ମତ୍ସ୍ୟଜୀବି ଙ୍କ ଜାଲରେ ପଡିଲା ଶବ

ଜଟାଧାର ମୁହାଁଣ ରେ ମାଛ ଧରୁ ଧରୁ ଜାଲରେ ପଡିଲା ଅଜଣା ମୃତ ଦେହ 

ମତ୍ସ୍ୟଜୀବି ଙ୍କ ଜାଲରେ ପଡିଲା ଶବ

ପାରାଦୀପ: ଆଜି ଅପରାହ୍ନରେ ପାରାଦୀପ ଉପକଣ୍ଠରେ ଏକ ଅଜଣା ଅଚିହ୍ନା ଶବ ଉଦ୍ଧାର କରାଯାଇଛି । ଏହି ଶବ ଜଟାଧାର ମୁହାଁଣ ନିକଟସ୍ଥ ଜେଏସଡବ୍ଲୁ ର ହେଉଥିବା ଡ୍ରେଜିଂ ପାଖ ଅଞ୍ଚଳ ରୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ତ୍ରିଲୋଚନପୁର ଗ୍ରାମ ଅଞ୍ଚଳ ର ସୁବାସ ବାରିକ ନାମକ ମତ୍ସ୍ୟଜୀବି ମାଛ ଧରିବାକୁ ଯାଇଥିଲେ । କିଛି ସମୟ ମାଛ ଧରିବା ପରେ ପୁଣି ଏକ ଖେପା ଜାଲ ପକାଇବା ପରେ ସେହି ଖେପାଟି ବେଶ୍ ଓଜନିଆ ହୋଇଥିଲା ଏନେଇ ମତ୍ସ୍ୟଜୀବୀ ଜଣକ କାହିଁକି ଜାଲ ଏତେ ଓଜନିଆ ଲାଗିଲା କିଛି ନଜାଣିପାରି ଧିରେ ଧିରେ ତାକୁ କୂଳକୁ ଟାଣି ଆଣିଥିଲେ । କିନ୍ତୁ କୂଳକୁ ଆଣିବା ପରେ ଯାହା ଦେଖିଲେ ସେଥିରେ ତାଙ୍କ ହୋସ୍ ଉଡିଗଲା । ଜାଲରେ ପଡ଼ିଛି ଏକ ମଣିଷର ମୃତଦେହ । ଏନେଇ କଣ କରିବେ କିଛି ବୁଝିପାରିଲେ ନାହିଁ ତୁରନ୍ତ ତାଙ୍କ ଗାଁ ଲୋକଙ୍କୁ ଖବର ଦେଇ ଉକ୍ତ ସ୍ଥାନକୁ ଡ଼କାଇଥିଲେ । ଗାଁ ଲୋକମାନେ ଆସି ପହଞ୍ଚି ଉକ୍ତ ଶବ ବହୁ ଦିନ ହେବ ପାଣିରେ ପଡ଼ି ପଚି ଷଢି ଯାଇଛି। ଯେଉଁଥିରୁ ଏହା ଏକ ଗଳିତଶବ ବୋଲି ଜାଣିବାକୁ ପାଇଥିଲେ । ତେବେ ନିକଟରେ ଜେଏସଡବ୍ଲୁ ର ଡ୍ରେଜିଂ କାର୍ଯ୍ୟ ହେଉଥିବା ବେଳେ କେହି କେମିତି କିଛି ଜାଣି ପାରିଲେ ନାହିଁ ସେନେଇ ସ୍ଥାନୀୟ ଲୋକଙ୍କ ସନ୍ଦେହ ଆହୁରି ଘନୀଭୂତ ହେଉଛି।

ତେବେ ସେ ଶବ କାହାର ?

କଣ ତାର ପରିଚୟ ?

କେଉଁ ଅଞ୍ଚଳର ସେ ଲୋକ ?

କେତେ ଦିନ ହେବ ପାଣିରେ ପଡ଼ିଛି ?

ଏହା କେହି ହତ୍ୟା କରି ପାଣିରେ ପକାଇ ଦେଇଛି କି ସେ କେମିତି କଣ ଆତ୍ମହତ୍ୟା କରିଛି ଏନେଇ କୌଣସି କିଛି ସ୍ପଷ୍ଟ ସୁଚନା ମିଳିନାହିଁ । ନିକଟରେ ଜେଏସଡବ୍ଲୁ ର ଡ୍ରେଜିଂ କାର୍ଯ୍ୟ ହେଉଥିବା ବେଳେ କୌଣସି କର୍ମଚାରୀ କି ଆଉ କିଏ ମଧ୍ୟ ସନ୍ଦେହ କରାଯାଉଛି । 

ତେବେ ଏନେଇ ଗାଁ ଲୋକେ ପାରାଦୀପ ଜଟାଧାର ସାମୁଦ୍ରିକ ପୋଲିସ୍ କୁ ଜଣାଇବା ପରେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରି ଦେଇଛି। ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ରିପୋର୍ଟ ଆସିବାପରେ ମୃତ୍ୟୁ ର କାରଣ ସ୍ପଷ୍ଟ ହେବ ବୋଲି ଜଣାପଡିଛି ।