ଜେଏସଡବ୍ଲୁ ର ରଜପର୍ବ

ଜେଏସଡବ୍ଲୁ ପକ୍ଷରୁ ତିନି ଦିନ ଧରି ରଜପର୍ବ ପାଳିତ

ଜେଏସଡବ୍ଲୁ ର ରଜପର୍ବ

ପାରାଦୀପ _ ପାରାଦୀପ ସ୍ଥିତ ଜେ ଏସ ଡ ବ୍ଲୁ ପକ୍ଷରୁ ଓଡ଼ିଆ ସଂସ୍କୃତି ପରମ୍ପରାର ଅନନ୍ୟ ବାର୍ତ୍ତାଵହ ରଜପର୍ବ ପାଳନ କରାଯାଇଛି। କମ୍ପାନୀ ପକ୍ଷରୁ ପ୍ରସ୍ତାବିତ ଅଞ୍ଚଳରେ ଓ କାର୍ଯ୍ୟାଳୟ ପରିସରରେ ଆନନ୍ଦ ଉଲ୍ଲାସର ସହିତ ଏହି ରଜପର୍ବକୁ ପାଳନ କରାଯାଇଛି। ପ୍ରଥମ ଦିନ ବା ପହିଲି ରଜରେ ନୂଆଗାଁ ସ୍ଥିତ ସିଦ୍ଧଗୁମ୍ଫା ଠାରେ କମ୍ପାନୀ ପକ୍ଷରୁ ଏକ ଫଟୋ ଜୋନ୍ ଷ୍ଟଲ କରାଯାଇଥିଲା। ଏଥିରେ ସ୍ଥାନୀୟ ତିନି ପଞ୍ଚାୟତ ସହିତ ଆଖପାଖ ଅଞ୍ଚଳରୁ ଆସିଥିବା ଝିଅ ବୋହୁ ତଥା ସାଙ୍ଗସାଥୀ ମାନେ ମାଗଣାରେ ଫଟୋ ଉଠାଇ ଥିଲେ। କିଛି ସମୟର ଅପେକ୍ଷା ମଧ୍ୟରେ ସେମାନଙ୍କୁ ଏକ ଫଟୋକୁ ଫ୍ରେମ ଜରିଆରେ ପ୍ରଦାନ କରାଯାଇଥିଲା। ତିନି ଦିନ ଧରି ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ଝିଅ ବୋହୁ ତଥା ମହିଳାମାନେ ଏହି ଫଟୋ ଉଠାଇବାର ସୁଯୋଗ ପାଇ ଥିଲେ।

ସେହିପରି ପହିଲି ରଜରେ ଜେ ଏସ ଡ ବ୍ଲୁ କାର୍ଯ୍ୟାଳୟରେ ମ୍ୟୁଜିକ ଚେୟାର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ କାର୍ଯ୍ୟାଳୟର ସମସ୍ତ ମହିଳା କର୍ମଚାରୀ ମାନେ ଭାଗ ନେଇଥିଲେ। ଏଥିରେ ନୂଆଗାଁର ଶସ୍ମିତା ମୂଦୁଲି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଦିତୀୟ ଦିନରେ ଫ୍ୟାସନ ସେ ପ୍ରଦର୍ଶନ କରାଯାଇଥିଲା। ଏଥିରେ ୬ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଢ଼ିଙ୍କିଆ ଗାଁର ବିଜୟଲକ୍ଷ୍ମୀ ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିଲେ।ଶେଷ ରଜ ଦିନ ଏକ କୁଇଜ୍ ବା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଥାନୀୟ ଗୋବିନ୍ଦପୁର ଗ୍ରାମର ପୂଜାରାଣୀ ସାହୁ ପ୍ରଥମ ତଥା ୨୦୨୩ ର ଜେ ଏସ ଡ ବ୍ଲୁ ରଜ ଟ୍ୟାଲେଣ୍ଟ ଭାବେ ବିବେଚିତ ହୋଇଥିଲେ। ସମସ୍ତ ବିଜୟୀ ପ୍ରତିଯୋଗୀ ମାନଙ୍କୁ ଜେ ଏସ ଡ ବ୍ଲୁ ପକ୍ଷରୁ ପୁରସ୍କୃତ କରାଯାଇଥିଲା ବେଳେ ସମସ୍ତେ ବହୁତ ଖୁସି ଅନୁଭବ କରିଛନ୍ତି। ଏଥି ସହିତ ସମସ୍ତ ରଜବତୀ ଝିଅ ମାନଙ୍କୁ ପୋଡପିଠା,କାକେରା, ମିଠା ସହିତ ଅନ୍ୟାନ୍ୟ ସୁସ୍ବାଦୁ ଖାଦ୍ୟ ପ୍ରଦାନ କରାଯାଇଥିଲା।

  ଜେ ଏସ ଡ ବ୍ଲୁ ର ସଭାପତି ତଥା ପୂର୍ଣ୍ଣ କାଳୀନ ନିର୍ଦେଶକ ଅନୀଲ ସିଂ ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଏହି ରଜପର୍ବ ପାଳନ କରାଯାଇ ଥିଲା।ତିନି ଦିନ ଧରି ଏହି କାର୍ଯ୍ୟକ୍ରମରେ କମ୍ପାନୀ ସମସ୍ତ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଅନ୍ୟ ଅଧିକାରୀ ତଥା କର୍ମଚାରୀ ମାନେ ଉପସ୍ଥିତ ରହିବା ସହିତ ପରିଚାଳନା କରିଥିଲେ ଥିଲେ।ଜେ ଏସ ଡ ବ୍ଲୁ ପକ୍ଷରୁ ଓଡ଼ିଶାର ଏହି ଗଣପର୍ବ ରଜ ପର୍ବ କୁ ଧୂମଧାମରେ ପାଳନ କରାଯାଇ ଥିବାରୁ ସ୍ଥାନୀୟ ଅଞ୍ଚଳର ଯୁବଗୋଷ୍ଠୀ ଝିଅ ଓ ମହିଳା, ମାନେ ପ୍ରଶଂସା କରିଛନ୍ତି।