେ ହେଲମେଟ ପିନ୍ଧି ନାହାନ୍ତି ସେମାନଙ୍କୁ ଆଦର୍ଶ ଥାନା ଅଧିକାରୀ ନିଜେ ଗୋଲାପ ଫୁଲ ଓ ଚକୋଲେଟ ପ୍ରଦାନ କରିବା ସହିତ ନିଜର ଜୀବନ ଓ ପରିବାର ର ଭବିଷ୍ୟତ କୁ ଦୃଷ୍ଟି ରେ ରଖି ହେଲମେଟ ପିନ୍ଧିବାକୁ ପରାମର୍ଶ ଦେଇଥିଲେ l