ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ଶପଥପାଠ ଅନୁଷ୍ଠିତ
ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମଦିବସକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଅଛି ।

ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମଦିବସକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଅଛି ।ଏହି ଅବସରରେ ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ କାର୍ଯ୍ୟାଳୟ ର ସମସ୍ତ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ଶପଥପାଠ କରାଇଥିଲେ।ଦେଶର ଏକତା କୁ ଅକ୍ଷୁଣ୍ଣ ରଖିବାର ଯେଉଁ ଭାବନା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଦୂରଦୃଷ୍ଟି ବଳରେ ସମ୍ଭବ ହୋଇପାରିଥିଲା, ତାହାକୁ ବଜାୟ ରଖିବାକୁ ନିଜକୁ ସମର୍ପିତ କରିବା ଆମର କର୍ତ୍ତବ୍ୟ।
ତେଣୁ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ତଥା ଏକତା ଓ ଅଖଣ୍ଡତା ର ସୁରକ୍ଷା ନିମନ୍ତେ ସମ୍ପୁର୍ଣ୍ଣ ଯୋଗଦାନ ପାଇଁ ସମସ୍ତ ସଦସ୍ୟ ସଂକଳ୍ପ କରିଥିଲେ। ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ତଥା ଅନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଶପଥପାଠ କରିଥିଲେ।
ଜଗତସିଂହପୁର ରୁ ଲୋକନାଥ ଙ୍କ ରିପୋର୍ଟ ONM ନିଉଜ୍ l