ବେଆଇନ ଖଣିରେ ପୋଲିସ ଚଢ଼ାଉ,୩ଟି ପଥର ବୋଝେଇ ଟ୍ରକ ସମେତ ଗୋଟିଏ ୪0୭ ଜବତ
ବେଆଇନ ଖଣିରେ ପୋଲିସ ଚଢ଼ାଉ,୩ଟି ପଥର ବୋଝେଇ ଟ୍ରକ ସମେତ ଗୋଟିଏ ୪0୭ ଜବତ :୨ଜଣ ଚାଳକ ଅଟକ

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଓ ମଳିପଡ଼ା ଅଞ୍ଚଳରେ ବେଆଇନ ମାଙ୍କଡା ପଥର ଚୋରା ଚାଲାଣ ହେଉଥିବା ନେଇ ଜଙ୍କିଆ ପୁଲିସ ସୂଚନା ପାଇ ଆଜି ସଂନ୍ଧ୍ୟାରେ ଚଢ଼ାଉ କରିଥିଲା | ଚଢ଼ାଉବେଳେ ମଳିପଡ଼ା ଓ ଜଙ୍କିଆ ଅଞ୍ଚଳରୁ ଓଆର -0୪ -ଇ -୭୮୩୫, ଓଆର -0୨ -ଏଡି -୬୧୮୬, ଓଆର-0୯-୯୭୬୫ ନମ୍ବର ବିଶିଷ୍ଟ ୩ଟି ଟ୍ରକ ଓ ଓଆର -୧୪-ଡବ୍ଲୁ -୨୩0୮ ନମ୍ବର ବିଶିଷ୍ଟ ୧ଟି ୪0୭ ଚୋରା ମାଙ୍କଡା ବୋଝେଇ ଯାନକୁ ପୁଲିସ ଜବତ କରିବାରେ ସଫଳ ହୋଇଛି |
ଅନୁରୂପଭାବେ ଦେବେନ୍ଦ୍ର ନାୟକ ଓ ସରୋଜ କୁମାର ନାୟକ ନାମକ ୨ଜଣ ଚାଳକକୁ ଅଟକ ରଖି ପଚରା ଉଚୁରା ଜାରି ରଖିଥିବା ଜଙ୍କିଆ ଥାନା ଅଧିକାରିଣୀ ପ୍ରଜ୍ଞା ୠତୁମ୍ଭରା କର ସୂଚନା ଦେଇଛନ୍ତି |ତେବେ ପୁଲିସର ଏଭଳି ଅଚାନକ ଚଢ଼ାଉ ଦେଖି ଚୋରା ମାଙ୍କଡା ପଥର ବେପାରୀମାନଙ୍କ ମନରେ କୋକୁଆ ଭୟ ସଞ୍ଚାର ହୋଇଛି |
ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ