ମନସା ର ମାନବିକତା
ପାରାଦୀପ ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମନସା ଚାରିଟେବୁଲ ଟ୍ରଷ୍ଟ ର ଦ୍ଵିତୀୟ ବାର୍ଷିକ ଉତ୍ସବ ଅବସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l

ପାରାଦୀପ ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମନସା ଚାରିଟେବୁଲ ଟ୍ରଷ୍ଟ ର ଦ୍ଵିତୀୟ ବାର୍ଷିକ ଉତ୍ସବ ଅବସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ପାରାଦୀପ କଲେଜ ସମ୍ମିଳନୀ କକ୍ଷ ରେ ଆୟୋଜିତ ରକ୍ତଦାନ ଶିବିରକୁ ଉଦଘାଟନ କରିଛନ୍ତି ପାରାଦୀପ ବନ୍ଦର ଉପାଧ୍ୟକ୍ଷ ନୀଳାଭ୍ର ଦଶଗୁପ୍ତା, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ l ଏହି ଅବସରରେ ପାରାଦୀପ କଲେଜ ର ପ୍ରିନ୍ସପାଲ ଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା ଏବଂ ମନସା ଚାରିଟେବୁଲ ଟ୍ରଷ୍ଟ ର ପ୍ରତିଷ୍ଠାତା ମୃତ୍ୟୁଞ୍ଜୟ ମିଶ୍ର ଙ୍କ ସମେତ ସମସ୍ତ କାର୍ଯ୍ୟକର୍ତା ମାନେ ଉପସ୍ଥିତ ରହିଥିଲେ l କୋଭିଡ ସମୟରୁ ମନସା ଚାରିଟେବୁଲ ଟ୍ରଷ୍ଟ ପାରାଦୀପ ଅଞ୍ଚଳ ରେ ବେଶ ପରିଚୟ ହାସଲ କରିପାରିଛି l ଟ୍ରଷ୍ଟ ର ସଦସ୍ୟ ମାନଙ୍କ ସେବା ମନୋଭାବ, କୋଭିଡ ସମୟରେ ସାଧାରଣ ଲୋକେ ଘରୁ ବାହାରିବା କଷ୍ଟକର ହେଉଥିବା ବେଳେ ଟ୍ରଷ୍ଟ ର ସଦସ୍ୟ ମାନେ ଦିନରାତି ଲୋକମାନଙ୍କୁ ସାହାଯ୍ୟ ସହଯୋଗ ର ହାତ ବଢାଇବା ଏବଂ ବର୍ଷ ର 365 ଦିନ ପାରାଦୀପ ଅଞ୍ଚଳ ରେ ବୁଲୁଥିବା ମାନସିକ ଅନଗ୍ରସର ବ୍ୟକ୍ତି ବିଶେଷ, ଅସହାୟ ବ୍ୟକ୍ତି ମାନଙ୍କୁ ସହାୟତା ପ୍ରଦାନ ପୂର୍ବକ ଅନବରତ ରନ୍ଧାଖାଦ୍ୟ ପ୍ରଦାନ କରି ଆସୁଛନ୍ତି l ଯାହାକୁ ନେଇ ମନସା ଚାରିଟେବୁଲ ଟ୍ରଷ୍ଟ ପାରାଦୀପ ବାସୀଙ୍କ ଶ୍ରଦ୍ଧାଭାଜନ ହୋଇପାରିଛି l
Leading social organisation of Paradip, MANSA Charitable Trust today celebrated its foundation day, just as it used the opportunity to humanitarian causes.
Chief Guest on the occasion Shri Nilabhara Dasgupta, Dy. Chairman, PPA inaugurated a Blood donation camp at Paradip College in presence of Shri Basanta Biswal, Chairman, Paradip Municipality, Shri HS Rout, Chief Engineer, PPA and Dr. Sasmita Sathpathy, Principal, Paradip College, Guests of Honour. Speaking on the occasion, Shri Mrutyunjaya Mishra, founder of MANSA Charitable Trust said that the organisation has been established to support the underprivileged in society. During the last 2 years they have registered 627 days of their presence with needy people, especially homeless, mentally retarded, slump kids for different causes. He highly appreciated the blood donors for their selfness service for society.
Among slew of activities, MANSA also supplied monthly ration to Sairam Old Age Home at Dochhaki and continued its regular cooked food distribution to roadside and mentally retarded people. On the occasion of foundation day, food was also distributed among the inhabitants of Leprosy Colony.