ଆମେ ବେପାର କରିବୁ ନା ରାଜନୀତି କରିବୁ
ଆମ ବଣିକ ସଂଘ ଚଳାଇବା ପାଇଁ କଣ ଶ୍ରମିକ ନେତା ନିହାତି ଦରକାର

ପାରାଦୀପ ପୋର୍ଟ ବଣିକ ସଂଘ ରେ ଏବେ ନାହିଁ ନଥିବା ପରିସ୍ଥିତି । ସଂଘ ଏବେ ଦୁଇଫାଳ ହୋଇ ଦିନକୁ ଦିନ ବିବାଦ ଘନଉଥିବାର ଲକ୍ଷ କରାଯାଉଛି। ତେବେ ଏହି ବିବାଦ ସଂଘର କୌଣସି ବ୍ୟବସାୟ କରୁଥିବା ନେତା ନୁହେଁ ବରଂ ବାହାରୁ ଆମଦାନୀ ହେଉଥିବା ଶ୍ରମିକ ନେତାଙ୍କ ପତିଆରାକୁ ନେଇ ଦେଖା ଦେଇଛି ବିବାଦ , ଯେଉଁ ଥିରେ ସଂଘର ବିକାଶ ନୁହେଁ ବରଂ ବିନାଶ ଆଡ଼କୁ ଟାଣି ନେବାର ସ୍ପଷ୍ଟ ସୂଚନା ମିଳୁଛି।
ତେବେ ବଣିକ ସଂଘ ରେ କଣ ବଣିକ ନାହାଁନ୍ତି ?
ବଣିକ ସଂଘ ରେ ଶ୍ରମିକ ନେତା କାହିଁକି ?
ନେତୃତ୍ୱ ନେବା ପାଇଁ କଣ ଶ୍ରମିକ ନେତା ଆବଶ୍ୟକ ?
୧୪ବର୍ଷ ତଳେ ଜଣେ ଶ୍ରମିକ ନେତା ଧସେଇ ପଶି ଆସିଥିଲେ ଯେ ଆଉ ଯିବାର ନାଁ ଧରୁ ନାହାଁନ୍ତି ।
ସେ ପୁଣି ବାହାରୁ ନଥିବା ବେଳେ ଆଉ ଜଣେ ଧସେଇ ପଶିବାକୁ ଉଦ୍ୟମ ଆରମ୍ଭ କରୁଛି । ଯେଉଁ ଥିରେ ବର୍ତ୍ତମାନ ମାର୍କେଟ୍ ଦୁଇଫାଳ ହୋଇ ଭାଇଚାରା ନଷ୍ଟ ହୋଇ ବଣିକ ମାନେ ଶ୍ରମିକ ପାଲଟି ରାଜନିତୀ ଆରମ୍ଭ କରି ଦେଲେଣି । ଯେଉଁ ଥିରେ ବେପାର ତ ସହଜେ ଚୁଲିକୁ ଗଲାଣି, ଯାହା ଟିକେ ଜୁକୁ ଜୁକୁ ହୋଇ ଜଳୁଛି ତାହା ସମ୍ପୁର୍ଣ୍ଣ ଲିଭିବାକୁ ବସିଲାଣି ।
ତେବେ ନୀରିହ ବ୍ୟବସାୟୀ ମାନଙ୍କ ର କଣ ସମସ୍ୟା ରହିଛି ସେଥିପ୍ରତି କାହାର ଦୃଷ୍ଟି ନାହିଁ । ନିଜେ ନିଜର ପତିଆରା ବୃଦ୍ଧି କରିବା ପାଇଁ ସମସ୍ତେ ଆଗଭର । ପତିଆରା ଦେଖାଇବା ଏହି ଶ୍ରମିକ ନେତା ଙ୍କୁ ଏପରି ଗ୍ରାସ କରିଛି ଯେ ଏହି ଶ୍ରମିକ ନେତା ଦୁଇ ଜଣ ପ୍ରଚ୍ଛଦପଟ୍ଟ ରେ ରହି ବଣିକ ସଂଘ କୁ ଦୁଇ ଭାଗ କରି ସାରିଲେଣି । କିଏ ସଂଘ ରେ କୋର୍ଟ କଚେରୀ ମାମଲା ପୁରାଇଲାଣି ତ ଆଉ କିଏ ପୋଲିସ୍ ପୁରାଇଲାଣି । ଏଥିରେ ବିଚରା ବ୍ୟବସାୟୀ ମାନେ କରିବେ ତ କଣ କରିବେ । ଗୋଟିଏ ଗୋଷ୍ଠୀ ଘଣ୍ଟ ବାଡେଇ କହୁଛନ୍ତି ମାର୍କେଟ ବନ୍ଦ୍ କର ସେହିପରି ଆଉ ଗୋଟିଏ ଗୋଷ୍ଠୀ କହୁଛନ୍ତି ମାର୍କେଟ କାହିଁକି ବନ୍ଦ୍ କରିବ ସବୁ ଦୋକାନ ଖୋଲା କର । ଏପରି ପରିସ୍ଥିତି ନେଇ ଏବେ ବ୍ୟବସାୟୀ ମାନେ ବ୍ୟବସାୟ କେମିତି କରିବେ ସେନେଇ ଚିନ୍ତାରେ ।