କଟକ ଓ ସମ୍ବଲପୁରରେ ହେବ ଦୁଇଟି ରିଭର ପଏଣ୍ଟ

ଏଣିକି ସମୁଦାୟ ୨୦୦ କୋଟି ବଜେଟ୍ ବ୍ୟବସ୍ଥାରେ ଉଭୟ କଟକ ଓ ସମ୍ବଲପୁର ମହାନଦୀ ରିଭର ଫ୍ରଣ୍ଟର ବିକାଶ କରାଯିବ।

କଟକ ଓ ସମ୍ବଲପୁରରେ ହେବ ଦୁଇଟି ରିଭର ପଏଣ୍ଟ

ଓଡ଼ିଶାର ଜୀବନ ରେଖା ଭାବେ ପରିଚିତ ମହାନଦୀରେ ହେବ ଦୁଇଟି ରିଭର ଫ୍ରଣ୍ଟ। ଗୁଜରାଟର ସାବରମତୀ ରିଭର ଫ୍ରଣ୍ଟ ଢାଞ୍ଚାରେ କଟକ ଓ ସମ୍ବଲପୁରରେ ରିଭର ଫ୍ରଣ୍ଟ ନିର୍ମାଣ ହେବ। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ମହାନଦୀ ରିଭର୍ ଫ୍ରଣ୍ଟର ବିକାଶ ପାଇଁ ପୂର୍ବରୁ ବଜେଟ୍ ରେ ୫୦ କୋଟି ଟଙ୍କାର ପ୍ରାବଧାନ ଥିଲା ଏବେ ଆଉ ଅଧିକ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏଣିକି ସମୁଦାୟ ୨୦୦ କୋଟି ବଜେଟ୍ ବ୍ୟବସ୍ଥାରେ ଉଭୟ କଟକ ଓ ସମ୍ବଲପୁର ମହାନଦୀ ରିଭର ଫ୍ରଣ୍ଟର ବିକାଶ କରାଯିବ।