ମେସିନ୍ ଟାଣି ନେଲା କେବୁଲ୍, ଉପାଡ଼ି ଦେଲା ବିଦ୍ୟୁତ୍ ଲାଇଟ୍ ଖୁଣ୍ଟ

ଘଟଣା ଦେଖିଲା ବେଳକୁ କିଛି ନାହିଁ, କିନ୍ତୁ ବହୁତ କିଛି ଦର୍ଶାଉଛି ଏ ସାମାନ୍ୟ ଅଘଟଣ
ପାରାଦୀପ ବନ୍ଦର ରେ ପୁଣି ଏକ ହାସ୍ୟାସ୍ପଦ ଘଟଣା ସାମ୍ନା କୁ ଆସିଛି । ନିଜର ସ୍ଥିତି ପରିସ୍ଥିତି କୁ ନ ସୁଧାରି ବଡ଼ ବଡ଼ ମେସିନ ଓ ପ୍ରୋଜେକ୍ଟ କାର୍ଗୋ ଆଣିବାରେ ନାହିଁ ନଥିବା ସମସ୍ୟା ସୃଷ୍ଟି ହେଉଛି। ପୁର୍ବରୁ ଅନେକ ଘଟଣା ଦୁର୍ଘଟଣା ଘଟିଥିବା ଆଜି ସନ୍ଧ୍ୟାରେ ପୁଣି ଏକ ଅଘଟଣ ଘଟି ଆଲୋଚନା ର କେନ୍ଦ୍ରବିନ୍ଦୁ ସାଜିଛି।
ଘଟଣା ଟି ଘଟିଛି ଏହିପରି କି ଯେ ପାରାଦୀପ ର ମୁଖ୍ୟ ଥାନା ଛକ ନିକଟରେ ଏକ ଟ୍ରେଲର ଗାଡ଼ିରେ ଏକ ବଡ ଲିଭ୍ ଗଙ୍ଗ୍ ମେସିନ୍ ଯାଉଥିବା ବେଳେ ଠିକ୍ ଘଣ୍ଟା ଛକ ଟ୍ରାଫିକ ପାର୍ ହେବା ବେଳେ ମେସିନ୍ ର ଉପରଭାଗ ଲାଗି ରାସ୍ତା ପାର୍ ହୋଇଥିବା କେବୁଲ୍ ତା'ର ଟାଣି ଛିଣ୍ଡାଇ ଥିଲା। ଯେଉଁଥିରେ ମେସିନ୍ ର ଟଣା ଟା ଏତେ ଶକ୍ତିଶାଳୀ ଥିଲା ଯେ କେବୁଲ୍ ଟଣାଯାଇଥିବା ଗୋଟିଏ ଇଲେକ୍ଟ୍ରି ଲାଇଟ୍ ଲାଗିଥିବା ପୋଲ୍ ଉପୁଡ଼ି ପଡ଼ିଥିଲା । ସୌଭାଗ୍ୟ ବଶତଃ ଏଥିରେ କେହି ମୃତାହତ ହୋଇ ନଥିବା ବେଳେ ବିଦ୍ୟୁତ ତାର ଓ କେବୁଲ୍ ରାସ୍ତା ସାରା ବିଛାଇ ହୋଇ ପଡ଼ିଥିଲା ଯେଉଁଥିରେ କିଛି ସମୟ ଧରି ଉକ୍ତ ରାସ୍ତା ଘାଟରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ତେବେ ଖବର ପାଇ ସ୍ଥାନୀୟ ପୋଲିସ ଅଧିକାରୀ ଓ କେତେକ କମ୍ପାନୀ କର୍ମଚାରୀ ଆସି ରାସ୍ତା ରେ ପଡ଼ିଥିବା ଉକ୍ତ କେବୁଲ୍ ଓ ଯାଉଥିବା ଭାରି ଯାନ କୁ ସାଇଡ଼୍ କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।
ତେବେ ଏଠି ପ୍ରଶ୍ନ ଉଠୁଛି ଯେ ପାରାଦୀପ ବନ୍ଦର ଅଛି ମାନେ ବଡ଼ ବଡ଼ ପ୍ରୋଜେକ୍ଟ କାର୍ଗୋ ଓ ବଡ଼ ବଡ଼ ମେସିନ୍ ଯଥାରୀତି ଚଳାଚଳ କରିବ । କିନ୍ତୁ ସେସବୁକୁ ଅନୁଧ୍ୟାନ କରି ପାରାଦୀପ ରାସ୍ତା ଘାଟ ଯେପରି ସୁରକ୍ଷିତ ରହିବା କଥା ସେପରି ରହୁନି କାହିଁକି ? କେଉଁଠି ରାସ୍ତା ପାର କଲାବେଳେ କେତେ ଉଚ୍ଚତାରେ କେବୁଲ୍ ଟଣାଯିବ ତାକୁ ଅନୁଧ୍ୟାନ କରି କାହିଁକି କେବୁଲ୍ ତାର ଟଣା ଯାଉନି ? ତାଛଡା ଯେଉଁଠି ରାସ୍ତା ଘାଟ ରେ ସୁରକ୍ଷା ଫଳକ ଲାଗିବ କଥା ସେଠି ଲଗାଯାଉନି କାହିଁକି ? ଯେଉଁଥିରେ ଦୈନିକ ଶହ ଶହ ବାହାରୁ ଆସୁଥିବା ଡ୍ରାଇଭର ମାନେ ନ ଜାଣି ପାରିବାରୁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ତେଣୁ ଏଥିପ୍ରତି କିଏ ଦୃଷ୍ଟି ଦେବା ଆବଶ୍ୟକ, କିଏ ଏହାର ସୁରକ୍ଷା ଦାୟିତ୍ବ ନିର୍ବାହ କରିବ, ଯେଉଁଥିରେ ଧନଜୀବନ ସୁରକ୍ଷିତ ରହିବ। ଯାହାକୁ ବିଭାଗୀୟ ଅଧିକାରୀ ତଥା ବନ୍ଦର କର୍ତ୍ତୃପକ୍ଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଯେଉଁଥିପାଇଁ କୁହାଯାଇଛି ସାମାଜିକ ସୁରକ୍ଷା, ଧନଜୀବନ ରକ୍ଷା, କରିବ ଯେବେ ଏହାକୁ ଅଣଦେଖା, ବୁଡି ଯିବ ଭେଳା ଜାଣି ରଖିଥା ।