ପାରାଦୀପ ବନ୍ଦର ଡିଟିଆର୍ ରୁ ଲିଭିଲା ପାଇଓନିଅର ଗ୍ଲୋରି ର ନାମ
ଫେକ୍ ନିୟୁଜ୍ ବୋଲି ପ୍ରଚାର କରୁଥିବା ସମାଲୋଚକ ଙ୍କୁ ଶକ୍ତ ଧକ୍କା

୨୦୨୩ ମସିହା ଏପ୍ରିଲ୍ ମାସ ୧୭ ତାରିଖ ର ଡିଟିଆର୍ ରିପୋର୍ଟ
ଗତ ୧୨ତାରିଖରୁ ପାରାଦୀପ ବନ୍ଦର ଡିଟିଆର୍ ( ଡେଲି ଟ୍ରାଫିକ ରିପୋର୍ଟ ) ବା ପ୍ରତିଦିନ ଜାହାଜ ଚଳାଚଳ ସମ୍ପର୍କିତ ସୂଚନା ରେ ସ୍ଥାନ ପାଇ ଆସୁଥିବା ପାଇଓନିଅର ଗ୍ଲୋରି ନାମକ ଜାହାଜ ର ନାମ ପରିଶେଷରେ ସୋମବାର ଅର୍ଥାତ୍ ୧୭ ଏପ୍ରିଲ୍ ମାସର ଡିଟିଆର୍ ରିପୋର୍ଟ ରେ ସମ୍ପୁର୍ଣ୍ଣ ହଟି ଯାଇଛି କାହିଁକି ନା ଉକ୍ତ ଡିଟିଆର୍ ରିପୋର୍ଟ ରେ ମଧ୍ୟ ଉଲ୍ଲେଖ ରହିଛି ଯେ ଗତ ଏପ୍ରିଲ୍ ମାସ ୧୫ ତାରିଖ ରେ ଜାହାଜ ଅନ୍ୟତ୍ର ଯାତ୍ରା କରିଛି। ୧୨ତାରିଖରୁ ପାରାଦୀପ ବନ୍ଦର କୁ ବାଲି ନେବାକୁ ଆସିଥିବା ଏହି ଜାହାଜ ଏକ୍ସପୋର୍ଟର ରେଡି ନ ହେବା କାରଣରୁ ବନ୍ଦର ପୋତାଶ୍ରୟ ରେ ପ୍ରବେଶ କରି ପାରିନଥିଲା । ଏନେଇ ପର୍ଯ୍ୟାୟ କ୍ରମେ ଜାହାଜ ପାଇଓନିଅର ଗ୍ଲୋରି ଆଙ୍କରେଜ ଏରିଆ ରେ ଛିଡ଼ା ହୋଇ ରହିଥିଲା। ଦିନ ପରେ ଦିନ ବିତିଥିଲେ ମଧ୍ୟ ଷ୍ଟିଭେଡୋରିଂ ସଂସ୍ଥା ଓ ଏକ୍ସପୋର୍ଟର ବିଭିନ୍ନ ବେଆଇନ୍ ଉପାୟ ଅବଲମ୍ବନ କରିବା ସହିତ ଯେନ ତେନ ପ୍ରକାରେ ଜାହାଜ ଲୋଡ୍ କରିବା ପାଇଁ ଅପଚେଷ୍ଟା କରି ଶେଷରେ ବିଫଳ ହୋଇଥିଲେ। ତେବେ ଶତଚେଷ୍ଟା କରି ବିଫଳ ହେବା ନେଇ ଜାହାଜ ମାଲିକ ଜାଣିବା ପରେ ତୁରନ୍ତ ଜାହାଜ କୁ ଅନ୍ୟତ୍ର ନେବାପାଇଁ କ୍ୟାପଟେନ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯାହାଫଳରେ କ୍ୟାପଟେନ ଜାହାଜ କୁ ୧୫ତାରିଖ ଦିନ ମ୍ୟାଲେସିଆ ନେଇ ଯାଇଥିଲେ। ତେବେ ଏନେଇ ୧୬ ତାରିଖ ଡିଟିଆର୍ ରିପୋର୍ଟ ରେ ଏହା ପ୍ରକାଶ ପାଇବା କଥା କିନ୍ତୁ ରବିବାର ଛୁଟି ଦିନ ହେତୁ ତାହା ଅପ୍ ଡେଟ୍ ନ ହୋଇ ସୋମବାର ଡିଟିଆର୍ ରେ ପ୍ରକାଶ ପାଇଛି। ତେବେ ୧୬ ତାରିଖ ଡିଟିଆର୍ ରିପୋର୍ଟ ଅପଡେଟ ନ ହୋଇ ପୂର୍ବ ପୁରୁଣା ରିପୋର୍ଟ ଅପ୍ ଲୋଡ୍ ହେଲା କିପରି ଯାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ?
୨୦୨୩ ମସିହା ଏପ୍ରିଲ୍ ମାସ ୧୬ ତାରିଖ ର ଡିଟିଆର୍ ରିପୋର୍ଟ
ପାରାଦୀପ ବନ୍ଦର ର ନିଜସ୍ଵ ୱ୍ବେବ୍ ସାଇଟ୍ ରେ ପ୍ରକାଶିତ ସମସ୍ତ ତଥ୍ୟ ଭିତ୍ତିକ ସୂଚନା ସାରା ବିଶ୍ବ ଦେଖୁଛି। କିନ୍ତୁ ଭୁଲ୍ ତଥ୍ୟ ପ୍ରକାଶ ପାଇଲେ ସମଗ୍ର ବିଶ୍ୱସ୍ତରରେ ପାରାଦୀପ ବନ୍ଦର ପ୍ରଶାସନ ସମାଲୋଚିତ ହେଉଛି ଯାହାକି ଅଧିକାରୀ ବା କର୍ମଚାରୀ ମାନଙ୍କୁ ଏନେଇ କୌଣସି ଫରକ ପଡୁ ନଥିବା ଲକ୍ଷ କରାଯାଉଛି ନହେଲେ ତୃଟି ନିଶ୍ଚିନ୍ତ ସୁଧୁରି ପାରନ୍ତା। ତେବେ ଜାହାଜ ଆଙ୍କରେଜ ଏରିଆ ନଥାଇ ପାରାଦୀପ ବନ୍ଦର ଡିଟିଆର୍ ରିପୋର୍ଟ ରେ ଉପସ୍ଥିତ ରହି ନଟ୍ ରେଡି ସେଗମେଣ୍ଟ୍ ରେ ଦ୍ବିତୀୟ ସ୍ଥାନରେ ପ୍ରକାଶ ପାଇବା ନିଶ୍ଚିନ୍ତ ଏକ ହାସ୍ୟାସ୍ପଦ ପ୍ରସଙ୍ଗ। ତେବେ ଅବଶ୍ୟ ଏହା କୁ ଅପଡେଟ କରାଯାଇ ସୋମବାର ଦିନ ଡିଟିଆର୍ ରେ ପାଇଓନିଅର ଗ୍ଲୋରି ନାମ ସମ୍ପୁର୍ଣ୍ଣ ହଟି ଯାଇଛି। ତେବେ ଏହି ସମଗ୍ର ଘଟଣା ଅନ୍ୟ ବ୍ୟବହାର କାରୀ ସଂସ୍ଥା ପ୍ରତି ଏକ ଉଦାହରଣ ପାଲଟିଥିବା ବେଳେ ଜାହାଜ ସମ୍ପର୍କିତ ଖବର କୁ ସମାଲୋଚନା କରୁଥିବା ସମାଲୋଚକ ମାନଙ୍କୁ ଏକ ଶକ୍ତ ପ୍ରହାର ହେଲା ପରି ଜଣାପଡିଛି।
ସିରିୟଲ ନମ୍ବର ୧୧ ରେ ଦର୍ଶାଯାଇଛି ଯେ ପାୟୋନିଅର ଗ୍ଲୋରି ୧୫ ତାରିଖ ଦିନ ପାରାଦୀପ ଆଙ୍କରେଜ୍ ଏରିଆ ରୁ ସେଲ୍ ହୋଇ ଯାଇଛି