ବିଦ୍ୟାଳୟରେ ତାଲା, ଧାରଣାରେ ଛାତ୍ରଛାତ୍ରୀ

ବିଦ୍ୟାଳୟରେ ତାଲା ଧାରଣାରେ ଛାତ୍ରଛାତ୍ରୀ

ବିଦ୍ୟାଳୟରେ ତାଲା, ଧାରଣାରେ ଛାତ୍ରଛାତ୍ରୀ

ପଦାରେ ପଡିଲା ସରକାରଙ୍କ 5T ଯୋଜନା।ବିଦ୍ୟାଳୟରେ ପଡିଛି ତାଲା ଧାରଣାରେ ଛାତ୍ରଛାତ୍ରୀ।ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକ ଓଳସିଂହ ଗ୍ରାମପଞ୍ଚାୟତ ଡମଣଭୂଇଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।ଡମଣଭୂଇଁ ଉଚ୍ଚ ବିଦ୍ୟାଳୟ ର ୧ମରୁ ଓ ୧୦ମ ଶ୍ରଣୀର ୩୫୦ ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ଆବଶ୍ୟକ ଅନୁଯାୟୀ ଶିକ୍ଷକ ନାହାନ୍ତି।

ବିଦ୍ୟାଳୟରେ ଖେଳ ଶିକ୍ଷକ,ସଂସ୍ମୃତ ଶିକ୍ଷକ, ବିଗ୍ୟାଂନ ଶିକ୍ଷକ ଓ କ୍ଲର୍କ ପଦବୀ ଦିର୍ଘ୍ୟଦିନ ହେବ ଖାଲି ପଡିଛି ଏହି ପଦବୀରେ କାହାରିକୁ ନିଯୁକ୍ତି ଦିଆ ଯାଇନାହିଁ।ବିଦ୍ୟାଳୟରେ ପାନୀୟ ଜଳର ସୁବିଧା ମଧ୍ୟ ନାହିଁ।ବିଦ୍ୟାଳୟରେ ଶିକ୍ଷକ ନଥିବାରୁ ଫାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି ଛାତ୍ରଛାତ୍ରୀ ମାନେ ପାଠ ପଢାରୁ ବଂଚିତ ହେଉଛନ୍ତି। ଶିକ୍ଷକ ପଦ ପୂରଣ ପାଇଁ ଏସ୍ଏମସି କମିଟି ଓ ସ୍ଥାନୀୟ ଲୋକପ୍ରତିନିଧିଙ୍କ ପକ୍ଷରୁ ବାରମ୍ବାର ବ୍ଲକ ଶିକ୍ଷାଧିକାରୀ,ଜିଲ୍ଲା ଶିକ୍ଷାଧିକାରୀ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ହେଲେ ଦାବି ପୂରଣ ହୋଇନାହିଁ।

ଏନେଇ ସ୍ଥାନୀୟ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରି ବିଦ୍ୟାଳୟ ମୂଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ ଓ ପ୍ରତିବାଦ କରିଛନ୍ତି।ଘଟଣା ସ୍ଥଳରେ ଟାଗିଂ ବ୍ଲକ ଶିକ୍ଷାଧିକାରୀ ପହଞ୍ଚି ଅଭିମାନଙ୍କ ସହିତ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ବ୍ଲକ ଶିକ୍ଷାଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିବାରୁ ବିଇଓ କୈ।ଣସି ପ୍ରତିକ୍ରିୟା ନଦେଇ ମୁହଁ ଆଡେଇ ଚାଲିଯାଇଛନ୍ତି।ଏବଂ ଶିକ୍ଷକ ପଦବୀ ଦିର୍ଘ୍ୟଦିନ ହେବ ଖାଲି ପଡିଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ଟାଗିଂ ବ୍ଲକ ଶିକ୍ଷାଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବିଇଓଙ୍କ ସହିତ ଶିକ୍ଷକ ପଦବୀ ପୂରଣ ପାଇଁ ଆଲୋଚନା କରିଛନ୍ତି ଦିର୍ଘ୍ୟଦିନ ହେବ ଶିକ୍ଷକ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ