ପୁଣି ସାମ୍ବାଦିକ ଙ୍କୁ ସଂଘବଦ୍ଧ ଆକ୍ରମଣ ଓ ହତ୍ୟା ଧମକ

ସାମ୍ବାଦିକ କୁ ଆକ୍ରମଣ ଘଟଣାରେ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ଘୋର ନିନ୍ଦା

ପୁଣି ସାମ୍ବାଦିକ ଙ୍କୁ ସଂଘବଦ୍ଧ ଆକ୍ରମଣ ଓ ହତ୍ୟା ଧମକ

ଆଜି ତା ୧୨.୦୫.୨୦୨୩ ରିଖ ରାତିରେ କଟକ  ପ୍ରେସ ଛକ ଠାରେ ଜଣେ ସାମ୍ବାଦିକ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ତରଫରୁ ସଂଘର ଅଦ୍ଧକ୍ଷ କେଦାର ମିଶ୍ର, ଉପଦ୍ଧକ୍ଷ ଆସୁତୋଷ ସାମନ୍ତରାୟ ଓ ସଭାପତି ସତ୍ୟଜିତ ମହାପାତ୍ରଙ୍କ ନିର୍ଦ୍ଦଶରେ ମହାସଂଘର ସାଧାରଣ ସମ୍ପାଦକ କାଂହ୍ନା ନାୟକ ଙ୍କ ନେତୃତ୍ୱରେ ୨୦ ଜଣିଆ ପ୍ରତିନିଧି ଦଳ ଆକ୍ରମଣର ଶିକାର ହୋଇଥିବା indo tv ର ସାମ୍ବାଦିକ ରାଜକିଶୋର ଦାସଙ୍କ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ, ଜି ନାହଲ ପୁର ପଞ୍ଚାୟତ ସ୍ଥିତ ବାସଭବନରେ ପହଞ୍ଚି ପରିବାରକୁ ସମବେଦନା ଜଣାଇ ସ୍ବାସ୍ଥ୍ୟ କଥା ପଚାରି ବୁଝିବା ସହିତ କଟକ ମଧୁପାଟଣା ଥାନାରେ ପହଞ୍ଚି ଦୁବୃର୍ତ୍ତ ବିରୁଦ୍ଧରେ ଏତଲା ପ୍ରଦାନ କରିଥିଲେ।