୨ ଦିନିଆ ଜଗତସିଂହପୁର ଗ୍ରସ୍ତରେ 5T ସଚିବ, ପ୍ରସ୍ତୁତି ଜୋରଦାର

ଦୁଇ ଦିନିଆ ଜଗତସିଂହପୁର ଗସ୍ତରେ ଯିବେ 5T ସଚିବ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କରିବେ ସମୀକ୍ଷା

୨ ଦିନିଆ ଜଗତସିଂହପୁର ଗ୍ରସ୍ତରେ 5T ସଚିବ, ପ୍ରସ୍ତୁତି ଜୋରଦାର

ଜଗତସିଂହପୁର ୨୮/୦୬: ଆସନ୍ତା କାଲି ଦୁଇ ଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସୁଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ଜିଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ବିଭିନ୍ନ ସ୍ଥାନରେ ଆୟୋଜିତ ଜନ ଶୁଣାଣିରେ ଯୋଗ ଦେଇ ଲୋକଙ୍କ ଗ୍ରୀଭାନ୍ସ ଗ୍ରହଣ କରିବେ । 5T ସଚିବ ଭି କେ ପାଣ୍ଡିଆନଙ୍କ ଗସ୍ତକୁ ନେଇ ଚଳଚଂଚଳ ହୋଇ ଉଠିଛି ଜଗତସିଂହପୁର ଜିଲ୍ଲା ।

ଗୁରୁବାର ସକାଳ ୯ ଟାରେ 5 ଟି ସଚିବ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ଶିଆଳି ଠାରେ ଆକାଶ ମାର୍ଗରେ ଆସି ପହଁଚିବା ପରେ ସେଠାରେ ଶିଆଳି ବେଳାଭୂମି ଅନୁଧ୍ୟାନ କରିବା ସହିତ ଏକ ଜନ ଶୁଣାଣିରେ ଯୋଗ ଦେଇ ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଗ୍ରହଣ କରିବେ । ପରେ ପାରାଦୀପ ଓ କୁଜଙ୍ଗ ଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବେ ।

ସେହିପରି ଅପରାହ୍ନରେ ଜଗତସିଂହପୁର ଫେରିଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହିତ ଏସଭିଏମ କଲେଜରେ ଛାତ୍ର ଛାତ୍ରୀ ମାନଙ୍କ ସହିତ ଆଲୋଚନା କରିବେ । ଏହା ପରେ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ରେ ଆୟୋଜିତ ଜଣ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋକଙ୍କ ସବିଧା ଅସୁବିଧା ବାବଦରେ ଅଭିଯୋଗ ଗ୍ରହଣ କରିବେ । ଏଥି ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିବାବେଳେ 5T ସଚିବଙ୍କ ଏହି ଗସ୍ତକୁ ନେଇ ଜିଲାବାସୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି ।

ତେବେ 5T ସଚିବ ଙ୍କ ଏହି ଗ୍ରସ୍ତ କାର୍ଯ୍ୟକ୍ରମ କୁ ବିରୋଧୀ ମାନେ କିନ୍ତୁ ତାଙ୍କର ବାକ୍ୟ ବାଣ ଛାଡି ଚାଲିଛନ୍ତି। ଜଣେ ପ୍ରଶାସନିକ ଅଧିକାରୀ ଙ୍କ ପାଇଁ ଲୋକ ପ୍ରତିିନିଧି କିପରି ଅଖିଆ ଅପିଆ ଡେରା ପକେଇ ଜଗିକି ବସିଛନ୍ତି। କିଏ ପୁଣି ସକାଳେ ଆସି ସନ୍ଧ୍ୟା ବେଳେ ପଳାଉଛନ୍ତି। କାହାକୁ ଡକା ନଗଲେ ବି ସେ ଉପରେ ପଡ଼ି ମୋ ଦ୍ବାରା କଣ ସମ୍ଭବ ଭାଇ କୁହ ମୁଁ କରିବି ଏମିତି କେତେ କଣ ଭିତିରି କଥା ବିରୋଧୀ ଶିବିର ରେ ପହଞ୍ଚି ଯାଉଛି। ତେବେ ସେସବୁକୁ ଭୂକ୍ଷେପ ନକରି କିପରି ଜିଲ୍ଲା ଗ୍ରସ୍ତ କାର୍ଯ୍ୟକ୍ରମ ସଫଳ କରାଇବେ ସେନେଇ କେତେକ ବରିଷ୍ଠ ତୁଙ୍ଗ ନେତା ଭିତିରି ଯୋଗାଡ଼ରେ ଲାଗିଛନ୍ତି। ଯେହେତୁ ନିର୍ବାଚନ ପାଖେଇ ଆସିଲାଣି ଓ ସୁପ୍ରିମୋ ଙ୍କ କୃପା ଦୃଷ୍ଟି କିପରି ନେତାଙ୍କ ଉପରେ ରହିବ ସେନେଇ ସବୁ ମହଲରେ ତତ୍ପରତା ଦେଖା ଦେଇଛି।

ନିର୍ଦ୍ଧାରିତ କାର୍ଯ୍ୟସୂଚୀ 

Files