ଲୋକଙ୍କ ଆଶ୍ରିର୍ବାଦ ରେ ଆଶ୍ରିତ, କଲେ ନାମାଙ୍କନ ଦାଖଲ

ବିଶାଳ ଶୋଭାଯାତ୍ରା ରେ ଯାଇ ନାମାଙ୍କନ ପତ୍ର ଦାଖଲ କଲେ ଡେଲାଙ୍ଗ ପିପିଲି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ସାଥୀରେ ଅଛନ୍ତି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର । 

ଲୋକଙ୍କ ଆଶ୍ରିର୍ବାଦ ରେ ଆଶ୍ରିତ, କଲେ ନାମାଙ୍କନ ଦାଖଲ

ଆଖି ଝଲସି ଗଲା ପରି ଶୋଭାଯାତ୍ରା, ସମସ୍ତ ଙ୍କୁ ଚକିତ କଲାପରି ଶୋଭାଯାତ୍ରା । ଚାରିଆଡ଼େ ଜୟ ଶ୍ରୀରାମ ଓ ଜସସ୍ବୀ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ନାରା ।

ପୁରୀ ଉତରା ଛକ ମା’ ଦୁଲାଦେଇ ପୀଠରୁ ପୂଜାର୍ଚ୍ଚନା କରିବା ପରେ ଏକ ବିଶାଳ ଶୋଭାଯାତ୍ରା ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥଲା ।

ଗେରୁଆ ରଙ୍ଗରେ ରଙ୍ଗାୟିତ ଓ ପଦ୍ମ ପତାକା ରେ ସୁଶୋଭିତ ରାସ୍ତା ଘାଟ ଗଳି କାନ୍ଦି ପୁରପଲ୍ଲୀ ଓ ସହର ବଜାର । ଆଜି ର ଏହି ବିଶାଳ ଶୋଭାଯାତ୍ରା ହିଁ ବୟାନ କରୁଛି ଭାରତୀୟ ଜନତା ପାର୍ଟି ଓ ତାର ନେତୃବର୍ଗ ଙ୍କ ଲୋକପ୍ରିୟତା ।

 ହଜାର ହଜାର ସଂଖ୍ୟାରେ ଦଳୀୟ କର୍ମୀ ଓ ସମର୍ଥକ । ଗଣି ନହେବା ପରି ଦୁଇ ଚକିଆ ଯାନ ସେଥିରେ ପୁଣି ମାଳ ମାଳ ଚାରି ଚକିଆ ଯାନ ର ବିରାଟ ପଟୁଆର। ଏହି ଦୃଶ୍ୟ ଆଜି ଦର୍ଶାଇ ଦେଇଛି ଜନମାନସରେ ନେତାଙ୍କ ଭଲ ପାଇବା । 

ତେବେ ଏହି ବିଶାଳ ଶୋଭାଯାତ୍ରା ରେ ଯାଇ ନାମାଙ୍କନ ପତ୍ର ଦାଖଲ କଲେ ଡେଲାଙ୍ଗ ପିପିଲି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ସାଥୀରେ ଅଛନ୍ତି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର । 

ହଜାର ହଜାର ସମର୍ଥକଙ୍କ ସହ ରୋଡ୍ ସୋ’ କରି ନାମାଙ୍କନ ଦାଖଲ କରିବାକୁ ପୁରୀ ବାହାରି ଥିଲେ ଏହି ଦୁଇ ଲୋକପ୍ରିୟ ନେତା ।

ମହାପ୍ରଭୁଙ୍କ ଆଶୀର୍ବାଦରେ ପୁରୀ ଜିଲ୍ଲାର ସମସ୍ତ ବିଧାନସଭା ଓ ଲୋକସଭା ଆସନରେ ବିଜେପି ପ୍ରଚଣ୍ଡ ବହୁମତରେ ବିଜୟୀ ହେବ ବୋଲି ଉଭୟ ଦୃଢୋକ୍ତି ପ୍ରକାଶ କରିଛନ୍ତି ।ପୁରୀ ଜିଲ୍ଲା ବିଜେପି ସଭାପତି ତଥା ପିପିଲି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ କହିଛନ୍ତି ଯେ, ମହାପ୍ରଭୁଙ୍କ ଆଶୀର୍ବାଦ ଓ ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୋଟି କୋଟି ପ୍ରଶଂସକ ଆଶୀର୍ବାଦରେ ଓଡ଼ିଶା ଓ ଦେଶରେ ବିଜେପି ସରକାର ଗଠନ କରିବ । ମୋଦିଙ୍କ ଜନକଲ୍ୟାଣମୂଳକ ଯୋଜନାରେ ସାରା ଦେଶବାସୀ ପ୍ରଭାବିତ ହୋଇଥିବା ବେଳେ ଓଡ଼ିଶାବାସୀ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଚଣ୍ଡ ଜନମତ ଦେଇ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ କରିବେ । ଚଳିତ ନିର୍ବାଚନରେ ବିଜେପି ପୁରୀ ଜିଲ୍ଲାର ୬ଟି ନିର୍ବାଚନ ମଣ୍ଡଳୀରେ ବିପୁଳ ବିଜୟ ହାସଲ କରିବ ।