ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ସ୍ଥାନୀୟ ସେଭେନ୍ ହିଲ ମଣ୍ଡପ ଠାରେ ଜଗତସିଂହପୁର ଜିଲ୍ଲାର ସମସ୍ୟାକୁ ନେଇ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ।

ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ସ୍ଥାନୀୟ ସେଭେନ୍ ହିଲ ମଣ୍ଡପ ଠାରେ ଜଗତସିଂହପୁର ଜିଲ୍ଲାର ସମସ୍ୟାକୁ ନେଇ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ସମସ୍ୟା ଗୁଡିକ ମଧ୍ୟରେ ରାଜ୍ୟରେ ବିଜୁଜନତା ଦଳର ମନମୁଖୀ ଶାସନ ଓ ଅନୈତିକ ଭାବେ ଭି.କେ ପାଣ୍ଡିୟାନଙ୍କୁ ପୁର୍ନବାର କ୍ଷମତାରେ ଅବସ୍ଥାପିତ । ଜଗତସିଂହପୁର ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଏବଂ RHTC ଜିଲ୍ଲା ସ୍ଥାନାନ୍ତରିତ ବିରୋଧ,ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ କରି ଜଗତସିଂହପୁର ଜିଲ୍ଲାରେ ହଜାର ହଜାର ଲୋକଙ୍କ ଖାଦ୍ୟ ନଷ୍ଟ ପାଇଁ ଦାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା,ଟାଟା ପାୱାର ଜୁଲମ, ଚାଷୀଙ୍କ ଜମିକୁ ଜଳ ଯୋଗାଣ ସମସ୍ୟା, ଜଗତସିଂହପୁର ଜିଲ୍ଲାର ସର୍ବପୁରାତନ ସ୍ବାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟର ସୈଖିକ ବାତାବରଣ ଫେରାଇବା ସହ ସର୍ବପରି ସରକାରୀ ମହା ବିଦ୍ୟାଳୟର ମାନ୍ୟତା ପ୍ରଦାନ କରିବା, ଜିଲ୍ଲାର ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ଦେବା, ଜିଲ୍ଲାର ସମସ୍ତ ଅଞ୍ଚଳରେ ସ୍ବଛ ପାନୀୟ ଜଳ ଯୋଗାଣ କରିବା‌କରିବା ଦାବି ସହ ପଞ୍ଚାୟତରାଜ ବ୍ୟବସ୍ଥାରେ ଜନ ପ୍ରତିନିଧି ମାନଙ୍କୁ ଅବଜ୍ଞା କରି ସରକାରୀ କର୍ମଚାରୀମାନଙ୍କ‌ ଦ୍ବାରା କାର୍ଯ୍ୟ କରାଇବାକୁ ଦୃଢ ବିରୋଧ କରାଯାଇଥିଲା।

ଜିଲ୍ଲା କଂଗ୍ରେସ ମୁଖ୍ୟ ମୁଖପାତ୍ର ହେମନ୍ତ କୁମାର ରଥଙ୍କ ସଭାପତିତ୍ବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ,ପ୍ରଦେଶ କଂଗ୍ରେସ ଉପ ସଭାନେତ୍ରୀ ପ୍ରତିମା ମଲ୍ଲିକ,ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ,ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରିୟମ୍ବଦା ପାଣି,ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ପ୍ରସନ୍ନ କୁମାର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ।

ଜଗତସିଂହପୁର ରୁ ଲୋକନାଥ ଙ୍କ ରିପୋର୍ଟ ONM ନିଉଜ୍