ଭିଜିଲାନ୍ସ ପଞ୍ଝାରେ ବରିଷ୍ଠ କିରାଣୀ
ଭିଜିଲାନ୍ସ ପଞ୍ଝାରେ ଡିଏଫଓ ଅଫିସ୍ର ବରିଷ୍ଠ କିରାଣୀ ସଞ୍ଜୟ କୁମାର ବାଗ

ଭିଜିଲାନ୍ସ ପଞ୍ଝାରେ ଡିଏଫଓ ଅଫିସ୍ର ବରିଷ୍ଠ କିରାଣୀ ସଞ୍ଜୟ କୁମାର ବାଗ। ୨୦ ହଜାର ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍। ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ଠାରୁ ପେନସନ କରାଇ ଦେବା ବାବଦକୁ ଲାଞ୍ଚ ଦାବି କରିଥିଲେ ବରିଷ୍ଠ କିରାଣୀ। ବୁଧବାର ଯୋଜନାବଦ୍ଧ ଭାବରେ ଲାଞ୍ଚ ନେଉଥିବା ସମୟରେ କୋରାପୁଟ ଭିଜିଲାନ୍ସ ଟିମ୍ ରେଡ୍ କରିଛି।
ସୂଚନାନୁଯାୟୀ, ଗତ ୨୦୧୯ରୁ ଖଡ଼ିଆଳ ବନ ବିଭାଗ ଫରେଷ୍ଟ ଗାର୍ଡ ବିନୋଦିନୀ କୈବର୍ତ୍ତ ମାନସିକ ଅସୁସ୍ଥ ହୋଇଥିଲେ । ଏଥିପାଇଁ ଗତ ୨୦୧୯ରୁ ୨୦୨୨ ପର୍ୟ୍ୟନ୍ତ ବିନୋଦିନୀ କାର୍ୟ୍ୟରେ ଯୋଗ ଦେଇନଥିଲେ । ଗତ ବର୍ଷ ବିଭାଗ ତରଫରୁ ବିନୋଦିନୀଙ୍କୁ ସ୍ବେଚ୍ଛାକୃତ ଅବସର ଗ୍ରହଣ ନେଇଥିଲେ । ହେଲେ ବିନୋଦିନୀଙ୍କୁ ପେନସନ ମିଳିନଥିଲା । ଏହି ପେନସନ କାଗଜପତ୍ରର ପ୍ରକ୍ରିୟାକରଣ ପାଇଁ ଖଡ଼ିଆଳ ଡିଏଫଓ ଅଫିସ ବରିଷ୍ଠ ସହାୟକ ଶ୍ରୀ ବାଗ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏନେଇ ବିନୋଦିନୀଙ୍କ ଭାଇ ମନୋଜ କୈବର୍ତ୍ତ ଓଡ଼ିଶା ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ।