ବିଜୁ ଜନତା ଦଳର ଉପଦେଷ୍ଟା ଙ୍କ ଦୃଢୋକ୍ତି, ଏଥର ଦଳ ଭଲ ପ୍ରଦର୍ଶନ କରିବ

ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଶ୍ରୀରାମ ଚନ୍ଦ୍ର ସାହୁଙ୍କୁ ଉପଦେଷ୍ଟା ଭାବରେ ନିୟୋଜିତ କରାଯାଇଛି ।

ବିଜୁ ଜନତା ଦଳର ଉପଦେଷ୍ଟା ଙ୍କ ଦୃଢୋକ୍ତି, ଏଥର ଦଳ ଭଲ ପ୍ରଦର୍ଶନ କରିବ

ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଶ୍ରୀରାମ ଚନ୍ଦ୍ର ସାହୁଙ୍କୁ ଉପଦେଷ୍ଟା ଭାବରେ ନିୟୋଜିତ କରାଯାଇଛି । ଏନେଇ ସମଗ୍ର ଜିଲ୍ଲା ରେ ଏକ ପ୍ରକାର ଖୁସିର ଲହରୀ ଖେଳିଯାଇଛି । ତେବେ ଚଳିତ ନିର୍ବାଚନ ରଣାଙ୍ଗନ ବର୍ତ୍ତମାନ ଯେପରି ପ୍ରସ୍ତୁତ ହୋଉଛି ଏହି ସମୟରେ ବିଜେଡି ର ଉପେଦେଷ୍ଟା ଙ୍କ ଦାୟିତ୍ଵ ଓ ଗୁରୁତ୍ବ ଯଥେଷ୍ଟ ବଢ଼ି ଯାଇଛି । ଜଣେ ଦକ୍ଷ ସଂଗଠକ ଭାବରେ ଶ୍ରୀରାମ ଚନ୍ଦ୍ର ସାହୁ ଙ୍କ ଯଥେଷ୍ଟ ସୁନାମ ରହିଛି । ଜଣେ ସାଧାରଣ ଲୋକ ଠାରୁ ନେତା ମନ୍ତ୍ରୀଙ୍କ ସମେତ ଆଇଏଏସ୍ ଆଇପିଏସ୍ ଅଧିକାରୀ ମାନଙ୍କ ସହିତ ମଧ୍ୟ ଶ୍ରୀଯୁକ୍ତ ସାହୁଙ୍କ ସୁ ସମ୍ପର୍କ ଓ ଉତ୍ତମ ବୁଝାମଣା ରହିଛି । ଜଳେ ମେଳାପୀ ଓ ସ୍ପଷ୍ଟ ବାଦୀ ଭାବରେ ଶ୍ରୀ ସାହୁ ସମଗ୍ର ଜିଲ୍ଲା ରେ ଜଣାଶୁଣା । ତେବେ ବିଳମ୍ବ ରେ ହେଲେ ମଧ୍ୟ ବିଜୁ ଜନତା ଦଳ ତାଙ୍କୁ ଜିଲ୍ଲା ଉପଦେଷ୍ଟା ଭାବେ ନିୟୋଜିତ କରିଛି ଯାହାକୁ ସମଗ୍ର ଜିଲ୍ଲା ରେ ସ୍ବାଗତ କରାଯାଇଛି । 

 ଅପରପକ୍ଷେ ଜଗତସିଂହପୁର ଜିଲ୍ଲା ରେ ବିଜୁ ଜନତା ଦଳର ଯଦିଓ ଦବ ଦବା ରହିଛି କିନ୍ତୁ ଏଥିରେ କେତେକ ନିର୍ବାଚନ ମଣ୍ଡଳୀରେ ମନାନ୍ତର ଓ ମତାନ୍ତର ବୃଦ୍ଧି ପାଇଛି ।   ଦୀର୍ଘ ୨୫ ବର୍ଷ ଧରି ବିଜେଡି ରାଜ୍ୟ ରେ ଶାସକ ଦଳ ଭାବେ ଦାୟୀତ୍ବ ନିର୍ବାହ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଅତ୍ୟନ୍ତ ସ୍ବଚ୍ଛ ଶାସନ ଚଳାଇ ଏକ ସ୍ଥିର ସରକାର ରାଜ୍ୟ ବାସୀଙ୍କୁ ସେବା ଯୋଗାଇ ଆସିଛନ୍ତି । ତେବେ ଏହି ଶାସନ ସମୟରେ ନବୀନ ସରକାର ଏନ୍ତୁଡ଼ିଶାଳ ରୁ ଶ୍ମଶାନ ଯାଏଁ ବା ମମତା ଯୋଜନା ରୁ ହରିଶ୍ଚନ୍ଦ୍ର ଯୋଜନା ପ୍ରସ୍ତୁତ କରି ଅତ୍ୟନ୍ତ ଲୋକପ୍ରିୟ ଅର୍ଜନ କରିଛନ୍ତି । ତେବେ ଏହା ପରେ ମଧ୍ୟ ଯୁବପିଢି ଓ ବୃଦ୍ଧ ବୃଦ୍ଧାଙ୍କ ପାଇଁ ଆହୁରି କେତେକ ଯୋଜନା ପ୍ରସ୍ତୁତ କରିବା ସହ ରାଜ୍ୟ ରେ ରୁପାନ୍ତରିତ କାର୍ଯ୍ୟ ମଧ୍ୟ ତ୍ବରାନ୍ବିତ କରିଛନ୍ତି । ଯାହାକୁ ନେଇ ରାଜ୍ୟ ର ବିକାଶ ଧାରା ବଜାୟ ରଖିବା ସହ ଓଡ଼ିଶା ପ୍ରଗତିରେ ଏହା ବେଶ୍ ସହାୟକ ହୋଇ ପାରିଛି । ତେବେ ସରକାର ଙ୍କ ପକ୍ଷରୁ ଜନହିତରେ ଜାରି ହେଉଥିବା ଯୋଜନା ସବୁ ଲୋକମାନଙ୍କ ପାଖରେ ପହଞ୍ଚୁଛି କି ନାହିଁ, ତୃଣମୂଳ ସ୍ତରରୁ ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ମାନଙ୍କ ମଧ୍ୟରେ ତାଳମେଳ ରହୁଛି କି ନାହିଁ, ଦଳୀୟ ଭାବନା ଓ ନେତୃତ୍ୱ ଙ୍କ ଚିନ୍ତାଧାରା ପ୍ରତି କର୍ମୀ ମାନଙ୍କ ଆସ୍ଥାଭାଜନ , ଆଶାୟୀ ଓ ଅସନ୍ତୁଷ୍ଟ ଙ୍କୁ ମନାଇ କିପରି ଦଳ ତୃଣମୂଳ ସ୍ତରରୁ ଆହୁରି ମଜଭୂତ ହେବ ସେନେଇ ଉପଦେଷ୍ଟା ଭାବରେ ତାଙ୍କର ପ୍ରାଥମିକ ଦାୟିତ୍ଵ ରହିବ ବୋଲି ଶ୍ରୀରାମ ସାହୁ କହିଛନ୍ତି। ଏଥି ସହିତ ଦେଶର ଏକ ନମ୍ବର ଆଞ୍ଚଳିକ ଦଳ ଭାବରେ ଖ୍ୟାତି ଅର୍ଜ୍ଜନ କରିଥିବା ବିଜୁ ଜନତା ଦଳ ରେ ତାଙ୍କୁ ଶିଳ୍ପ ସମୃଦ୍ଧ ଜଗତସିଂହପୁର ଜିଲ୍ଲା ର ଦଳୀୟ ଉପଦେଷ୍ଟା ଭାବରେ ଏକ ଗୁରୁଦାୟିତ୍ଵ ଦେବା ସହ ଦଳୀୟ ସଂଗଠନ ମଜଭୁତ କରିବା ପାଇଁ  ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବା ରୁ ସେ ସର୍ବ ପ୍ରଥମେ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଫାଇଭ୍ ଟୀ ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍, ଦଳର ସାଂଗଠନିକ ସମ୍ପାଦକ ବବି ଦାସ୍ ଓ ଦଳର ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଙ୍କୁ ଆନ୍ତରିକତା ର ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତିି ।